Advertisment

ଚୋରି ଅଭିଯୋଗରେ ଦୁଇ ଅଭିନେତ୍ରୀ ଗିରଫ

ମୁମ୍ୱାଇ: ଟିଭି ପରଦାରେ ଅଭିନୟ ଜରିଆରେ ଲୋକଙ୍କୁ ଅପରାଧ ସମ୍ପର୍କରେ ସୂଚାଉ ଥିଲେ ଦୁଇ ଅଭିନେତ୍ରୀ। ଏବେ କିନ୍ତୁ ଏହି ଦୁଇ ଅଭିନେତ୍ରୀ ଚୋରି କରି ଗିରଫ ହୋଇଛନ୍ତି। ମହାରାଷ୍ଟ୍ରର ଆରେ କଲୋନୀରେ ଦୁଇ ମହିଳା ଅଭିନେତ୍ରୀ ପେଇଙ୍ଗ ଗେଷ୍ଟ ହାଉସରେ ରହୁଥିବା ବେଳେ ଚୋରି କରିଥିବା ଜଣାପଡ଼ିଛି। ପେଇଙ୍ଗ ଗେଷ୍ଟ ହାଉସରୁ ୩.୨୮ ଲକ୍ଷରୁ ଅଧିକ ଟଙ୍କା ଏହି ଦୁଇ ଅଭିନେତ୍ରୀ ଚୋରି କରିଥିବା ଅଭିଯୋଗ ରହିଥିଲା। ପୁଲିସ ଏବେ ଏହି ଦୁଇ ଅଭିନେତ୍ରୀଙ୍କୁ ଗିରଫ […]

ଅଦ୍ୟତନ ହୋଇଛି
ଚୋରି ଅଭିଯୋଗରେ ଦୁଇ ଅଭିନେତ୍ରୀ ଗିରଫ

two-actress-arrested

Advertisment

ମୁମ୍ୱାଇ: ଟିଭି ପରଦାରେ ଅଭିନୟ ଜରିଆରେ ଲୋକଙ୍କୁ ଅପରାଧ ସମ୍ପର୍କରେ ସୂଚାଉ ଥିଲେ ଦୁଇ ଅଭିନେତ୍ରୀ। ଏବେ କିନ୍ତୁ ଏହି ଦୁଇ ଅଭିନେତ୍ରୀ ଚୋରି କରି ଗିରଫ ହୋଇଛନ୍ତି। ମହାରାଷ୍ଟ୍ରର ଆରେ କଲୋନୀରେ ଦୁଇ ମହିଳା ଅଭିନେତ୍ରୀ ପେଇଙ୍ଗ ଗେଷ୍ଟ ହାଉସରେ ରହୁଥିବା ବେଳେ ଚୋରି କରିଥିବା ଜଣାପଡ଼ିଛି। ପେଇଙ୍ଗ ଗେଷ୍ଟ ହାଉସରୁ ୩.୨୮ ଲକ୍ଷରୁ ଅଧିକ ଟଙ୍କା ଏହି ଦୁଇ ଅଭିନେତ୍ରୀ ଚୋରି କରିଥିବା ଅଭିଯୋଗ ରହିଥିଲା। ପୁଲିସ ଏବେ ଏହି ଦୁଇ ଅଭିନେତ୍ରୀଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି। ଉଭୟଙ୍କ ପାଖରୁ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଏହି ଦୁଇ ଅଭିନେତ୍ରୀ ସାବଧାନ ଇଣ୍ଡିଆ ଏବଂ କ୍ରାଇମ ପେଟ୍ରୋଲ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି।

Advertisment

ପୁଲିସ ଜେରା କରିବା ପରେ କହିଛି ଉଭୟ ଅଭିନେତ୍ରୀ ଅର୍ଥନୀତିକ ଅଭାବରେ ରହିଥିଲେ। ନିକଟରେ ଉଭୟ ଆରେ କଲୋନୀର ଏକ ପେଇଙ୍ଗ ଗେଷ୍ଟ ହାଉସକୁ ସିଫ୍ଟ ହୋଇଥିଲେ। ଏହି ପେଇଙ୍ଗ ଗେଷ୍ଟ ହାଉସ ଉଭୟଙ୍କର ବନ୍ଧୁ ଚଳାଉଥିଲେ। ହେଲେ ମେ ୧୮ ତାରିଖ ଦିନ ଉଭୟ ସମାନ ପେଇଙ୍ଗ ଗେଷ୍ଟ ହାଉସରେ ରହୁଥିବା ଜଣେ ମହିଳାଙ୍କ ଲକରରୁ ୩.୨୮ ଲକ୍ଷ ଟଙ୍କା ଚୋରି କରି ଖସି ପଳାଇଥିଲେ।

https://twitter.com/ANI/status/1405769420497068033?s=20

ଏହାପରେ ଚୋରିର ଶିକାର ମହିଳା ଥାନାରେ ଏତଲା ଦେଇଥିଲେ।  ସେ ଅଭିନେତ୍ରୀ ସୁରଭୀ ସୁରେନ୍ଦ୍ର ଲାଲ ଶ୍ରୀବାସ୍ତବ (୨୫) ଏବଂ ମନୀଷା ମୁଖତାର ସେଖ୍ (୧୯)ଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ସଂପୃକ୍ତ ଗେଷ୍ଟ ହାଉସର ସିସିଟିଭି ଫୁଟେଜ ଜବତ କରିବା ପରେ ଜଣାପଡ଼ିଥିଲା ଯେ ଏହି ଦୁଇ ଅଭିଯୁକ୍ତ ଲକରରୁ ଚୋରି କରିଛନ୍ତି। କାରଣ ଗେଷ୍ଟ ହାଉସରୁ ଟଙ୍କା ବିଡା ଧରି ଦୁଇ ଅଭିନେତ୍ରୀ ଯାଉଥିବାର ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଯାହାକୁ ଆଧାର କରି ପୁଲିସ ତଦନ୍ତ କରିଥିଲା।

Advertisment

ପୁଲିସ ଏହାପରେ ଉଭୟଙ୍କୁ ଦୀର୍ଘ ଦିନ ଧରି ଖୋଜିବା ପରେ ଶୁକ୍ରବାର ପାଇଛି। ଆରେ ଥାନାର ଅଧିକାରୀ ନୂତନ ପାଓ୍ୱାର କହିଛନ୍ତି ଦୁଇ ଜଣ ମହିଳା ଯିଏକି କ୍ରାଇମ ପେଟ୍ରୋଲ ଓ ସାବଧାନ ଇଣ୍ଡିଆ ଧାରାବାହିକ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି ସେମାନେ ଆରେର ଏକ ପେଇଙ୍ଗ ଗେଷ୍ଟ ହାଉସରୁ ଚୋରି ମାମଲାରେ ଗିରଫ ହୋଇଛନ୍ତି। ସେମାନେ ଧାରାବାହିକ କାର୍ଯ୍ୟକ୍ରମ ବ୍ୟତୀତ ଅନେକ ଓ୍ୱେବ ସିରିଜରେ ମଧ୍ୟ କାମ କରିଛନ୍ତି। ଗିରଫ ବେଳେ ପୁଲିସ ଉଭୟଙ୍କ ପାଖରୁ ୫୦ ହଜାର ଟଙ୍କା ଜବତ କରିଛି। ଉଭୟଙ୍କ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କୁ ସ୍ଥାନୀୟ କୋର୍ଟ ଜୁନ ୨୩ ଯାଏ ପୁଲିସ ହେପାଜତକୁ ପଠାଇଛନ୍ତି।

Mumbai Hindi Television
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe