Advertisment

ରଜ ଅବସରରେ ତରଙ୍ଗ ପ୍ଲସ୍‌ରେ ରିଲିଜ୍ ହେଲା My Sweet House Wife, ମାଗଣାରେ ଦେଖିପାରିବେ

ଶିଶିର କୁମାର ସାହୁ ଓ ପିନାକୀ ସିଂହ ‘My Sweet House Wife’ର ନିର୍ଦ୍ଦେଶନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Odia OTT Platform, My Sweet House Wife, Tarang Plus, Odia Movie

Naina Dash and Pritiraj

Advertisment

ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ। ଆଜି ପାଳନ ହେଉଛି ପହିଲି ରଜ। ଆଉ ଏହି ଅବସରରେ ରିଲିଜ୍ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘My Sweet House Wife’। ଓଟିଟି ଫ୍ଲାଟ୍‌ ଫର୍ମ ତରଙ୍ଗ ପ୍ଲସ୍‌ରେ ଏହା ରିଲିଜ୍ ହୋଇଛି। ଦର୍ଶକମାନେ ଏହି ଫିଲ୍ମକୁ ତରଙ୍ଗ ପ୍ଲସ୍‌ରେ ମାଗଣାରେ ଦେଖିପାରିବେ। ପୂର୍ବରୁ ଏହାର ପ୍ରୋମୋ ରିଲିଜ୍ ହୋଇଥିଲା।

Advertisment

‘My Sweet House Wife’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନୈନା ଦାଶ ତିୱାରୀ ଓ ପ୍ରୀତିରାଜ ଶତପଥୀ। ସେହିଭଳି କୁନା ତ୍ରିପାଠୀ, ବିଜୟିନୀ ଦାସ, ଜୟପ୍ରକାଶ ଦାସ, ରବି ମିଶ୍ର, ପ୍ରସନ୍ନଜୀତ ମହାପାତ୍ର ଓ ନୀଳମଣି ସାହୁ ପ୍ରମୁଖ ଅଭିନୟ କରିଛନ୍ତି। Mystic Claw ClapSS ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ଲୀର କାହାଣୀ ଲେଖିଛନ୍ତି ଅମିତ କୁମାର ଦାଶ ଓ ମିଷ୍ଟିକ୍ କ୍ଲ କ୍ଲାପ୍‌ସ। ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅମିତ କୁମାର ଦାସ, ଗୀତଗୁଡ଼ିକୁ ସତ୍ୟ ବଳ, ଦିବ୍ୟଜ୍ୟୋତି ସାହୁ, ଚିନ୍ମୟ ଦାସ ଓ କୁମାରଶ୍ରୀ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ରାଉଳ। ଏହି ଫିଲ୍ମର ଗୀତଗୁଡ଼ିକ ପାଇଁ କଣ୍ଠ ଦେଇଛନ୍ତି ଅସୀମା ପଣ୍ଡା, କୁଲଦୀପ ପଟ୍ଟନାୟକ, ନାବ୍ୟା ଜୈତି, ଅନୁରାଗ ଦାସ ଓ ଅନନ୍ୟା।

ଶିଶିର କୁମାର ସାହୁ ଓ ପିନାକୀ ସିଂହଙ୍କ ନିର୍ଦ୍ଦେଶିତ ‘My Sweet House Wife’ ଫିଲ୍ମରେ ଏକ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କରେ ଥିବା ଜଟିଳାକୁ ପ୍ରଦର୍ଶିତ କରାଯାଇଛି। ଏଥିରେ ପତିପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ନୈନା ଦାଶ ତିୱାରୀ ଓ ପ୍ରୀତିରାଜ ଶତପଥୀ। ସେମାନେ ଏହି ଫିଲ୍ମରେ ଅପର୍ଣ୍ଣା ଓ ରୁଦ୍ର ଚରିତ୍ରରେ ଅଭିନୟ କରିଛନ୍ତି। ଅପର୍ଣ୍ଣା ଜଣେ ହାଉସ୍‌ୱାଇଫ୍‌ ଭୂମିକାରେ ଅଭିନୟ କରୁଥିବା ବେଳେ ପ୍ରୀତିରାଜ ଜଣେ ସରକାରୀ କର୍ମଚାରୀ ଭୂମିକାରେ ଅଭିନୟ କରିଛନ୍ତି। ସେମାନେ ବାହାରକୁ ଖୁସି ଜଣାପଡ଼ୁଥିଲେ ମଧ୍ୟ ଅପର୍ଣ୍ଣା ସଦାବେଳେ ଅନୁଭବ କରନ୍ତି ଯେ ସେ ରୁଦ୍ରଙ୍କ ଇଚ୍ଛା ମଧ୍ୟରେ ବନ୍ଦୀ ହୋଇ ରହିଯାଇଛନ୍ତି। ଅପର୍ଣ୍ଣା ନିଜ ଇଚ୍ଛାକୁ ପୂରଣ କରିପାରୁ ନାହାନ୍ତି। କାରଣ ସେ ଯେତେବେଳେ ଯାହା କରିବାକୁ ଚାହାନ୍ତି, ତାଙ୍କୁ ଆକଟ କରନ୍ତି ବା ସେହି କାମ ନ କରିବାକୁ କୁହନ୍ତି ରୁଦ୍ର। ରୁଦ୍ର ଜଣେ ସରଳ ସରକାରୀ କର୍ମଚାରୀ। ସେ ବିଶ୍ୱାସ କରନ୍ତି ଯେ ଏକ ମଧ୍ୟବିତ ସ୍ୱାଧୀନ ଘରେ ଯାହା ଉପଲବ୍ଧ ରହିଛି ସେଥିରେ ଅପର୍ଣ୍ଣା ଖୁସିରେ ରହିବା ଉଚିତ୍। ଅପର୍ଣ୍ଣାଙ୍କୁ ରୁଦ୍ର ଭଲ ପାଆନ୍ତି। କିନ୍ତୁ ରୁଦ୍ରଙ୍କ ଓଭର ପ୍ରୋଟେକ୍ଟିଭ୍ ନେଚରକୁ ଅପର୍ଣ୍ଣାଙ୍କୁ ଭଲ ଲାଗେ ନାହିଁ। ଆଉ ଏଥିରୁ ସେ ବାହାରିବା ପାଇଁ କିଛି ଏମିତି କାମ କରନ୍ତି ଯାହା ଏକ ଅପ୍ରତ୍ୟାଶିତ ମୋଡ଼ ନେଇଯାଏ ଓ ରୁଦ୍ର ଭାବି ନିଅନ୍ତି ଯେ ଅପର୍ଣ୍ଣାଙ୍କର ଅନ୍ୟ କୌଣସି ପୁରୁଷଙ୍କ ସହିତ ସଂପର୍କ ରହିଛି।

Advertisment

ଫିଲ୍ମଟି ବହୁତ ବଢ଼ିଆ ହୋଇଥିବା ବେଳେ ଏହା କେଉଁଠାରେ ଯାଇ ଶେଷ ହୋଇଛି ଓ ତା’ ମଧ୍ୟରେ ଆଉ କ’ଣ କ’ଣ ଘଟିଛି, ତାହା ଜାଣିବା ପାଇଁ ଫିଲ୍ମଟିକୁ ଦେଖନ୍ତୁ। ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। My Sweet House Wife କୁ ସଂପୂର୍ଣ୍ଣ ଦେଖିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ। 

Watch 'My Sweet House Wife' Full Movie For Free

Tarang Plus My Sweet House Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe