Advertisment

ବନ୍ଦ ହୋଇଯିବ 'ନାଗିନ୍-୪'

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଦେଶରେ ଦୁଇ ମାସରୁ ଅଧିକ ଦିନ ହେଲାଣି ଲକଡାଉନ ଚାଲିଛି। ଅନ୍ୟ ବ୍ୟବସାୟ ଭଳି ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର କାମ ମଧ୍ୟ ଠପ୍ ହୋଇଯାଇଛି। ବହୁତ ଟିଭି ସିରିଏଲ୍ ଧୀରେ ଧୀରେ ବନ୍ଦ ମଧ୍ୟ ହେବାକୁ ଲାଗିଲାଣି। ଏଥିମଧ୍ୟରେ ସାମିଲ୍ ହୋଇଛି ଟେଲି କ୍ୱିନ୍ ଏକତା କପୁରଙ୍କ ଲୋକପ୍ରିୟ ଶୋ’ ‘ନାଗିନ୍-୪’। ଖୁବଶୀଘ୍ର ଏହି ସିରିଏଲ୍ ବନ୍ଦ ହୋଇଯିବ ବୋଲି ଏକତା ନିଜେ ଇନଷ୍ଟାଗ୍ରାମ୍ ଜରିଆରେ ସୂଚନା ଦେଇଛନ୍ତି। ପୂର୍ବରୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବନ୍ଦ ହୋଇଯିବ 'ନାଗିନ୍-୪'

nagin

ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଦେଶରେ ଦୁଇ ମାସରୁ ଅଧିକ ଦିନ ହେଲାଣି ଲକଡାଉନ ଚାଲିଛି। ଅନ୍ୟ ବ୍ୟବସାୟ ଭଳି ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର କାମ ମଧ୍ୟ ଠପ୍ ହୋଇଯାଇଛି। ବହୁତ ଟିଭି ସିରିଏଲ୍ ଧୀରେ ଧୀରେ ବନ୍ଦ ମଧ୍ୟ ହେବାକୁ ଲାଗିଲାଣି। ଏଥିମଧ୍ୟରେ ସାମିଲ୍ ହୋଇଛି ଟେଲି କ୍ୱିନ୍ ଏକତା କପୁରଙ୍କ ଲୋକପ୍ରିୟ ଶୋ' 'ନାଗିନ୍-୪'। ଖୁବଶୀଘ୍ର ଏହି ସିରିଏଲ୍ ବନ୍ଦ ହୋଇଯିବ ବୋଲି ଏକତା ନିଜେ ଇନଷ୍ଟାଗ୍ରାମ୍ ଜରିଆରେ ସୂଚନା ଦେଇଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ 'ନାଗୀନ୍-୪' ବନ୍ଦହୋଇଯିବ ଓ ଆଗକୁ ଏହାର ଆଉ ଶୁଟିଂ ହେବ ନାହିଁ। ହେଲେ ବର୍ତ୍ତମାନ ଏକତା  ଶୀଘ୍ର ଏହାର ଅନ୍ତିମ ଏପିସୋଡ୍ ଶୁଟ୍ କରିବେ ଏବଂ ଏହା ବହୁତ ଧମାକେ୍ଦାର ମଧ୍ୟ ହେବ ବୋଲି କହିଛନ୍ତି।

Advertisment

https://www.instagram.com/tv/CAueW5cAJAM/?utm_source=ig_web_copy_link

ଏକତା ଏହି ପୋଷ୍ଟରେ 'ନାଗିନ୍-୪'ର ସମସ୍ତ କଳାକାରଙ୍କୁ ଧନ୍ୟବାଦ କହିଛନ୍ତି ଓ ତାଙ୍କ ପରିଶ୍ରମର ପ୍ରଶଂସା ମଧ୍ୟ କରିଛନ୍ତି। ସେ ସିରିଏଲର ମୂଖ୍ୟ କଳାକାର ଯେପରିକି ନିୟା, ଅନିତା, ଜାସ୍ମିନ୍ ଓ ବିଜେନ୍ଦ୍ରଙ୍କୁ ଧନ୍ୟବାଦ କହିବା ସହ ଅନ୍ତିମ ଏପିସୋଡ ପାଇଁ ରେଡି ରହିବାକୁ ମଧ୍ୟ କହିଛନ୍ତି।  ଶୋ'ରେ ଏବେ ଏବେ ଏଣ୍ଟ୍ରି ନେଇଥିବା ରଶ୍ମି ଦେଶାଇଙ୍କର ଯାତ୍ରା ଶେଷ ହୋଇଯାଇଛି। ସେ ଆଉ ଅନ୍ତିମ ଏପିସୋଡରେ ଦେଖାଯିବେ ନାହିଁ। ତେଣୁ ଏକତା ତାଙ୍କୁ ଦୁଇଟିି ଏପିସୋଡରେ ଭଲ କାମ କରିଥିବା ଯୋଗୁ ଧନ୍ୟବାଦ ଦେଇଛନ୍ତି।

https://www.instagram.com/p/B9qiwnJhaAz/?utm_source=ig_web_copy_link

ଏସବୁ ବ୍ୟତୀତ ଏକତା ଆହୁରି ଏକ ଖୁଲାସା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ 'ନାଗିନ୍-୪' ଶେଷ ହେବା ମାତ୍ରେ ହିଁ ସେ ନାଗିନ-5 ନେଇଆସିବେ ଏବଂ ଏହାର କାହାଣୀ ବହୁତ ଖାସ୍ ଓ ରୋମାଞ୍ଚକ ହେବ।  କିନ୍ତୁ ଏଥିରେ ଲିଡ୍ ନାୟିକା ବା ନାଗିନ୍ କିଏ ହେବେ, ସେ ନେଇ କୌଣସି ଖୁଲାସା କରିନାହାନ୍ତି। ଏକତା ଏଥିପାଇଁ ଫ୍ୟାନମାନଙ୍କୁ ନାଁ ବାଛିବାକୁ କହିଛନ୍ତି। ତେବେ ଏହି ରୋଲ୍ ପାଇଁ ଫ୍ୟାନମାନଙ୍କ ସବୁଠୁ ଅଧିକ ଭୋଟ୍ ଟେଲି ଦୁନିଆର ଷ୍ଟାଇଲିଶ୍ ଦିଭା ହିନା ଖାନଙ୍କୁ ମିଳିଛି। ତେବେ ଫ୍ୟାନଙ୍କ ପସନ୍ଦଙ୍କୁ ଏକତା ଆପଣାଉଛନ୍ତି କି ଆଉ କେଉଁ ନୂଆ ଅଭିନେତ୍ରୀଙ୍କୁ ଆଣୁଛନ୍ତି, ତାହା ଦେଖିବା ବାକି ରହିଲା।

Advertisment