Advertisment

ବଲିଉଡ୍‌ରେ ଡେବ୍ୟୁ କରିବେ ନାଗିନ୍‌

ମୁମ୍ୱାଇ: ଧାରାବାହିକ ‘ନାଗିନ୍‌-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ‘ସୋନମ୍‌ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଜସ୍ସି ଗିଲ୍‌। ‘ନାଗିନ୍‌-୩’ ବ୍ୟତୀତ ସୁରଭି ଅନେକ ପପୁଲାର୍‌ ଟିଭି ଶୋ’ରେ କାମ କରିଛନ୍ତି। ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। କିନ୍ତୁ ବଲିଉଡ୍‌ରେ ସେ ନୂଆ […]

ବଲିଉଡ୍‌ରେ ଡେବ୍ୟୁ କରିବେ ନାଗିନ୍‌

naa

Advertisment

ମୁମ୍ୱାଇ: ଧାରାବାହିକ ‘ନାଗିନ୍‌-୩’ରେ ‘ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ‘ସୋନମ୍‌ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଜସ୍ସି ଗିଲ୍‌।

Advertisment

‘ନାଗିନ୍‌-୩’ ବ୍ୟତୀତ ସୁରଭି ଅନେକ ପପୁଲାର୍‌ ଟିଭି ଶୋ’ରେ କାମ କରିଛନ୍ତି। ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। କିନ୍ତୁ ବଲିଉଡ୍‌ରେ ସେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି। ତା’ସହିତ ଏନେଇ ସେ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି।

‘ସୋନମ୍‌ ଗୁପ୍ତା ବେୱଫା ହେ’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ଏଥିରେ ନୀଲୁ କୋହଲି ଓ ବ୍ରଜେନ୍ଦ୍ର କାଲା ମଧ୍ୟ ଅଭିନୟ କରିବେ।

Advertisment

https://www.instagram.com/p/B123TFkjzQM/?utm_source=ig_web_copy_link

କୁହାଯାଉଛି, ଧାରାବହିକ ନାଗିନ୍‌ର ଚତୁର୍ଥ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ମଧ୍ୟ ସୁରଭି ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସେ ଯାହା ହେଉ, ଟେଲିଭିଜନରେ ବେଶ୍ ସଫଳ ହୋଇଥିବା ସୁରଭି ବଲିଉଡ୍‌ରେ ଦମ୍‌ଦାର୍ ଡେବ୍ୟୁ କରିବାରେ ସଫଳ ହେଉଛନ୍ତି ନା ନାହିଁ, ତାହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe