Advertisment

ସୁଶାନ୍ତଙ୍କ ଘରୁ ମିଳିଲା ୫ ଡାଏରୀ, ଥାନାରେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ମୁମ୍ୱାଇ ପୁଲିସ ଏଯାଏ ମୃତ୍ୟୁର ସଠିକ୍‌ କାରଣ ଜାଣିପାରିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ବ୍ୟକ୍ତିଗତ ନା ପ୍ରଫେସନାଲ୍‌  କାରଣ ଯୋଗୁଁ ହୋଇଛି, ସେ ନେଇ ପୁଲିସ ତଦନ୍ତ ଜାରିରଖିଛି। ତେବେ ଛାନ୍‌ଭିନ୍‌ ବେଳେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ପୁଲିସ ତାଙ୍କ ହାତଲେଖା ୫ଟି ଡାଏରୀ ଜବତ କରିଛି। ଏହିସବୁ ଡାଏରୀ ସୁଶାନ୍ତଙ୍କ ଜୀବନ ସହ ଜଡ଼ିତ ଥିବା ଅନେକ ରହସ୍ୟ ଉପରୁ […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ଘରୁ ମିଳିଲା ୫ ଡାଏରୀ, ଥାନାରେ ରିୟା ଚକ୍ରବର୍ତ୍ତୀ

riya

Advertisment

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ମୁମ୍ୱାଇ ପୁଲିସ ଏଯାଏ ମୃତ୍ୟୁର ସଠିକ୍‌ କାରଣ ଜାଣିପାରିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ବ୍ୟକ୍ତିଗତ ନା ପ୍ରଫେସନାଲ୍‌  କାରଣ ଯୋଗୁଁ ହୋଇଛି, ସେ ନେଇ ପୁଲିସ ତଦନ୍ତ ଜାରିରଖିଛି। ତେବେ ଛାନ୍‌ଭିନ୍‌ ବେଳେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ପୁଲିସ ତାଙ୍କ ହାତଲେଖା ୫ଟି ଡାଏରୀ ଜବତ କରିଛି।

Advertisment

ଏହିସବୁ ଡାଏରୀ ସୁଶାନ୍ତଙ୍କ ଜୀବନ ସହ ଜଡ଼ିତ ଥିବା ଅନେକ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ପୁଲିସ ଅନୁମାନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଏହି ମାମଲାରେ ୧୦ ଜଣଙ୍କର ବୟାନ୍‌ ରେକର୍ଡ କରିସାରିଛି।

ଏପରିକି ବୁଧବାର କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବ୍‌ଡାକୁ ପୁଲିସ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ମୁକେଶଙ୍କ କହିବା ଅନୁଯାୟୀ, ‘ସୁଶାନ୍ତ ଜଣେ ପ୍ରତିଭାବାନ୍‌ ଅଭିନେତା ଥିଲେ। ଯିଏ ଫୋନ୍‌ରେ କଥା ହେବାକୁ ପସନ୍ଦ କରୁନଥିଲେ। ଅଧିକାଂଶ ସମୟରେ ମୁଁ ତାଙ୍କୁ ଫୋନ୍‌ କଲେ, ସେ ଫୋନ୍‌ କାଟି ଦେଇଥା’ନ୍ତି। ତାଙ୍କୁ ପ୍ଲେଷ୍ଟେସନରେ ଗେମ୍‌ ଖେଳିବା ପସନ୍ଦ ଥିଲା ଏବଂ ସେ ବିଶେଷ କରି 'quantum of physics'ର ବହି ପଢ଼ିବାକୁ ପସନ୍ଦ କରୁଥିଲେ।’

Advertisment

publive-image

ମୁକେଶ ଆହୁରି ମଧ୍ୟ କହିଛନ୍ତି, ସେ ଶେଷଥର ପାଇଁ ୨୭ ମେ’ ସୁଶାନ୍ତଙ୍କ ଜନ୍ମଦିନରେ ତାଙ୍କ ସହିତ କଥା ହୋଇଥିଲେ। ଯେଉଁ ସମୟରେ ସେ ବିଲ୍‌କୁଲ୍‌ ସାଧାରଣ ସ୍ୱଭାବର ଲାଗୁଥିଲେ।

ସୁଶାନ୍ତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ପାଇଁ ମୁକେଶଙ୍କୁ ଡକ୍ୟୁମେଣ୍ଟସ୍‌ ମାଗିଥିଲେ। ଯେଉଁଥିରେ ଫିଲ୍ମ ଅଫର୍‌ ସହିତ ଜଡ଼ିତ ଥିବା କିଛି କଥା ରହିଥିଲା। ‘ଦିଲ୍ ବେଚାରା’ ଫିଲ୍ମର ଡାଇରେକ୍ଟର ଥିଲେ ମୁକେଶ। କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ର ମଧ୍ୟ ମୁକେଶ କାଷ୍ଟିଂ ଡାଇରେକ୍ଟର ରହିଥିଲେ। ସୁଶାନ୍ତଙ୍କର ଜଣେ ଭଲ ବନ୍ଧୁ ହୋଇଥିବାରୁ ସେ ତାଙ୍କର ଅନ୍ତିମ ସଂସ୍କାରରେ ମଧ୍ୟ ଉପସ୍ଥିତ ରହିଥିଲେ।

publive-image

ଏହା ପୂର୍ବରୁ ସୁଶାନ୍ତଙ୍କ ଦୁଇ ମ୍ୟାନେଜରଙ୍କ ବୟାନକୁ ପୁଲିସ ରେକର୍ଡ କରିଥିଲା। ଆଜି ବାନ୍ଦ୍ରା ପୁଲିସ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି। ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟରେ ଆତ୍ମହତ୍ୟା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଭିନ୍ନ ଅଭିଯୋଗ ଅନୁଯାୟୀ ମାମଲା ଦାୟର କରାଯାଇଛି। କୁହାଯାଉଛି ଯେ ସେ ୬ ମାସ ଧରି ଡିପ୍ରେସନରେ ରହିଥିଲେ। ଯେଉଁଥିପାଇଁ ସେ ଡିପ୍ରେସନର ମେଡିସିନ୍ ମଧ୍ୟ ଖାଉଥିଲେ। ତେଣୁ ଡିପ୍ରେସନର କାରଣ ଜାଣିବା ପାଇଁ ପୁଲିସ ତାଙ୍କର ସାଙ୍ଗମାନଙ୍କୁ ତଦନ୍ତରେ ସାମିଲ କରିଛି।

ସେପଟେ ବିହାର ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଅପିଲ କରିଛନ୍ତି। ଚିରାଗଙ୍କର କହିବା ଅନୁସାରେ, ନୀତିଶ କୁମାର ଏହି ମାମଲାରେ ମହାରାଷ୍ଟ୍ର ସରକାରଙ୍କ ସହିତ କଥା ହୁଅନ୍ତୁ ଏବଂ ଷଡ଼ଯନ୍ତ୍ରକାରୀ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସୁଶାନ୍ତଙ୍କ ସ୍ମୃତିରେ ନିର୍ଦ୍ଦେଶକ ଅଭିଷେକ କପୁର ଓ ତାଙ୍କ ସ୍ତ୍ରୀ ପ୍ରଜ୍ଞା କପୁର କରୋନା ଭାଇରସ୍‌ରେ ପ୍ରଭାବିତ ଥିବା ୩୪୦୦ ପରିବାରଙ୍କୁ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର ସୂଚନା ପ୍ରଜ୍ଞା ସୋଶାଲ ମିଡିଆରେ ଦେଇଛନ୍ତି।

https://www.instagram.com/p/CBftbjYDbMP/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe