/odisha-reporter/media/post_attachments/uploads/2015/09/hrithik-sonam1.jpg)
hrithik-sonam1
ମୁମ୍ବାଇ: ପରଦାରେ ହ୍ରିତିକ ରୋଶନ ଓ ସୋନମ କପୁରଙ୍କ ଜବରଦସ୍ତ କେମେଷ୍ଟ୍ରୀ। ସୁନ୍ଦର ଲୋକେସନ୍, ଫ୍ରେସ୍ ଯୋଡ଼ି ଆଉ କ୍ଲାସିକ୍ ନମ୍ୱରସ, ରିଲିଜ ହୋଇଛି ଆଇକନିକ ବଲିଉଡ୍ ନମ୍ୱର ‘ଧିରେ ଧିରେ ସେ’ର ଏକ ନୂଆ ମ୍ୟୁଜିକ୍ ଭିଡିଓ। ଆଉ ଏଥିରେ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ ମିଳୁଛି ହ୍ରିତିକ-ସୋନମଙ୍କ ରୋମାନ୍ସ। ତୁର୍କୀର ସୁନ୍ଦର ଲୋକେସନରେ ସୁଟିଂ କରାଯାଇଛି। ଏହି ମ୍ୟୁଜିକ ଭିଡିଓ ୯୦ଦଶକର ବହୁଚର୍ଚ୍ଚିତ ଫିଲ୍ମ ଆସିକର ଏହି ଗୀତଟି ସେତେବେଳେ କୁମାର ସାନୁ ଓ ମ୍ୟୁଜିକ୍ କମ୍ପୋଜର ନଦୀମ-ଶ୍ରବଣଙ୍କ କ୍ୟାରିୟର୍ ପାଇଁ ହିଟ୍ ସାବ୍ୟସ୍ତ ହୋଇଥିଲା।ତେବେ ଏହି ୯୦ଦଶକର ଏଇ ସୁନ୍ଦରଗୀତଟିକୁ ମଡଣ୍ଣନାଇଜ କରାଯାଇଛି ଏହି ଭିଡିଓରେ। ହ୍ରିତିକ- ସୋନମ ଷ୍ଟାରର ଏହି ମ୍ୟୁଜିକ ଭିଡିଓ ଟିକୁ ହୋଇଛନ୍ତି ରାପର ହନି ସିଂହ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
