Advertisment

ଫେରିବେ ଶକ୍ତିମାନ୍ !

ମୁମ୍ୱାଇ : ୯୦ ଦଶକର ଲୋକପ୍ରିୟ ସୁପରହିଟ୍‌ ଶୋ’ ଶକ୍ତିମାନ ତା’ର ଦର୍ଶକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛି। ଏହି ଶୋ’ରେ ଶକ୍ତିମାନ ରୂପରେ ଅଭିନୟ କରୁଥିବା ଅଭିନେତା ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ଶକ୍ତିମାନ ଅବତାରରେ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି ଯେ ମୁକେଶ ଶକ୍ତିମାନ ଭାବରେ ଶୁବ୍‌ଶୀଘ୍ର […]

ଫେରିବେ ଶକ୍ତିମାନ୍ !

sakti

Advertisment

ମୁମ୍ୱାଇ : ୯୦ ଦଶକର ଲୋକପ୍ରିୟ ସୁପରହିଟ୍‌ ଶୋ’ ଶକ୍ତିମାନ ତା’ର ଦର୍ଶକଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛି। ଏହି ଶୋ’ରେ ଶକ୍ତିମାନ ରୂପରେ ଅଭିନୟ କରୁଥିବା ଅଭିନେତା ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ଶକ୍ତିମାନ ଅବତାରରେ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି ଯେ ମୁକେଶ ଶକ୍ତିମାନ ଭାବରେ ଶୁବ୍‌ଶୀଘ୍ର ଦର୍ଶକଙ୍କୁ ପାଖକୁ ଫେରୁଛନ୍ତି।

Advertisment

ମୁକେଶ ଖାନ୍ନା ଏହି ଫଟୋଟିକୁ ଶେଆର୍‌ କରି ଲେଖିଛନ୍ତି, ‘ମୋ ଭୀଷ୍ମ ଇଣ୍ଟର୍‌ନ୍ୟାସନାଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କିଛି ନୂଆ ଆସିବାକୁ ଯାଉଛି। ଅପେକ୍ଷା କରନ୍ତୁ, ସବୁକିଛି ଜାଣିପାରିବେ।’

https://www.instagram.com/p/CBiqcpAJhdn/?utm_source=ig_web_copy_link

ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିବାରେ ଲାଗିଛି। କମେଣ୍ଟ ବକ୍ସରେ କିଛି ୟୁଜର୍‌ ଶକ୍ତିମାନଙ୍କୁ ଫେରି ଆସିବା ପାଇଁ ଲେଖିଛନ୍ତି। ସେହିପରି କିଛି ୟୁଜର ଅନୁମାନ କରିଛନ୍ତି ଯେ କରୋନା ଭାଇରସ୍‌ ବିଷୟରେ ସଚେତନ କରିବା ପାଇଁ ମୁକେଶ ଖାନ୍ନା ଏକ ବିଶେଷ ଏପିସୋଡ୍‌ର ଶୁଟିଂ କରିଛନ୍ତି। ତେବେ ଶକ୍ତିମାନଙ୍କର ଫେରିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment

ସୂଚନାଯୋଗ୍ୟ, ଶକ୍ତିମାନ ଭାରତର ପ୍ରଥମ ସୁପରହିରୋ ଥିଲେ ଯିଏ କି ଶୋ’ ଜରିଆରେ ଛୋଟ ପିଲାଙ୍କୁ ଭଲ ମଣିଷ ହେବା ପରେ ବିଭିନ୍ନ ପ୍ରକାର ଉପଦେଶ ଦେଇ ସାହାଯ୍ୟ କରୁଥିଲେ।

୯୦ ଦଶକରେ ଏହି ଶୋ’ର ଲୋକପ୍ରିୟତାକୁ ଦେଖି ଏହାର ନାମ ଲିମ୍‌କା ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିଲା। ୧୯୯୭ ମସିହାରେ ଦୂରଦର୍ଶନରେ ଏହି ଶୋ’ର ପ୍ରସାରଣ ଆରମ୍ଭ ହୋଇଥିଲା। ଯାହା ଲୋକପ୍ରିୟ ହେବାପରେ ୨୦୦୫ ପର୍ଯ୍ୟନ୍ତ ପ୍ରସାରଣ ଜାରି ରହିଥିଲା। ସେହି ସମୟରେ ଶକ୍ତିମାନ ଦୂରଦର୍ଶନର ସବୁଠାରୁ ଅଧିକ ଟିଆର୍‌ପି ନେଇଥିବା ଶୋ’ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe