Advertisment

ଦବଙ୍ଗ ଖାନଙ୍କୁ ଗ୍ରୀନ୍‌ ସିଗନାଲ୍‌, ପାଖରେ ରଖିପାରିବେ ବନ୍ଧୁକ

ମୁମ୍ବାଇ: ନିଜ ସୁରକ୍ଷା ପାଇଁ ଏଣିକି ପାଖରେ ବନ୍ଧୁକ ରଖି ପାରିବେ ଦବଙ୍ଗ ଖାନ । ଏଥିନିମନ୍ତେ ମୁମ୍ବାଇ ପୁଲିସ୍‌ ପକ୍ଷରୁ ତାଙ୍କୁ ମିଳିଛି ଗ୍ରୀନ୍‌ ସିଗନାଲ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବନ୍ଧୁକ ଲାଇସେନ୍ସ ପାଇଁ ମୁମ୍ବାଇ ପୁଲିସ୍‌ ଦ୍ୱାରସ୍ଥ  ହୋଇଥିଲେ ଭାଇଜାନ । ସଲମାନଙ୍କ ଜୀବନ ପ୍ରତି ବିପଦ ଥିବା  ହୃଦବୋଧ ହେବା ପରେ ଆତ୍ମ ସୁରକ୍ଷା ପାଇଁ ତାଙ୍କୁ ଲାଇସେନ୍ସ ଦିଆଯାଇଛି। ଏନେଇ ମୁମ୍ବାଇ ପୁଲିସ୍‌ ପକ୍ଷରୁ […]

ଅଦ୍ୟତନ ହୋଇଛି
ଦବଙ୍ଗ ଖାନଙ୍କୁ ଗ୍ରୀନ୍‌ ସିଗନାଲ୍‌, ପାଖରେ ରଖିପାରିବେ ବନ୍ଧୁକ

salman-khan

Advertisment

ମୁମ୍ବାଇ: ନିଜ ସୁରକ୍ଷା ପାଇଁ ଏଣିକି ପାଖରେ ବନ୍ଧୁକ ରଖି ପାରିବେ ଦବଙ୍ଗ ଖାନ । ଏଥିନିମନ୍ତେ ମୁମ୍ବାଇ ପୁଲିସ୍‌ ପକ୍ଷରୁ ତାଙ୍କୁ ମିଳିଛି ଗ୍ରୀନ୍‌ ସିଗନାଲ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବନ୍ଧୁକ ଲାଇସେନ୍ସ ପାଇଁ ମୁମ୍ବାଇ ପୁଲିସ୍‌ ଦ୍ୱାରସ୍ଥ  ହୋଇଥିଲେ ଭାଇଜାନ । ସଲମାନଙ୍କ ଜୀବନ ପ୍ରତି ବିପଦ ଥିବା  ହୃଦବୋଧ ହେବା ପରେ ଆତ୍ମ ସୁରକ୍ଷା ପାଇଁ ତାଙ୍କୁ ଲାଇସେନ୍ସ ଦିଆଯାଇଛି। ଏନେଇ ମୁମ୍ବାଇ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଗତ ଜୁନ୍ ମାସରେ ସଲମାନ୍ ଓ ତାଙ୍କ ପିତା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିଥିଲା । ହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ଚିଠିରେ ଉଲ୍ଲେଖ ଥିଲା ଯେ ଉଭୟ ସଲମାନ୍ ଖାନ ଏବଂ ତାଙ୍କ ବାପା ସଲିମ୍ ଖାନ୍ ଖୁବ୍‌ ଶୀଘ୍ର ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ସମାନ ଅବସ୍ଥା ଭୋଗିବେ। ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ନିକଟରେ ଏହି ଚିଠି ମିଳିଥିଲା।

ଏହାପରେ ସଲମାନ୍ ବନ୍ଧୁକ ରଖିବା ଲାଗି ଲାଇସେନ୍ସ ପାଇଁ ମୁମ୍ବାଇ ପୁଲିସ୍‌ ପାଖରେ ଆବେଦନ କରିଥିଲେ  ।  ଗତ ମାସ ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକରଙ୍କୁ ଭେଟି ଏନେଇ ସେ ଆଲୋଚନା ମଧ୍ୟ କରିଥିଲେ । ପରେ  ପୁଲିସ ପକ୍ଷରୁ ଆବଶ୍ୟକୀୟ ଯାଞ୍ଚ କରାଯାଇ ତାଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅଭିନେତା ସଲମାନଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଧମକପୂର୍ଣ୍ଣ ଚିଠିର ଶେଷରେ ‘ଏଲ.ବି’ ଲେଖା ଯାଇଥିଲା, ଯାହାକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସମ୍ପୃକ୍ତିକୁ ଦର୍ଶାଉଥିଲା। ଜୁନ୍‌ ୫ ତାରିଖରେ ସଲମାନଙ୍କୁ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବା ପାଇଁ ଏହି ଧମକପୂର୍ଣ୍ଣ ପତ୍ର ପଠା ଯାଇଥିଲା। ଏହା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ପୁଲିସ ଜେରା  କରିଥିଲା।

ଲରେନ୍ସ ବିଷ୍ଣୋଇ କଳା ହରିଣ ଶିକାରକୁ ନେଇ ସଲମାନ ଖାନଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲା। ଲରେନ୍ସ ବିଷ୍ଣୋଇ  ରାଜସ୍ଥାନର ବିଷ୍ଣୋଇ ସମାଜରୁ ଆସିଥିବା ବେଳେ ଉକ୍ତ ସମାଜରେ କଳା ହରିଣକୁ ପୂଜା କରାଯାଇଥାଏ । ସଲମାନ ଖାନଙ୍କ ବିରୋଧରେ କଳା ହରିଣ ମାରିବାର ଯେଉଁ ଅଭିଯୋଗ ହୋଇଥିଲା ତାହାର ମୋକଦ୍ଦମା ମଧ୍ୟ ବିଷ୍ଣୋଇ ସମାଜ ଲଢ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe