Advertisment

ସ୍ୱୟମ୍‌ଙ୍କ ଗୁମର ଖୋଲିଲେ ଦାଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମ୍‌ଦାର୍। ସେ ଅନେକ ହିଟ୍‌ ଗୀତ ଦେଇଛନ୍ତି। ସେ ନିଜେ ବି ଭଲ ଗୀତ ଗାଆନ୍ତି। ତେବେ ଓଲିଉଡ୍‌ର ‘ଦାଦା’ ଭାବେ ପରିଚିତ ଅଭିଜିତ୍ କେବଳ ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ଗଢ଼ିବାରେ ବି ସେ ମାହିର। କୁହାଯାଏ, ଦାଦାଙ୍କର ସମସ୍ତଙ୍କ ସାଙ୍ଗରେ ଜମେ। ଲୋକଙ୍କ ସହିତ ମିଶିବାକୁ ଓ ଗପସପ କରିବାକୁ ସେ ବେଶ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
ସ୍ୱୟମ୍‌ଙ୍କ ଗୁମର ଖୋଲିଲେ ଦାଦା

abhijeet-majumdar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମ୍‌ଦାର୍। ସେ ଅନେକ ହିଟ୍‌ ଗୀତ ଦେଇଛନ୍ତି। ସେ ନିଜେ ବି ଭଲ ଗୀତ ଗାଆନ୍ତି। ତେବେ ଓଲିଉଡ୍‌ର ‘ଦାଦା’ ଭାବେ ପରିଚିତ ଅଭିଜିତ୍ କେବଳ ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ଗଢ଼ିବାରେ ବି ସେ ମାହିର। କୁହାଯାଏ, ଦାଦାଙ୍କର ସମସ୍ତଙ୍କ ସାଙ୍ଗରେ ଜମେ। ଲୋକଙ୍କ ସହିତ ମିଶିବାକୁ ଓ ଗପସପ କରିବାକୁ ସେ ବେଶ୍‌ ପସନ୍ଦ କରନ୍ତି। ସମସ୍ତଙ୍କ ସହିତ ଭଲରେ ମିଶନ୍ତି ବୋଲି କିଏ କେମିତିକା ଲୋକ, ତାହା ବି ତାଙ୍କୁ ଭଲ ଭାବେ ମାଲୁମ୍‌।

Advertisment

ନିକଟରେ ତରଙ୍ଗ ମ୍ୟୁଜିକ୍‌ର ‘ରେଡିଓ ଟାଇମ୍ସ ୱିଥ୍ ଅନନ୍ୟା’ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଦାଦା ଗାୟକ ସ୍ୱୟମ୍‌ ପାଢ଼ୀଙ୍କ ଗୁମର ଖୋଲିଥିଲେ। ତା’ହେଲେ ଦାଦା ତାଙ୍କ ସମ୍ପର୍କରେ ଏମିତି କ’ଣ କହିଥିଲେ?

ଦାଦା କହିଥିଲେ, ସ୍ୱୟମ୍ ଜଣେ ଛୁପା ରୁସ୍ତମ। ପ୍ରଥମେ ଯେତେବେଳେ ‘ତୁ ନୂଆ ଶାୟରୀ’ ଗୀତ ଗାଇବା ପାଇଁ ସେ ଆସିଥିଲେ ସେତେବେଳେ ତାଙ୍କ ପାଟିରୁ କଥା ବାହାରୁ ନଥିଲା। ସବୁବେଳେ ସେ ଚୁପ୍‌ଚାପ୍‌ ରହୁଥିଲେ। କିନ୍ତୁ ଏବେ ଷ୍ଟୁଡିଓରେ ସେ ସବୁଠୁ ଅଧିକ ଦୁଷ୍ଟାମି କରୁଛନ୍ତି। ସବୁଠୁ ଅଧିକ ହଇରାଣ ସେ କରୁଛନ୍ତି। ତେବେ ସ୍ୱୟମଙ୍କ ଗୀତ ଗାଇବାର ଦକ୍ଷତାକୁ ଦାଦା ଭାରି ପ୍ରଶଂସା କରିଥିଲେ। publive-imageସୂଚନାଯୋଗ୍ୟ, ନିକଟରେ ଅଭିଜିଦ୍‌ ମଜୁମ୍‌ଦାରଙ୍କ ନିର୍ଦ୍ଦେଶନାରେ ସ୍ୱୟମ୍‌ ‘ତୁ ଚଞ୍ଚଳ ନଈ’ ଗୀତ ଗାଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇ ଦଶହରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ଏହି ରୋମାଣ୍ଟିକ୍ ଗୀତଟି ଅଛି। ଗୀତଟିକୁ ଦର୍ଶକମାନେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି।

Advertisment