ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର

ମୁମ୍ବାଇ: ଜୁନ୍‌୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ହଠାତ୍ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। ସୁଶାନ୍ତଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବଲିଉଡ୍‌ କଳାକାର ସୁଶାନ୍ତଙ୍କ ପରିବାରକୁ ଭେଟୁଛନ୍ତି। ସୁଶାନ୍ତଙ୍କ ରୁମର୍‌ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏବଂ କିର୍ତ୍ତୀ ସନନ୍ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ। ଏବେ ବଲିଉଡ୍‌ ଅଭିନେତା ନାନା ପାଟେକର ସୁଶାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏକ ଭିଡ଼ିଓରେ ଯାହା ଦେଖିବାକୁ ମିଳିଛି ନାନା ପାଟେକର କାର୍‌ରୁ ମାସ୍କ ଲଗାଇ ଓହ୍ଲାଉଛନ୍ତି ଏବଂ ସୁଶାନ୍ତଙ୍କ ବିହାର ସ୍ଥିତ ବାସଭବନରେ ପହଞ୍ଚୁଛନ୍ତି। କିଛି ଫଟୋ ମଧ୍ୟ ଭାଇରାଲ୍‌ ହେଉଛି ଯେଉଁଥିରେ ନାନା ପାଟେକରଙ୍କୁ ସୁଶାନ୍ତଙ୍କ ବାପା କେ କେ ସିଂହଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି।

ଗତ କିଛି ଦିନ ତଳେ, ତେଜସ୍ୱୀ ଯାଦବ, ସୁଶୀଲ କୁମାର ମୋଦୀ, ରବି ଶଙ୍କର ପ୍ରସାଦ ଏବଂ ମନୋଜ ତିୱାରୀଙ୍କ ପରି ବହୁ ରାଜନେତା ମଧ୍ୟ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ବଲିଉଡ ବ୍ୟତୀତ ପବନ ସିଂହ, ଖେସରୀ ଲାଲ ଯାଦବ, ରାକେଶ ମିଶ୍ର ଏବଂ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅକ୍ଷରା ସିଂ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

ଆଗକୁ ସୁଶାନ୍ତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ୨୪ ଜୁଲାଇରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର୍

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ