ନୱାଜଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଲକ୍ଷ୍ନୌ: ବଲିଉଡ କଳାକାର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଛି ଯୌତୁକ ନିର୍ଯାତନା ମାମଲା। ଏପରି ଅଭିଯୋଗ ଆଉ କେହି ନିହେଁ ନିଜ ସାନ ଭାଇଙ୍କ ପତ୍ନୀ ଆଣିଛନ୍ତି। ସାନ ଭାଇଙ୍କ ପତ୍ନୀ ଆଫରୀନ ନୱାଜଙ୍କ ପୂରା ପରିବାର ଉପରେ ମାରଧର ଓ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି,“ବିବାହ ପରଠାରୁ ତାଙ୍କ ପତି ମିନାଜୁଦ୍ଦିନ ଓ ଦେଢଶ୍ୱଶୁର ନୱାଜ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଇ ଆସୁଛନ୍ତି।” ଆଫରୀନଙ୍କ ଅଭିଯୋଗ ଅନୁସାରେ ନୱାଜ ତାଙ୍କ […]

nawaz

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 09:46 PM IST

ଲକ୍ଷ୍ନୌ: ବଲିଉଡ କଳାକାର ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଆସିଛି ଯୌତୁକ ନିର୍ଯାତନା ମାମଲା। ଏପରି ଅଭିଯୋଗ ଆଉ କେହି ନିହେଁ ନିଜ ସାନ ଭାଇଙ୍କ ପତ୍ନୀ ଆଣିଛନ୍ତି। ସାନ ଭାଇଙ୍କ ପତ୍ନୀ ଆଫରୀନ ନୱାଜଙ୍କ ପୂରା ପରିବାର ଉପରେ ମାରଧର ଓ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି,“ବିବାହ ପରଠାରୁ ତାଙ୍କ ପତି ମିନାଜୁଦ୍ଦିନ ଓ ଦେଢଶ୍ୱଶୁର ନୱାଜ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଇ ଆସୁଛନ୍ତି।”

ଆଫରୀନଙ୍କ ଅଭିଯୋଗ ଅନୁସାରେ ନୱାଜ ତାଙ୍କ ଗର୍ଭସ୍ଥ ପିଲାକୁ ମାରିବାକୁ ତାଙ୍କ ପେଟକୁ ଲାତ ମାରିଛନ୍ତି। ଏପରିକି ମିନାଜୁଦ୍ଦିନ ତାଙ୍କ ନିଶା ବଟିକା ଓ ଇଞ୍ଜେକ୍ସନ ଦେଇଥିଲେ।

ଏହି ଘଟଣାରେ ନୱାଜଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Related story