ଏହି ଯୋଡ଼ି ହେଲେ ‘ନଚ୍‌ ବଲିୟେ’ ବିଜେତା

ମୁମ୍ବାଇ: ସେଲେବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍‌ ବଲିୟେ-୯’ ବେଶ୍ ଚର୍ଚ୍ଚାରେ ରହୁଛି। ଏଥରର ଥିମ୍ ଅନ୍ୟ ସିଜିନ୍‌ରୁ ଟିକେ ହଟକେ ରଖାଯାଇଥିଲା। ଚଳିତ ସିଜିନ୍‌ରେ ମ୍ୟାରେଡ୍ କପଲ୍‌ଙ୍କ ସହ ଏକ୍ସ କପଲ୍ ମଧ୍ୟ ସାମିଲ୍‌ ହୋଇଥିଲେ। ଫଳରେ ଶୋ’ରେ ଅନେକ ଡ୍ରାମା ଓ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା। ତେବେ ହାଇ ଟିଆରପି ରଖୁଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡ୍‌ର ଶୁଟିଂ ସରିଯାଇଛି, ଯାହା ଆସନ୍ତା ୱିକେଣ୍ଡରେ ପ୍ରସାରିତ ହେବ। Exclusive #BiggBoss_Tak WINNER – […]

nachh

nachh

Chinmayee Roy
  • Published: Wednesday, 30 October 2019
  • Updated: 30 October 2019, 04:34 PM IST

Sports

Latest News

ମୁମ୍ବାଇ: ସେଲେବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍‌ ବଲିୟେ-୯’ ବେଶ୍ ଚର୍ଚ୍ଚାରେ ରହୁଛି। ଏଥରର ଥିମ୍ ଅନ୍ୟ ସିଜିନ୍‌ରୁ ଟିକେ ହଟକେ ରଖାଯାଇଥିଲା। ଚଳିତ ସିଜିନ୍‌ରେ ମ୍ୟାରେଡ୍ କପଲ୍‌ଙ୍କ ସହ ଏକ୍ସ କପଲ୍ ମଧ୍ୟ ସାମିଲ୍‌ ହୋଇଥିଲେ। ଫଳରେ ଶୋ'ରେ ଅନେକ ଡ୍ରାମା ଓ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା। ତେବେ ହାଇ ଟିଆରପି ରଖୁଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡ୍‌ର ଶୁଟିଂ ସରିଯାଇଛି, ଯାହା ଆସନ୍ତା ୱିକେଣ୍ଡରେ ପ୍ରସାରିତ ହେବ।

https://twitter.com/BiggBoss_Tak/status/1189280800010833922

ଗ୍ରାଣ୍ଡ ଫିନାଲେ ଏପିସୋଡ ଏଯାଏ ଅନ୍‌ ଏୟାର୍‌ ହେଇନି ସତ, କିନ୍ତୁ ଶୋ’ର ବିଜେତାଙ୍କ ନାଁ ବାହାରକୁ ଆସିଯାଇଛି। ଚର୍ଚ୍ଚା ହେଉଛି, ପ୍ରିନ୍ସ ନରୁଲା ଓ ଯୁବିକା  ଚୌଧୁରୀ ‘ନଚ ବଲିୟେ-୯’ର ବିଜେତା ହୋଇଛନ୍ତି। ପ୍ରିନ୍ସ ଓ ଯୁବିକାଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା ‘ବିଗ୍‌ବସ୍‌-୯’ରୁ। ରିଆଲିଟି ଶୋ’ ‘ରୋଡିସ୍’ ଓ ‘ସ୍ପିଟ୍ସଭିଲ୍ଲା’ ଜିତିବା ପରେ ପ୍ରିନ୍ସ ଆସିଥିଲେ ‘ବିଗ୍‌ବସ୍‌’କୁ। ଏଇଠି ତାଙ୍କର ଯୁବିକାଙ୍କ ସହିତ ଦେଖା ହୋଇଥିଲା। ଶୋ’ରେ ସେମାନେ ବେଶ୍ ଭଲ ବନ୍ଧୁ ପାଲଟି ଯାଇଥିଲେ। ତେବେ ପ୍ରିନ୍ସ ତାଙ୍କୁ  ମନେ ମନେ ବହୁତ ପସନ୍ଦ କରୁଥିଲେ ଓ ତାଙ୍କୁ ବିବି-ହାଉସରେ ପ୍ରପୋଜ୍ ମଧ୍ୟ କରିଥିଲେ। ପ୍ରିନ୍ସ ‘ବିଗବସ୍-୯’ର ୱିନର୍ ହୋଇଥିଲେ। ଏହାପରେ ଦୁହେଁ ପରସ୍ପରକୁ କିଛି ବର୍ଷ ଡେଟ୍‌ କରିବା ପରେ ଗତବର୍ଷ ଅକ୍ଟୋବରେ ବିବାହ କରିଥିଲେ। ଏବେ ଦର୍ଶକଙ୍କର ଏହି ଫେଭରେଟ୍ ଟିଭି କପଲ୍‌ ‘ନଚ୍‌ ବଲିୟେ୯’ର ବିଜେତା ହୋଇଯାଇଛନ୍ତି।

https://www.instagram.com/p/B1nQqT8Fg94/?utm_source=ig_web_copy_link

https://www.instagram.com/p/B2Y-i7jlpth/?utm_source=ig_web_copy_link

ଯଦି ଏ ଖବର ଠିକ୍‌ ହୁଏ, ତା’ହେଲେ ପ୍ରିନ୍ସ ନରୁଲାଙ୍କର  ଏହା ହେଉଛି ଚତୁର୍ଥ ରିଆଲିଟି ଶୋ' ହେବ ଯେଉଁଥିରେ ସେ ବିଜୟ ମୁକୁଟ ପିନ୍ଧିଛନ୍ତି। ସୂଚନା ଅନୁଯାୟୀ, ପ୍ରିନ୍ସ ଓ ଯୁବିକା ବିଜେତା ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି ଅନୀତା ହସନନ୍ଦନୀ ଓ ରୋହିତ୍‌ ରେଡ୍ଡିଙ୍କ ଯୋଡ଼ି। ସେହିପରି ବିଶାଲ୍‌ ଆଦିତ୍ୟ ସିଂହ ଓ ମଧୁରିମା ତୁଲୀଙ୍କ ଯୋଡ଼ି ତୃତୀୟ ସ୍ଥାନରେ ରହିଛନ୍ତି।

https://www.instagram.com/p/B3hMxFEFYRK/?utm_source=ig_web_copy_link

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos