Advertisment

ଚାଷ କରୁଛନ୍ତି ନୱାଜ୍‌

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଏବେ ଶୁଟିଂ କାମ ବନ୍ଦ ରହିଛି। ପ୍ରାୟତଃ କଳାକାର ଏବେ ନିଜ ନିଜ ଘରେ ଅଛନ୍ତି ଏବଂ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବେ ୟୁପିର ମୁଜଫ୍ପରନଗର ଜିଲ୍ଲାର ବୁଢାନାରେ ଅଛନ୍ତି। ନିଜ ଗାଁକୁ ଆସିଥିବା ଏହି କଳାକାର ଏବେ ଚାଷ କରୁଛନ୍ତି। ଯାହାର ଭିଡ଼ିଓ ସେ‌ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।  ଭିଡିଓରେ ନୱାଜ୍‌ ଏକ ଟି ଶର୍ଟ ଏବଂ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। […]

ଅଦ୍ୟତନ ହୋଇଛି
ଚାଷ କରୁଛନ୍ତି ନୱାଜ୍‌

nawaj

Advertisment

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଏବେ ଶୁଟିଂ କାମ ବନ୍ଦ ରହିଛି। ପ୍ରାୟତଃ କଳାକାର ଏବେ ନିଜ ନିଜ ଘରେ ଅଛନ୍ତି ଏବଂ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବେ ୟୁପିର ମୁଜଫ୍ପରନଗର ଜିଲ୍ଲାର ବୁଢାନାରେ ଅଛନ୍ତି। ନିଜ ଗାଁକୁ ଆସିଥିବା ଏହି କଳାକାର ଏବେ ଚାଷ କରୁଛନ୍ତି। ଯାହାର ଭିଡ଼ିଓ ସେ‌ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।  ଭିଡିଓରେ ନୱାଜ୍‌ ଏକ ଟି ଶର୍ଟ ଏବଂ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ବିଲରେ ଯାଉଥିବା ପାଣି ପାଇଁ ସେ ରାସ୍ତା କାଢୁଥିବା ଏବଂ କୋଦାଳ ଧରି ବିଲରୁ ଫେରୁଥିବାର ଦେଖିବାକୁ ମିଳିଛି। ଭିଡ଼ିଓ ଶେଆର କିର ନୱାଜ୍‌ କ୍ୟାପସନ୍‌ରେ ଲେଖିଛନ୍ତି, ଆଜି ପାଇଁ କାମ ସରିଲା।

Advertisment

ଏହି ଭିଡ଼ିଓକୁ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡ଼ିଓରେ ନୱାଜ୍‌ଙ୍କର  ପ୍ରଶଂସକମାନେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ ନୱାଜ୍‌ଙ୍କର ଏମିତି ସାଧାରଣ ଜୀବନଯାପନଶୈଳୀକୁ ଖୁବ୍‌ ପସନ୍ଦ କରିଥିବା ବେଳେ କିଛି ଲୋକ ଏତେ ବଡ ଷ୍ଟାର୍‌ ହେଇ ସେ ବିଲରେ କାମ କରୁଥିବା ଦେଖି ଗର୍ବ ଅନୁଭବ କରୁଥିବା ଲେଖିଛନ୍ତି।

Advertisment

ସୂଚନାଯୋଗ୍ୟ, ୧୯୯୯ ମସିହାରେ ‘ସରଫରୋସ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ନୱାଜୁଦ୍ଦିନ ସିଦ୍ଦିକି। ‘ମାଞ୍ଝି’, ‘ବ୍ଲାକ୍‌ ଫ୍ରାଇଡେ’, ‘ବଦ୍‌ଲାପୁର’, ‘ମଣ୍ଟୋ’, ‘ଫଟୋଗ୍ରାଫ୍‌’, ‘ଠାକ୍‌ରେ’, 'କାହାନୀ',  ‘ମମ୍’ ଆଦି ଫିଲ୍ମରେ କାମ କରିଛନ୍ତି ନୱାଜ୍‌। ନିକଟରେ ତାଙ୍କୁ ‘ଘୁମକେତୁ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି କରୋନା ମହାମାରୀ ପାଇଁ ଥିଏଟର୍‌ରେ ରିଲିଜ୍‌ ନହୋଇ ଜି୫ରେ ଷ୍ଟ୍ରିମ୍ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe