Advertisment

ପରଲୋକରେ ସାଜିଦ୍-ୱାଜିଦ୍ ଯୋଡ଼ିର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍, ସଲମାନଙ୍କର ଥିଲେ ସବୁଠୁ ପ୍ରିୟ

ମୁମ୍ବାଇ: ୨୦୨୦ ମସିହା ଭାରତୀୟ ସିନେମା ଜଗତ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ନେଇ ଆସୁଛି। ଇର୍ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କ ପରେ ଏବେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ପରଲୋକ ଖବର ଆସିଛି। ସୋମବାର ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ମୃତ୍ୟୁବେଳକୁ ୪୨ ବର୍ଷ ହୋଇଥିଲା। My deep condolences to #WajidKhan Ji’s family. Still can’t believe that he is no more. Have always […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ପରଲୋକରେ ସାଜିଦ୍-ୱାଜିଦ୍ ଯୋଡ଼ିର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍, ସଲମାନଙ୍କର ଥିଲେ ସବୁଠୁ ପ୍ରିୟ

wajid

ମୁମ୍ବାଇ: ୨୦୨୦ ମସିହା ଭାରତୀୟ ସିନେମା ଜଗତ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ନେଇ ଆସୁଛି। ଇର୍ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କ ପରେ ଏବେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ପରଲୋକ ଖବର ଆସିଛି। ସୋମବାର ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ମୃତ୍ୟୁବେଳକୁ ୪୨ ବର୍ଷ ହୋଇଥିଲା।
https://twitter.com/HarshdeepKaur/status/1267195329679507457?s=20

Advertisment

ନିଜ ଭାଇ ସାଜିଦ୍‌ ଖାନ୍‌ଙ୍କ ସହ ମିଶି ଏକାଠି ସାଜିଦ୍‌-ୱାଜିଦ୍‌ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ। ୱାଜିଦ୍‌ ଗତ କିଛି ବର୍ଷ ଧରି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିବା ଖବର ମିଳୁଛି। ତେପେ ଏଯାଏ ସ୍ପଷ୍ଟ ସୂଚନା ଆସିନି। ତାଙ୍କର ସାଥୀ କଳାକାରମାନେ ଟ୍ୱିଟରରେ ଏ ବାବଦରେ ଦୁଃଖ ପ୍ରକାଶ କରିଛନ୍ତି।
https://twitter.com/salim_merchant/status/1267187747506315264?s=20
ସାଜିଦ୍‌-ୱାଜିଦ୍‌ ବଲିଉଡ୍‌ର ପ୍ରମୁଖ ଅଭିନେତା ସଲମାନ୍‌ ଖାନ୍‌ଙ୍କ ଅନ୍ୟତମ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ। ଏ ଦୁହେଁ ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟାରୁ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ପାଇଁ ଅଣ ଚଳଚ୍ଚିତ୍ର ମ୍ୟୁଜିକ ଆଲବମ୍‌ ‘ଦୀୱାନା’ର ସଙ୍ଗୀତ ମଧ୍ୟ ଦେଇଥିଲେ। ଏଥିରେ ଦୀୱାନା ତେରା, ଅବ୍‌ ମୁଝେ ରାତ୍‌ ଦିନ୍‌ ଏବଂ ଇସ୍‌ କଦର ପ୍ୟାର ହୈ ଆଦି ଗୀତ ଥିଲା। ସେହିଭଳି ‘ହେଲୋ ବ୍ରଦର’ର ହଟା ସାୱନ୍‌ କି ଘଟା ବହୁତ ପ୍ରସିଦ୍ଧ ହୋଇପାରିଥିଲା।
https://twitter.com/ParineetiChopra/status/1267208980155129861?s=20
https://twitter.com/mishrasugandha/status/1267206935410929664?s=20
ଅନେକ ଗୀତ କମ୍ପୋଜ୍‌ କରିଥିଲେ ମଧ୍ୟ ସଲମାନଙ୍କ ଫିଲ୍ମର ଏ ଯୋଡ଼ିର ସଙ୍ଗୀତ ବେଶ ହୃଦୟ ଛୁଆଁ ହୋଇଥିଲା। ତୁମ୍‌କୋ ନା ଭୁଲ୍‌ ପାୟେଙ୍ଗେଠାରୁ ଆରମ୍ଭ କରି ମ୍ୟୁଜିକାଲ ହିଟ୍‌ ତେରେ ନାମ୍, ଗର୍ବ, ମୁଝ୍‌ସେ ଶାଦି କରୋଗୀ, ପାର୍ଟନର, ହେଲୋ, ଗଡ୍‌ ତୁସି ଗ୍ରେଟ୍‌ ହୋ, ୱାଣ୍ଟେଡ୍‌, ମେଁ ଔର ମିସେସ୍‌ ଖାନ୍ନା, ବୀର. ଦବଙ୍ଗ, ନୋ ପ୍ରୋବ୍ଲେମ୍, ଏକ୍‌ଥା ଟାଇଗର ଯାଏ ଦୀର୍ଘ ଥିଲା ଏହି ସଙ୍ଗୀତ ଯାତ୍ରା।

ନିଜେ ୱାଜିଦ୍‌ ଗୀତ ମଧ୍ୟ ଲେଖୁଥିଲେ। ବେଶ କିଛି ଫିଲ୍ମରେ ସେ ଗୀତ ଲେଖିଛନ୍ତି। ଆଉ ଗାୟକ ଭାବେ ସେ ହୁଡ୍‌ ହୁଡ୍ ଦବଙ୍ଗ, ଜଲ୍‌ୱା, ଚିନ୍ତା ତା ତା ଚିନ୍ତା ଚିନ୍ତା ଏବଂ ଫେବିକଲ୍‌ ସେ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଗୀତ ଗୁଡ଼ିକ ଡ୍ୟାନ୍ସ ନମ୍ବର ଭାବେ ପ୍ରସିଦ୍ଧି ପାଇଥିଲା। ସାଜିଦ୍‌-ୱାଜିଦ୍‌ ଶେଷ ଥର ପାଇଁ ସଲାମାନ୍‌ଙ୍କ ଭାଇ-ଭାଇ ପାଇଁ ଗୀତ କମ୍ପୋଜ୍‌ କରିଥିଲେ।

Advertisment