/odisha-reporter/media/post_attachments/uploads/2019/06/rabi-swain1-1.jpg)
rabi-swain1-(1)
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋଲ୍ଡିଂ ଛତା ଘୋଡ଼ି କୁଆଡେ଼ ଯାଉଛ, ମତେ ଟିକେ ନିଅ, ପ୍ରେମର ଏ ବରଷାରେ ଭିଜିବି କି ନାହିଁ ଥରେ କହିଦିଅ’। ଏମିତି ଏକ ରୋମାଣ୍ଟିକ୍ ଗୀତକୁ ନେଇ ମ୍ୟୁଜିକାଲ୍ ଆଲବମ୍ ପ୍ରସ୍ତୁତ ହୋଇଛି। ଏହାର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ଶୁଟିଂ ପୂର୍ବରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।
Advertisment
ଏହି ଗୀତର ଗୀତିକାର ହେଉଛନ୍ତି ଯୁବକବି ସରୋଜ ବଳ। ସେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଏଥିରେ କଣ୍ଠଦାନ ବି ଦେଇଛନ୍ତି। ଶିଳ୍ପୀ ଅମ୍ରିତା ମଧ୍ୟ ଏଥିରେ କଣ୍ଠ ଦେଇଛନ୍ତି। ପ୍ରିୟାଂଶୁ ପ୍ରିୟଦେବ ଓ କଳ୍ପନା ଏଥିରେ ନାୟକ ଓ ନାୟିକା ଭାବେ ଅଭିନୟ କରିଛନ୍ତି।
ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଡେନିମ୍ ଆଣ୍ଡ ବ୍ଲୁଜ୍ ଡ଼୍ୟାନ୍ସ କ୍ଲାସ କ୍ୟାମ୍ପସରେ ଏଇ ମ୍ୟୁଜିକାଲ୍ ଆଲବମ୍ର ଶୁଭ ମହୁରତକୁ ନେଇ ସମସ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
