Advertisment

ଫେମିନା ମିସ୍ ଇଣ୍ଡିଆର ତାଜ ପିନ୍ଧିଲେ ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା

ନନ୍ଦିନୀ ଗୁପ୍ତା ଚଳିତ ବର୍ଷର ଫେମିନା ମିସ୍ ଇଣ୍ଡିଆ ୨୦୨୩ରେ ମୁକୁଟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ମଣିପୁରର ଥୌନାଓଜାମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।

ଅଦ୍ୟତନ ହୋଇଛି
Nandini Gupta

Nandini Gupta

Advertisment

ନନ୍ଦିନୀ ଗୁପ୍ତା ଚଳିତ ବର୍ଷର ଫେମିନା ମିସ୍ ଇଣ୍ଡିଆ ୨୦୨୩ରେ ମୁକୁଟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ମଣିପୁରର ଥୌନାଓଜାମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ନନ୍ଦିନୀ ରାଜସ୍ଥାନର କୋଟା ବାସିନ୍ଦା ଅଟନ୍ତି। ସେ ବିଜିନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଏହା ସହ ସେ ଦେଶର ୫୯ ତମ ମିସ ଇଣ୍ଡିଆ ହୋଇଛନ୍ତି। 

Advertisment

ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଗ୍ରାଣ୍ଡ ଫିନାଲ୍ ମଣିପୁରର ଇମ୍ଫାଲ୍‌ରେ ଅନୁଷ୍ଠିତ ହୋଇଥିଲା। ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହୋଇଥିଲେ। ଏଥିରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ତେ, ନେହା ଧୂପିୟା ସେହିପରି ଭୂମି ପେଡନେକର ଏବଂ ମନୀଷ ପଲଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା। 

ଦେଶର ବିଭିନ୍ନ ସ୍ଥାନରୁ ଯୁବତୀମାନେ ଅଂଶଗ୍ରହଣ କରିଥିଲେ, କିନ୍ତୁ ନନ୍ଦିନୀ ସମସ୍ତ ସୁନ୍ଦରୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ମିସ୍ ଇଣ୍ଡିଆ ହୋଇ ନନ୍ଦିନୀ ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମିସ୍ ଇଣ୍ଡିଆ ହେବା ପରେ ନନ୍ଦିନୀ ମିସ ୱାଲ୍ଡ ପାଇଁ ଦେଶରୁ ପ୍ରତିନିଧିତ୍ୱ କରିବେ।

Advertisment

Miss India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe