/odisha-reporter/media/post_attachments/uploads/2016/10/nawaz-sm_650_100116122925.jpg)
nawaz
ଲକ୍ଷ୍ନୌ: ବଲିଉଡ କଳାକାର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଛି ଯୌତୁକ ନିର୍ଯାତନା ମାମଲା। ଏପରି ଅଭିଯୋଗ ଆଉ କେହି ନିହେଁ ନିଜ ସାନ ଭାଇଙ୍କ ପତ୍ନୀ ଆଣିଛନ୍ତି। ସାନ ଭାଇଙ୍କ ପତ୍ନୀ ଆଫରୀନ ନୱାଜଙ୍କ ପୂରା ପରିବାର ଉପରେ ମାରଧର ଓ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି।
Advertisment
ସେ ଅଭିଯୋଗ କରିଛନ୍ତି,“ବିବାହ ପରଠାରୁ ତାଙ୍କ ପତି ମିନାଜୁଦ୍ଦିନ ଓ ଦେଢଶ୍ୱଶୁର ନୱାଜ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଇ ଆସୁଛନ୍ତି।”
ଆଫରୀନଙ୍କ ଅଭିଯୋଗ ଅନୁସାରେ ନୱାଜ ତାଙ୍କ ଗର୍ଭସ୍ଥ ପିଲାକୁ ମାରିବାକୁ ତାଙ୍କ ପେଟକୁ ଲାତ ମାରିଛନ୍ତି। ଏପରିକି ମିନାଜୁଦ୍ଦିନ ତାଙ୍କ ନିଶା ବଟିକା ଓ ଇଞ୍ଜେକ୍ସନ ଦେଇଥିଲେ।
Advertisment
ଏହି ଘଟଣାରେ ନୱାଜଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
