ସୋନାଙ୍କୁ ପସନ୍ଦ ଆସୁନାହିଁ ‘କବୀର୍‌ ସିଂହ’ରେ ସାହିଦଙ୍କ ଭୂମିକା

ମୁମ୍ବାଇ: ସାହିଦ କପୁର୍‌ ଏବଂ କିୟାରା ଆଡ୍‌ଭାନୀ ଅଭିନୀତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବଲିଉଡ୍‌ ଟେଲିଭିଜନ୍‌ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍‌ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍‌ କଳାକାର ନକୁଲ୍‌ ମେହେଟା ସୋଶାଲ୍‌ ମିଡିଆରେ ଫିଲ୍ମ ‘କବୀର୍‌ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରସଂଶା କରି ପ୍ରତିକ୍ରିୟା […]

sona1

sona1

Rosalin Rath
  • Published: Sunday, 23 June 2019
  • Updated: 23 June 2019, 02:45 PM IST

Sports

Latest News

ମୁମ୍ବାଇ: ସାହିଦ କପୁର୍‌ ଏବଂ କିୟାରା ଆଡ୍‌ଭାନୀ ଅଭିନୀତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବଲିଉଡ୍‌ ଟେଲିଭିଜନ୍‌ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍‌ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍‌ କଳାକାର ନକୁଲ୍‌ ମେହେଟା ସୋଶାଲ୍‌ ମିଡିଆରେ ଫିଲ୍ମ ‘କବୀର୍‌ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରସଂଶା କରି ପ୍ରତିକ୍ରିୟା ରଖିଛନ୍ତି।

ସେ ତାଙ୍କ ସୋଶାଲ୍‌ ସାଇଟ୍‌ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, ‘ଏଠାରେ ୯୯ ପ୍ରକାରର ଅସୁବିଧା ରହିଛି। ଏହାରି ଭିତରେ ସାହିଦ କପୁର ଏକା ନୁହନ୍ତି। ଯଦି ରାଜନୀତିକୁ ଛାଡ଼ି ଦେବା ତାହାଲେ ଭଲ ଅଭିନୟକୁ ପରଦା ଉପରକୁ ଅଣାଯାଇଛି। ସବୁ ଫ୍ରେମ୍‌ରେ ସାହିଦ ବହୁତ ଭଲ ଅଭିନୟ କରିଛନ୍ତି’।

https://twitter.com/NakuulMehta/status/1142133994156363777

କିନ୍ତୁ ଗାୟିକା ସୋନା ମହାପାତ୍ରଙ୍କୁ ସାହିଦଙ୍କ ଭୂମିକା ଜମା ପସନ୍ଦ ଆସିନାହିଁ। ନକୁଲ୍‌ଙ୍କ ଏହି ଟ୍ୱିଟ୍‌ ଉପରେ ସୋନା ରି-ଟ୍ୱିଟ୍‌ କରି ଲେଖିଛନ୍ତି ଯେ, "ଏଭଳି (ଫିଲ୍ମର) ପୃଷ୍ଠଭୂମି, ଅନ୍ଧାରୀ ଓ ବିପଜ୍ଜନକ ରାଜନୀତିକୁ କିପରି ଅଲଗା ରଖାଯାଇପାରିବ? ସମାଜକୁ ପଛୁଆ ଧକ୍କା ଦେବା ଭଳି ଏକ କାହାଣୀ ଓ ଚରିତ୍ରରେ ଅଭିନୟ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଅଭିନେତାଙ୍କ କଣ କିଛି ଉତ୍ତରଦାୟିତ୍ୱ ନାହିଁ? ଆମେ ସବୁ କଣ ଏଇ ସ୍ତରକୁ ଆସିଗଲୁ, ଯେଉଁଠି ସବୁ ଭୁଲି କେବଳ ଆଃକାଂକ୍ଷା ପଛରେ ଧାଇଁଥିବା ?"

https://twitter.com/sonamohapatra/status/1142157970786193408

ସେଲେବ୍ରିଟିଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଅନେକ ତର୍କବିତର୍କ ଚାଲିଛି, କିନ୍ତୁ ଦର୍ଶକଙ୍କୁ ଫିଲ୍ମଟି ଖୁବ୍‌ ପସନ୍ଦ ଆସୁଛି। ସେମାନେ ଭଲ ରିଭ୍ୟୁ ଦେଇଛନ୍ତି ଓ ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ରୋଜଗାର କରିଛି।

https://twitter.com/sonamohapatra/status/1142152077067661312

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ତେଲୁଗୁ ବ୍ଲକ୍‌ ବଷ୍ଟର୍‌ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‌ ହେଉଛି କବୀର୍‌ ସିଂହ। ସନ୍ଦିପ୍‌ ରେଡ୍ଡି ଭାଙ୍ଗା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଅର୍ମାନ ମଲିକ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story