Advertisment

ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁଙ୍କର ଛାଡ଼ପତ୍ର ଖବର ଫ୍ୟାନଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ନାଗା ଚୈତନ୍ୟଙ୍କ ମନ୍ତବ୍ୟ ଦେଇଥିଲେ ଯେ ଆପୋଷ ସହମତି ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ପିତା ତଥା ଜଣାଶୁଣା ଅଭିନେତା ନାଗାର୍ଜୁନ ଅକ୍କିନେନୀ। ସେ କହିଛନ୍ତି ଯେ ଛାଡ଼ପତ୍ର ସାମନ୍ଥା ଚାହୁଁଥିଲେ, ଯେଉଁଥି ପାଇଁ […]

ଅଦ୍ୟତନ ହୋଇଛି
ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ନାଗାର୍ଜୁନ

naga-and-samantha

Advertisment

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍ ପ୍ରଭୁଙ୍କର ଛାଡ଼ପତ୍ର ଖବର ଫ୍ୟାନଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ନାଗା ଚୈତନ୍ୟଙ୍କ ମନ୍ତବ୍ୟ ଦେଇଥିଲେ ଯେ ଆପୋଷ ସହମତି ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ପିତା ତଥା ଜଣାଶୁଣା ଅଭିନେତା ନାଗାର୍ଜୁନ ଅକ୍କିନେନୀ। ସେ କହିଛନ୍ତି ଯେ ଛାଡ଼ପତ୍ର ସାମନ୍ଥା ଚାହୁଁଥିଲେ, ଯେଉଁଥି ପାଇଁ ତାଙ୍କ ପୁଅ ନାଗା ରାଜି ହୋଇଥିଲେ।

Advertisment

ନାଗାର୍ଜୁନ କହିଛନ୍ତି, ଦୁହିଁଙ୍କ ମଧ୍ୟରେ ୨୦୨୧ ନୂଆ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା ଏବଂ ଛାଡ଼ପତ୍ରକୁ ନେଇ ଆମେ ସମସ୍ତେ ଚକିତ ହୋଇଥିଲୁ। ଛାଡ଼ପତ୍ର ପାଇଁ ସାମନ୍ଥାଙ୍କ ତରଫରୁ ପ୍ରଥମେ ଫାଇଲ୍ କରାଯାଇଥିଲା। ସାମନ୍ଥାଙ୍କ ନିଷ୍ପତ୍ତିକୁ ନାଗା ଗ୍ରହଣ ମଧ୍ୟ କରିନେଇଥିଲେ। କିନ୍ତୁ ନାଗା ମୋ ପାଇଁ ବହୁତ ଚିନ୍ତିତ ଥିଲା। ମୁଁ କ’ଣ ଭାବିବି ଏବଂ ପରିବାରର ସମ୍ମାନ ଉପରେ କ’ଣ ପ୍ରଭାବ, ତାକୁ ନେଇ ନାଗା ବହୁତ ଚିନ୍ତାରେ ପଡ଼ିଯାଇଥିଲା।

ନାଗାର୍ଜୁନ କହିଛନ୍ତି, ନାଗା ଚୈତନ୍ୟ ମୋତେ ସମ୍ଭାଳିବାକୁ ପ୍ରୟାସ କରୁଥିଲେ, କାରଣ ତାଙ୍କୁ ଲାଗୁଥିଲା ଯେ ମୁଁ ଏହାକୁ ନେଇ ଚିନ୍ତାରେ ରହିବି। ଦୁହିଁଙ୍କ ବିବାହକୁ ୪ ବର୍ଷ ହୋଇସାରିଥିଲା, କିନ୍ତୁ ଉଭୟଙ୍କ ମଧ୍ୟରେ କେବେବି ସମସ୍ୟା ଉପୁଜି ନାହିଁ। ଦୁହେଁ ପରସ୍ପରର ବହୁତ ନିକଟତର ଥିଲେ ଏବଂ ସେମାନଙ୍କର ସମସ୍ୟା ଛାଡ଼ପତ୍ର ଯାଏ ଯିବ ବୋଲି ମୁଁ ଭାବିନଥିଲି। ଦୁହେଁ ୨୦୨୧ ନ୍ୟୁ ଇୟର ଏକାଠି ସେଲିବ୍ରେସନ୍ କରିଥିଲେ। ଆଉ ଏହା ପରେ ହିଁ ଦୁହିଁଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିବ ବୋଲି ଲାଗୁଛି ବୋଲି ନାଗାର୍ଜୁନ କହିଛନ୍ତି।

Advertisment

ଗତବର୍ଷ ଅକ୍ଟୋବର ମାସରେ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଖବର ଆସିଥିଲା ଯେ ନାଗା ଓ ତାଙ୍କ ପରିବାର ସାମନ୍ଥାଙ୍କୁ ଆଲିମନୀ ଆକାରେ ୨୦୦ କୋଟି ଟଙ୍କାର ଅଫର୍ କରିଥିଲେ। ଆଉ ସାମନ୍ଥା ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିବା ମଧ୍ୟ ଖବର ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe