Advertisment

ନିଜଠାରୁ ୧୫ ବର୍ଷ ବଡ଼ ଝିଅକୁ ବାହା ହୋଇଥିଲେ ନସିରୁଦ୍ଦିନ୍‌

ମୁମ୍ୱାଇ: ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କର ଆଜି ହେଉଛି ଜନ୍ମଦିନ। ୭୦ ବର୍ଷରେ ପାଦ ଥାପିଥିବା ନସିରୁଦ୍ଦିନ୍‌ ନିଜ ଅଭିନୟ ଜୀବନରେ ନ୍ୟାସନାଲ ଆୱାର୍ଡଠାରୁ ଆରମ୍ଭ କରି ଫିଲ୍ମ ଫେଆର୍‌ ଆୱାର୍ଡ ପର୍ଯ୍ୟନ୍ତ ଅନେକ ପୁରସ୍କାର ପାଇଛନ୍ତି। କେବଳ ଏତିକି ନୁହେଁ, ହିନ୍ଦୀ ସିନେମା ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାର ମଧ୍ୟ ମିଳିଛି। ସେ ଜଣେ ଥିଏଟର ଆର୍ଟିଷ୍ଟ୍ ମଧ୍ୟ। ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ଉତ୍ତରପ୍ରଦେଶର ବାରାବାଙ୍କୀରେ ନସିରୁଦ୍ଦିନ୍‌ […]

ନିଜଠାରୁ ୧୫ ବର୍ଷ ବଡ଼ ଝିଅକୁ ବାହା ହୋଇଥିଲେ ନସିରୁଦ୍ଦିନ୍‌

ns1

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କର ଆଜି ହେଉଛି ଜନ୍ମଦିନ। ୭୦ ବର୍ଷରେ ପାଦ ଥାପିଥିବା ନସିରୁଦ୍ଦିନ୍‌ ନିଜ ଅଭିନୟ ଜୀବନରେ ନ୍ୟାସନାଲ ଆୱାର୍ଡଠାରୁ ଆରମ୍ଭ କରି ଫିଲ୍ମ ଫେଆର୍‌ ଆୱାର୍ଡ ପର୍ଯ୍ୟନ୍ତ ଅନେକ ପୁରସ୍କାର ପାଇଛନ୍ତି। କେବଳ ଏତିକି ନୁହେଁ, ହିନ୍ଦୀ ସିନେମା ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାର ମଧ୍ୟ ମିଳିଛି। ସେ ଜଣେ ଥିଏଟର ଆର୍ଟିଷ୍ଟ୍ ମଧ୍ୟ।

Advertisment

୧୯୫୦ ମସିହା ଜୁଲାଇ ୨୦ ତାରିଖରେ ଉତ୍ତରପ୍ରଦେଶର ବାରାବାଙ୍କୀରେ ନସିରୁଦ୍ଦିନ୍‌ ଏକ ମୁସଲିମ୍‌ ପରିବାରରେ ଜନ୍ମ ନେଇଥିଲେ। ଆଜି ଏହି ମହାନ କଳାକାରଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ଜଣାଅଜଣା କଥା ଜାଣିବା।

୧. ୧୯୮୦ ମସିହାରେ ସେ ଫିଲ୍ମ ‘ହମ୍‌ ପାଞ୍ଚ୍‌’ରେ କାମ କରିଥିଲେ। ଏହାପରେ ୧୯୮୨ରେ ଫିଲ୍ମ ‘ଦିଲ୍‌ ଆଖିର ଦିଲ୍‌’ ଓ ୧୯୮୩ରେ ଫିଲ୍ମ ‘ମାସୁମ୍‌’ରେ କାମ କରିବାର ସୁଯୋଗ ପାଇଥିଲେ।
୨. ୧୯୮୬ରେ ନସିରୁଦ୍ଦିନ୍‌ ମଲ୍‌ଟି ଷ୍ଟାର୍‌ର ଫିଲ୍ମ ‘କର୍ମା’ ଦିଲ୍ଲୀପ କୁମାରଙ୍କ ସହିତ ଅଭିନୟ କରିଥିଲେ। ଫିଲ୍ମଟି ସେହି ବର୍ଷ ସୁପରହିଟ୍‌ ହୋଇଥିଲା। ଫିଲ୍ମଟି ସୁପରହିଟ୍‌ ହେବା ପରେ ନସିରୁଦ୍ଦିନ୍‌ ଅଭିନୟ କ୍ୟାରିୟର ଆହୁରି ଆଗକୁ ବଢିଥିଲା। ପରେ ପରେ ସେ ‘ଗୁଲାମୀ’, ‘ତ୍ରିଦେବ’, ‘ବିଶ୍ୱାତ୍ମା’ ଓ ‘ମୋହରା’ ପରି ଫିଲ୍ମରେ କାମ କରିଥିଲେ।

Advertisment

୩. କେବଳ ହିନ୍ଦୀ ଫିଲ୍ମ ନୁହେଁ, ନସିରୁଦ୍ଦିନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ମଧ୍ୟ କରିଛନ୍ତି। ୨୦୦୧ରେ ପିଲ୍ମ ‘ମନସୁନ୍‌ ୱେଡିଙ୍ଗ’ରେ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ପାକିସ୍ତାନୀ ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା।

nasiruddin୧୫ ବର୍ଷର ବଡ଼ ମୁସଲିମ୍‌ ଝିଅକୁ କରିଥିଲେ ବିବାହ

କମ୍‌ ବୟସରେ ହିଁ ନସିରୁଦ୍ଦିନ୍‌ ଶାହ ପ୍ରେମରେ ପଡ଼ିଥିଲେ। ଯେତେବେଳେ ତାଙ୍କୁ ୧୯ରୁ ୨୦ ବର୍ଷ ହୋଇଥିଲା, ସେ ମନାରା ସିକ୍‌ରୀ ନାମକ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ତାଙ୍କୁ ପରବୀନ୍‌ ମୁରାଦ୍‌ ନାମରେ ଜାଣିଥିଲେ।

ମନାରା, ନସିରୁଦ୍ଦିନ୍‌ଙ୍କଠାରୁ ୧୫ ବର୍ଷ ବଡ଼ ଥିଲେ। ନସିରୁଦ୍ଦିନଙ୍କୁ ଯେତେବେଳେ ୧୯ରୁ ୨୦ ବର୍ଷ ହୋଇଥିଲା ମନାରାଙ୍କୁ ୩୬ ବର୍ଷ ହୋଇଥିଲା। ବୟସରେ ଏତେ ପାର୍ଥକ୍ୟ ଥିଲେ ମଧ୍ୟ ଦୁହେଁ ବିବାହ କରିଥିଲେ। ଦୁହିଁଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ହିବା ଶାହ।

ଏ ନେଇ ଏକ ସାକ୍ଷାତକାରରେ ନସିରୁଦ୍ଦିନ କହିଥିଲେ ଯେ, ଏହି ବିବାହ ନିଷ୍ପତ୍ତି ଭୁଲ୍‌ ଥିଲା। ସେ କେବଳ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହୋଇ ନଥିଲେ, ୬ ମାସର ଝିଅଠାରୁ ମଧ୍ୟ ଅଲଗା ହୋଇ ଯାଇଥିଲେ। ଅଲଗା ହେବାର ୮ ବର୍ଷ ପର୍ଯ୍ୟନ୍ତ ସେ ନିଜ ଝିଅକୁ ଦେଖା କରି ନଥିଲେ। ସେତେବେଳେ ସେ ଏହା ମଧ୍ୟ ଜାଣି ନଥିଲେ ଯେ, ତାଙ୍କ ଝିଅ ତାଙ୍କ ଉପରେ ରାଗିଥିଲେ କି ନାହିଁ।

ସୂଚନାଯୋଗ୍ୟ, ୧୯୮୨ମସିହାରେ ନସିରୁଦ୍ଦିନଙ୍କ ପ୍ରଥମ ପତ୍ନୀ ମନାରାଙ୍କର ପରଲୋକ ହୋଇଯାଇଥିଲା।

[caption id="attachment_408533" align="aligncenter" width="750"]nasiruddinପରିବାର ସହିତ ନସିରୁଦ୍ଦିନ[/caption]

ରତ୍ନାଙ୍କ ପ୍ରେମରେ ପଡ଼ିଥିଲେ ନସିରୁଦ୍ଦିନ

୭୦ ଦଶକରେ ଅଭିନେତ୍ରୀ ରତ୍ନା ପାଠକଙ୍କ ପ୍ରେମରେ ପଡ଼ିଯାଇଥିଲେ ନସିରୁଦ୍ଦିନ। ଏପରିକି ଦୁହେଁ ଲମ୍ୱା ସମୟ ପର୍ଯ୍ୟନ୍ତ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ମଧ୍ୟ ରହିଥିଲେ। ୧୯୮୨ ପରେ ମନାରାଙ୍କୁ ଛାଡ଼ପତ୍ର ରତ୍ନାଙ୍କୁ ବାହା ହୋଇଥିଲେ ନସିରୁଦ୍ଦିନ। ସେମାନଙ୍କର ଦୁଇ ପୁଅ ହେଲେ ଇମାଦ୍‌ ଓ ବିବାନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe