Advertisment

‘ବାଜିଗର’ରୁ କାଜୋଲଙ୍କୁ ଆଉଟ୍‌ କରିବାକୁ ଚାହୁଁଥିଲେ ମ୍ୟୁଜିକ ଡାଇରେକ୍ଟର

ନଦୀମ-ଶ୍ରବଣ ହିଁ ପ୍ରଥମେ ବାଜିଗର ଫିଲ୍ମର ମ୍ୟୁଜିକ ଦେବା ପାଇଁ ଫାଇନାଲ ହୋଇଥିଲେ। ମାତ୍ର କାଜୋଲ ଏହି ଫିଲ୍ମର ଫିମେଲ ଲିଡ୍ ରୋଲ୍ ପ୍ଲେ କରୁଥିବା ଜାଣିବା ପରେ ସେମାନେ ଡାଇରେକ୍ଟରଙ୍କୁ ଦେଇଥିଲେ ଅଲଟିମେଟମ୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
Kajol

Kajol

ବଲିଉଡର ଦମଦାର ଅଭିନେତ୍ରୀ କାଜୋଲଙ୍କ ନାଁରେ ରହିଛି ବହୁ ସୁପରହିଟ୍‌ ଫିଲ୍ମ । ସେଥିମଧ୍ୟରୁ ‘ବାଜିଗର’ ଗୋଟିଏ। ତାଙ୍କ କ୍ୟାରିଅର ଦ୍ୱିତୀୟ ଫିଲ୍ମ ଥିଲା ‘ବାଜିଗର’। କାଜଲ, ଶାହରୁଖ ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଏହି ରୋମାଣ୍ଟିକ ଥ୍ରୀଲରକୁ ଦର୍ଶକ ଖୁବ୍‌ ଭଲ ପାଇଥିଲେ। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିଥିଲା ଓ ସୁପରହିଟ୍ ହୋଇଥିଲା। ଫିଲ୍ମର ଗୀତଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିଲା। ଆଜି ବି ଏହି ଗୀତଗୁଡ଼ିକୁ ଲୋକେ ଶୁଣିବାକୁ ଭଲ ପାଆନ୍ତି। ଅନୁ ମଲିକ ଥିଲେ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ। ତେବେ ଫିଲ୍ମର ନିର୍ଦ୍ଦେଶକ ଆବାସ-ମସ୍ତାନ ପ୍ରଥମରୁ ତାଙ୍କୁ ନେଇ ନଥିଲେ। ସେ ପରେ ଏଣ୍ଟ୍ରୀ ମାରିଥିଲେ। 

Advertisment

‘ଆଶିକି’, ‘ସାଜନ’ ଓ ‘ସଡ଼କ’ ପରି ସୁପରହିଟ ଫିଲ୍ମର ମ୍ୟୁଜିକ ଦେଇଥିବା ନଦୀମ-ଶ୍ରବଣ ହିଁ ପ୍ରଥମେ ବାଜିଗର ଫିଲ୍ମର ମ୍ୟୁଜିକ ଦେବା ପାଇଁ ଫାଇନାଲ ହୋଇଥିଲେ। ଫିଲ୍ମର ଡାଇରେକ୍ଟର ଆବାସ-ମସ୍ତାନ ଏଥିନିମନ୍ତେ ନଦୀମ-ଶ୍ରବଣଙ୍କ ସହ ଡିଲ୍‌ କରିଥିଲେ। ନଦୀମ-ଶ୍ରବଣ ବି ଏଥିନିମନ୍ତେ ଗ୍ରୀନ୍‌ ସିଗନାଲ ଦେଇଥିଲେ।

ମାତ୍ର କାଜୋଲ ଏହି ଫିଲ୍ମର ଫିମେଲ ଲିଡ ରୋଲ ପ୍ଲେ କରୁଥିବା ଜାଣିବା ପରେ ଆବାସ-ମସ୍ତାନଙ୍କୁ ଅଲଟିମେଟମ୍‌ ଦେଇଥିଲେ ନଦୀମ-ଶ୍ରବଣ। କିନ୍ତୁ ଫିଲ୍ମର ଡାଇରେକ୍ଟର କାଜୋଲଙ୍କୁ ରିପ୍ଲେସ୍‌ କରିବା ମୁଡ୍‌ରେ ନ ଥିଲେ। ଫିଲ୍ମ ହେବ ତ କାଜୋଲ ହିଁ ଫିମେଲ ଲିଡରେ ରହିବେ ବୋଲି ସେମାନେ ଶୁଣାଇ ଦେଇଥିଲେ। ଏହାପରେ ନଦୀମ- ଶ୍ରବଣ ‘ବାଜିଗର’ ଫିଲ୍ମ ଅଫରକୁ ଛାଡ଼ି ଦେଇଥିଲେ। ଏହା ପରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଅନୁ ମଲିକଙ୍କୁ ଫାଇନାଲ କରାଯାଇଥିଲା।

Advertisment
 baazigar movieବାଜିଗର ଫିଲ୍ମର ଏକ ଦୃଶ୍ୟ ।

ଶୁଣିବାକୁ ମିଳେ, ନଦୀମ-ଶ୍ରବଣଙ୍କର କାଜୋଲ ଓ ତାଙ୍କ ମା’ ତନୁଜାଙ୍କ ସହ ମନୋମାଳିନ୍ୟ ହୋଇଥିଲା। ଥରେ ଉଭୟ ତନୁଜାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମା’ଝିଅଙ୍କ ବ୍ୟବହାର ସେମାନଙ୍କୁ ଠିକ୍‌ ଲାଗି ନଥିଲା। ଉଭୟ ସେଠାରେ ଅପମାନିତ ହୋଇଥିବା ଅନୁଭବ କରିଥିଲେ। ତେଣୁ ସେମାନେ କାଜୋଲଙ୍କୁ ‘ବାଜିଗର’ ଫିଲ୍ମରୁ ଆଉଟ କରିବାକୁ ଚାହୁଁଥିଲେ। ଦୀର୍ଘବର୍ଷ ପରେ ଏକ ସାକ୍ଷାତକାରରେ ଫିଲ୍ମ ଡାଇରେକ୍ଟର ଆବାସ-ମସ୍ତାନ ଏହା ଉପରୁ ପରଦା ହଟାଇଛନ୍ତି।

Bollywood News