Advertisment

ପାରିଶ୍ରମିକ ନ ନେଇ ଅଭିନୟ କଲେ ତିନି କଳାକାର, ନୱାଜୁଦ୍ଦିନ ନେଇଛନ୍ତି ମାତ୍ର ଏକ ଟଙ୍କା

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ନନ୍ଦିତା ଦାସ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏଥିରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ଏହାର ନାଁ ‘ମଣ୍ଟୋ’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ଉର୍ଦ୍ଦୁ ଲେଖକ ସୟାଦତ ହସନ ମଣ୍ଟୋଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ତିଆରି ହେଉଛି।ଇତି ମଧ୍ୟରେ ଫିଲ୍ମଟିର ଟିଜର୍‌ ଓ ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହାକୁ ଖୁବ୍ ପ୍ରଶଂସା […]

ଅଦ୍ୟତନ ହୋଇଛି
ପାରିଶ୍ରମିକ ନ ନେଇ ଅଭିନୟ କଲେ ତିନି କଳାକାର, ନୱାଜୁଦ୍ଦିନ ନେଇଛନ୍ତି ମାତ୍ର ଏକ ଟଙ୍କା

nawaj

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ନନ୍ଦିତା ଦାସ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏଥିରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ସେ ଅଛନ୍ତି। ଏହାର ନାଁ ‘ମଣ୍ଟୋ’।

Advertisment

nawaj2ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ଉର୍ଦ୍ଦୁ ଲେଖକ ସୟାଦତ ହସନ ମଣ୍ଟୋଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ତିଆରି ହେଉଛି।ଇତି ମଧ୍ୟରେ ଫିଲ୍ମଟିର ଟିଜର୍‌ ଓ ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହାକୁ ଖୁବ୍ ପ୍ରଶଂସା କରାଯାଇଛି।

ଏବେ ଏ ଫିଲ୍ମ ସଂପର୍କରେ ଏକ ନୂଆ କଥା ଶୁଣିବାକୁ ମିଳିଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନୱାଜୁଦ୍ଦିନ ମାତ୍ର ଏକଟଙ୍କା ପାଉଣାରେ ଅଭିନୟ କରୁଛନ୍ତି। ସେହିପରି ଆଉ ତିନିଜଣ କଳାକାର ବିନା ପାରିଶ୍ରମିକରେ କାମ କରୁଛନ୍ତି।

Advertisment

nanditaଏ ସଂପର୍କରେ ନିଜେ ନନ୍ଦିତା ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୱାଜ ପାଉଣା ବାବଦକୁ ମାତ୍ର ଟଙ୍କାଏ ନେଇଥିବା ବେଳେ ରିଷି କପୁର, ଗୁରଦାସ୍‌ ମାନ୍‌ ଓ ଜାଭେଦ୍‌ ଅଖ୍‌ତର ଆଦୌ ପାରିଶ୍ରମିକ ନେଇ ନାହାନ୍ତି।

rishiଫିଲ୍ମଟିରେ ରଣବୀର ଶୋରେ, ଦିବ୍ୟା ଦତ୍ତା, ପୂରବ କୋହଲୀ, ରାଜଶ୍ରୀ ଦେଶପାଣ୍ଡେ ଓ ସ୍ୱାନନ୍ଦ କିର୍‌କିରେ ମଧ୍ୟ ଅଭିନୟ କରିଛନ୍ତି।

‘ମଣ୍ଟୋ’ ଚଳିତ ବର୍ଷ ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe