Advertisment

ଐତିହାସିକ ଦିନ! ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’ ଗୀତ

ନାଟୁ ନାଟୁ ସହ ଆଉ ୪ଟି ଗୀତ ମଧ୍ୟ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି। ଏହି ୫ଟି ଗୀତ ମଧ୍ୟରୁ ଗୋଟିଏ ଓସ୍କାର ପୁରସ୍କାର ଜିତିବ।

author-image
Hemant Lenka
ଅଦ୍ୟତନ ହୋଇଛି
Natu Natu

Natu Natu

ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର ଦୌଡ଼ରେ ସାମିଲ ହୋଇଛି ‘ଆରଆରଆର୍‌’ ସିନେମାର ନାଟୁ ନାଟୁ ଗୀତ। ଶ୍ରେଷ୍ଠ ଅର୍ଜିନାଲ ଗୀତ ବର୍ଗରେ ନାଟୁ ନାଟୁ ମନୋନୀତ ହୋଇଛି। ନାଟୁ ନାଟୁ ସହ ଆଉ ୪ଟି ଗୀତ ମଧ୍ୟ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି। ଏହି ୫ଟି ଗୀତ ମଧ୍ୟରୁ ଗୋଟିଏ ଓସ୍କାର ପୁରସ୍କାର ଜିତିବ।

Advertisment

ନାଟୁ ନାଟୁ ଗୀତ ଗୋଲ୍ଡେନ୍‌ ଗ୍ଲୋବ୍ସ ଆଓ୍ୱାର୍ଡ ଜିତିଥିଲା। ଶ୍ରେଷ୍ଠ ଅର୍ଜିନାଲ ବର୍ଗରେ ଗୀତକୁ ଏପରି ସମ୍ମାନ ମିଳିଥିଲା। ଏବେ ଓସ୍କାର ଦୌଡ଼ରେ ଗୀତ ସାମିଲ ହେବାରୁ ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅନେକ ମତ ଦେଇଛନ୍ତି। ନାଟୁ ନାଟୁ ଗୀତକୁ ଏମଏମ କୀରାଭାନି ତିଆରି କରିଥିବା ବେଳେ ଏହା ସୁପରଡୁପର ହିଟ୍‌ ହୋଇଥିଲା। ଏଥିରେ ଥିବା ମ୍ୟୁଜିକକୁ ପୂରା ବିଶ୍ୱରେ ପ୍ରଶଂସା କରାଯାଇଛି।

ନାଟୁ ନାଟୁ ବ୍ୟତୀତ ଅର୍ଜିନାଲ ସଙ୍ଗ ବର୍ଗରେ Applause (Tell It Like a Woman), Hold My Hand (Top Gun Maverick), Lift Me Up (Black Pather Wakanda Forever) ଓ This is a Life (Everything Everywhere All at Once) ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଭାରତୀରେ ତିଆରି ଦୁଇଟି ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ଓସ୍କାର ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି। All That Breathes ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ଓ The Elephant Whisperers ଶ୍ରେଷ୍ଟ ଶର୍ଟ ଡକ୍ୟୁମେଣ୍ଟାରୀ ବର୍ଗରେ ମୋନନୀତ ହୋଇଛନ୍ତି। ତେବେ ଭାରତୀୟ ଫିଲ୍ମ ଛେଲୋ ଶୋ ବା ଲାଷ୍ଟ ପିକଚର ଫିଲ୍ମ ଚୂଡ଼ାନ୍ତ ନୋମିନେସନ ତାଲିକାରୁ ବାଦ ପଡ଼ିତଛି।

ଏହାବାଦ ଖ୍ୟାତନାମା ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ ଷ୍ଟିଭନ ସ୍ପିଲବର୍ଗଙ୍କ The Fabelmans ଓ Everything Everywhere All at Once (EEAAO) ବେଷ୍ଟ ପିକ୍କଚର୍ କ୍ୟାଟେଗୋରୀରେ ଆଓ୍ୱାର୍ଡ ପାଇବା ପାଇଁ ସବୁଠୁ ଆଗରେ ରହିଛି।

Bollywood News Bollywood Oscar 2022