Advertisment

ଜନ୍ମ ଦିନରେ ବିଗ୍‌ ବସ୍‌-୧୭ ଜିତିଲେ ମୁନାୱର; ମିଳିଲା ୫୦ ଲକ୍ଷ

ଗତକାଲି ମୁନାୱରଙ୍କ ବାର୍ଥ-ଡେ ଥିବା ବେଳେ ସେ ବିଗ୍‌ ବସ୍‌ ବିଜେତା ଘୋଷିତ ହୋଇଛନ୍ତି। ଏହା ତାଙ୍କ ପାଇଁ ସବୁଠୁ ବେଷ୍ଟ ବାର୍ଥ଼-ଡେ ଗିଫ୍ଟ ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Big Boss- 17 winner

Big Boss- 17 winner

ରିଅଲିଟି ଶୋ’ ବିଗ୍‌ ବସ୍‌-୧୭କୁ ମିଳି ଯାଇଛି ବିଜେତା । ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଗ୍‌ ବସ୍‌- ଟ୍ରଫିକୁ ନିଜ ନାମରେ କରି ପାରିଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ ମୁନାୱର ଫାରୁକି।

Advertisment

ଗତକାଲି ମୁନାୱରଙ୍କ ବାର୍ଥ-ଡେ ଥିବା ବେଳେ ସେ ବିଗ୍ଜ ବସ୍‌ ବିଜେତା ଘୋଷିତ ହୋଇଛନ୍ତି। ଏହା ତାଙ୍କ ପାଇଁ ସବୁଠୁ ବେଷ୍ଟ ବାର୍ଥ଼-ଡେ ଗିଫ୍ଟ ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି। ଏହା ମୁନାୱରଙ୍କ ଖୁସିକୁ ଦ୍ୱିଗୁଣ କରି ଦେଇଥିବା ବେଳେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। । ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସମେତ ପୁରସ୍କାର ସ୍ୱରୂପ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‌ ମିଳିଛି। ଏହା ପୂର୍ବରୁ ମୁନାୱର କଙ୍ଗନା  ରାଣାୱତ ହୋଷ୍ଟ କରୁଥିବା ‘Lockk Up’, ର ପ୍ରଥମ ସିଜିନର ବିଜେତା ଘୋଷିତ ହୋଇଥିଲେ।

ବିବାଦୀୟ ରିଅଲିଟି ଶୋ’ ବିଗ୍‌ ବସ୍‌-୧୭ର ବିଜେତା ନାଁ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିବା ବେଳେ ଶେଷରେ ଗତକାଲି ଆୟୋଜିତ ହୋଇଥିଲା ଗ୍ରାଣ୍ଡ ଫିନାଲେ । ଶେଷ ମୁହୂର୍ତ୍ତରେ ଅଙ୍କିତା ଲୋଖାଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି ଓ ମୁନାୱର ଫାରୁକିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମାତ୍ର ଶେଷରେ ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାୱରଙ୍କୁ ବିଜୟୀ ଘୋଷଣା କରିଥିଲେ। ବିଗ୍‌ ବସ୍‌ରେ ମୁନାୱରଙ୍କ ପର୍ସନାଲ ଲାଇଫ ଓ ଲଭ୍‌ ଲାଇଫ୍‌କୁ ନେଇ ବହୁ ଚର୍ଚ୍ଚା ହୋଇଥିବା ବେଳେ ସେ ବହୁ କଣ୍ଟ୍ରୋଭର୍ସିରେ ବି ଫସିଥିଲେ।

Advertisment

୧୯୯୨ ଜାନୁଆରୀ ୨୮ରେ ଗୁଜରାଟର ଜୁନାଗଡ଼ରେ ଏକ ମୁସଲିମ୍‌ ପରିବାରରେ ଜନ୍ମିତ ମୁନାୱରଙ୍କର ଅଭିନୟ ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା। ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ପଞ୍ଚମରୁ ପଢ଼ା ଛାଡ଼ିଦେଇଥିଲେ। ୧୪ ବର୍ଷ ବୟସରେ ମା’ଙ୍କୁ ହରାଇବା ପରେ ମୁମ୍ବାଇ ଯାଇ କ୍ୟାରିୟର ପାଇଁ ସଂଘର୍ଷ କରିଥିଲେ। ହାସ୍ୟାଭିନେତା ଭାବେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ।

Big Boss