Advertisment

ପୁଣି ଥରେ ଘର ବସାଇବେ ନାଗା ଚୈତନ୍ୟ, ଆଜି ହେବ ନିର୍ବନ୍ଧ!

ସାମନ୍ଥା ରୁଥ୍‌ଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ଫ୍ୟାମିଲି ମ୍ୟାନ୍‌ ହେବାକୁ ମନ ବଳାଇଛନ୍ତି ନାଗା ଚୈତନ୍ୟ । ନାଗାଙ୍କ ନିର୍ବନ୍ଧ ଆଜି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଅଦ୍ୟତନ ହୋଇଛି
NagaChaitanya

NagaChaitanya

Advertisment

ପୁଣି ଥରେ ଘର ବସାଇବେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ । ସାଜିବେ ବର। ସାମନ୍ଥା ରୁଥ୍‌ଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ଫ୍ୟାମିଲି ମ୍ୟାନ୍‌ ହେବାକୁ ମନ ବଳାଇଛନ୍ତି ନାଗା ଚୈତନ୍ୟ । ଏଥର ତାଙ୍କ ହାତ ଧରିବେ ଗର୍ଲଫ୍ରେଣ୍ଡ ଶୋଭିତା। ନାଗାଙ୍କ ପରିବାର ଏହି ସମ୍ପର୍କକୁ ଗ୍ରୀନ୍ ସିଗନାଲ ଦେଇ ସାରିଥିବା ଜଣାଯାଇଛି। ଉଭୟ ନାଗା ଓ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ଆଜି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

Advertisment

ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ଉଭୟଙ୍କ ନିର୍ବନ୍ଧ ହେବ ବୋଲି ଜଣାଯାଇଛି। ଏହାପରେ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଉଭୟ ଏହାକୁ ଅଫିସିଆଲ କରି ପାରନ୍ତି ବୋଲି ଅନୁମାନ କରାଯାଉଛି। 

ଶୋଭିତା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ହିନ୍ଦୀ, ତାମିଲ, ତେଲଗୁ, ମଲାୟଲମ, ଇଂଲିଶ ଆଦି ଫିଲ୍ମରେ ସେ ନିଜ ଅଭିନୟ ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥିସହ ସେ ୨୦୧୩ ମସିହାରେ ଫେମିନା ମିସ୍‌ ଇଣ୍ଡିଆ ଅର୍ଥ ଟାଇଟଲ ବି ଜିତିଥିଲେ। 

Advertisment
Naga & Sobhitaନାଗା ଚୈତନ୍ୟ ଓ ଶୋଭିତା।

ସାମନ୍ଥାଙ୍କଠାରୁ ନାଗା ପ୍ରାୟ ୩ ବର୍ଷ ହେବ ଅଲଗା ହୋଇ ସାରିଥିବା ବେଳେ ତାଙ୍କ ଲାଇଫ୍‌ରେ ଏଣ୍ଟ୍ରି କରିଥିଲେ ଶୋଭିତା। ବିଦେଶରେ ଉଭୟ ଏକାଠି ହଲିଡେ ଏନଜୟ କରୁଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଉଭୟ କିନ୍ତୁ ଏନେଇ ପାଟି ଫିଟାଉ ନ ଥିଲେ।

କିଛି ଦିନ ପୂର୍ବେ ଉଭୟ ୟୁରୋପରେ ଏକାଠି ବୁଲିଥିବା ବେଳେ ସ୍ପଟ ହୋଇଥିଲେ। ଉଭୟ ଗୁପଚୁପ୍‌ ଭାବେ ଡେଟିଂ କରୁଥିବା ନେଇ ଖବର ସାଉଥ ଇଣ୍ଟଷ୍ଟ୍ରୀରେ ପ୍ରଚାରିତ ହୋଇଥିବା ବେଳେ ଉଭୟ କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହୁ ନ ଥିଲେ।

Naga & Samanthaପୂର୍ବତନ ପତ୍ନୀ ସାମନ୍ଥାଙ୍କ ସହ ନାଗା ଚୈତନ୍ୟ ।

ଚୈତନ୍ୟ ଏହା ପୂର୍ବରୁ ୨୦୧୭ ମସିହାରେ ସାଉଥର ଚୁଲବୁଲୁ ଅଭିନେତ୍ରୀ ସାମନ୍ଥା ରୁଥୁଙ୍କୁ ପ୍ରଥମ ବିବାହ କରିଥିଲେ। ମାତ୍ର ଏହା ବେଶି ଦିନ ତିଷ୍ଠି ପାରି ନ ଥିଲା। ବିବାହର ୪ ବର୍ଷ ପରେ ୨୦୨୧ ମସିହାରେ ଉଭୟଙ୍କ ରାସ୍ତା ଅଲଗା ହେବା ସହ ସେମାନେ ଛାଡ଼ପତ୍ର ଦେଇ ଏହି ବନ୍ଧନରୁ ମୁକ୍ତ ହୋଇ ଯାଇଥିଲେ।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe