Advertisment

ସମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ ବଦଳି ଯାଇଛନ୍ତି ନାଗା

ହାଇଦ୍ରାବାଦ: ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ। ଦିନ ଥିଲା ଏଦୁହେଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଥିଲେ ପପୁଲାର ଯୋଡି। କିନ୍ତୁ ଏବେ ଏଦୁହେଁ ଅଲଗା ହୋଇସାରିଛନ୍ତି। ଗତବର୍ଷ ଅକ୍ଟୋବର୍‌ରେ ସମନ୍ଥାଙ୍କ ଠାରୁ ଛାଡପତ୍ର ନେଇଥିଲେ ନାଗା ଚୈତନ୍ୟ। ସେବେଠାରୁ ନାଗା ଚୈତନ୍ୟ ଓ ପତ୍ନୀ ସମନ୍ଥା ଅଲଗା ହେବା ପଛରେ ଅନେକ କାରଣ ସାମ୍ନାକୁ ଆସିଥିଲା। ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ନାଗା ଚୈତନ୍ୟ ସମନ୍ଥାଙ୍କଠାରୁ ଅଲଗା ହେବା ଏବଂ […]

ସମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ ବଦଳି ଯାଇଛନ୍ତି ନାଗା

Samantha and Naga

Advertisment

ହାଇଦ୍ରାବାଦ: ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ। ଦିନ ଥିଲା ଏଦୁହେଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଥିଲେ ପପୁଲାର ଯୋଡି। କିନ୍ତୁ ଏବେ ଏଦୁହେଁ ଅଲଗା ହୋଇସାରିଛନ୍ତି। ଗତବର୍ଷ ଅକ୍ଟୋବର୍‌ରେ ସମନ୍ଥାଙ୍କ ଠାରୁ ଛାଡପତ୍ର ନେଇଥିଲେ ନାଗା ଚୈତନ୍ୟ। ସେବେଠାରୁ ନାଗା ଚୈତନ୍ୟ ଓ ପତ୍ନୀ ସମନ୍ଥା ଅଲଗା ହେବା ପଛରେ ଅନେକ କାରଣ ସାମ୍ନାକୁ ଆସିଥିଲା। ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ନାଗା ଚୈତନ୍ୟ ସମନ୍ଥାଙ୍କଠାରୁ ଅଲଗା ହେବା ଏବଂ ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାର୍‌ରେ ନାଗା ପ୍ରଥମ କରି ମିଡିଆ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, 'ମୁଁ ବେଶ୍‌ ବଦଳିଯାଇଛି। ପୂର୍ବରୁ ମୁଁ ଏତେ ଓପନ ନଥିଲି, କିନ୍ତୁ ଏବେ ବଦଳିଯାଇଛି। ବର୍ତ୍ତମାନ ମୁଁ ପରିବାର ଏବଂ ବନ୍ଧୁମାନଙ୍କ ସହ ଆଟାଚ୍‌ ରହୁଛି। ମୁଁ ନିଜେ ଏପରି ଜଣେ ନୂତନ ବ୍ୟକ୍ତିଙ୍କୁ ଦେଖି ବହୁତ ଖୁସି ଅନୁଭବ କରୁଛି।'

ଏହାପୂର୍ବରୁ ଖବର ଆସିଥିଲା ​​ଯେ, ନାଗା ଚୈତନ୍ୟ ପତ୍ନୀ ସମନ୍ଥାଙ୍କ ଫିଲ୍ମ ଏବଂ ଓଟିଟି ପ୍ଲାଟ୍‌ଫର୍ମରେ ବୋଲ୍ଡ ଚରିତ୍ରକୁ ନେଇ ଅସନ୍ତୋଷ ଥିଲେ। କେବଳ ଏତିକି ନୁହେଁ ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନ ମଧ୍ୟ ବୋହୂର ଏହି ପଦକ୍ଷେପ ଉପରେ ରାଗିଥିଲେ। ଫିଲ୍ମରେ ସେ ଆଇଟମ୍ ଗୀତରେ ଅଭିନୟ କରିଥିବାରୁ ତାଙ୍କୁ ନେଇ ଖୁସି ନଥିଲେ। ବିବାହ ପରେ ହିଁ ସମନ୍ଥା ଏଭଳି ଭୂମିକାରେ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଶୁଣିବାକୁ ମିଳିଥିଲା।

Advertisment

ନିକଟରେ ଫିଲ୍ମ ନିର୍ମାତା କରଣ ଜୋହର୍‌ଙ୍କ ଟକ୍‌ ଶୋ' 'କଫି ୱିଥ କରଣ' ସିଜନ-୭ରେ ସମନ୍ଥା ଓ ଅକ୍ଷୟ କୁମାର ଅତିଥି ରୂପେ ନଜର ଆସିଥିଲେ। ଏହି ଶୋ'ରେ କରଣ ଯେତେବେଳେ ନାଗା ଚୈତନ୍ୟଙ୍କୁ ସମନ୍ଥାଙ୍କ ସ୍ୱାମୀ କହିଥିଲେ ସେତେବେଳେ ସମନ୍ଥାଙ୍କୁ ଏହା ଭଲ ଲାଗିନଥିଲା। ସେ ତୁରନ୍ତ କରଣଙ୍କୁ ଅଟକାଇ ସେ ତାଙ୍କ ପୂର୍ବତନ ସ୍ୱାମୀ ବୋଲି କହିଥିଲେ। ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସମନ୍ଥା କୁଆଡେ ଡିପ୍ରେସନରେ ଥିଲେ। ଏବେ କିନ୍ତୁ ସେ ଏଥିରୁ ବାହାରି ସାରିଛନ୍ତି। ସେ ପୂର୍ବାପେକ୍ଷା ଖୁସି ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe