Advertisment

ନୱାଜୁଦ୍ଦିନଙ୍କୁ ମିଳିଲା ଗୋଲ୍ଡେନ୍ ଡ୍ରାଗନ ଆଓ୍ୱାର୍ଡ

ମୁମ୍ବାଇ: ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ।  ୟୁକେର ୱେଲ୍ସରେ ଆୟୋଜିତ ହୋଇଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ  ତାଙ୍କୁ ‘ଗୋଲ୍ଡେନ୍ ଡ୍ରାଗନ ଆଓ୍ୱାର୍ଡ’ରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମିକ୍ ଆଣ୍ଟୋନିୟ (Mick Antoniev) ନଓ୍ୱାଜଙ୍କୁ ଡ୍ରାଗନ ଆଓ୍ୱାର୍ଡ ପ୍ରଦାନ କରିଛନ୍ତି। ଆଓ୍ୱାର୍ଡ ପାଇବା ପରେ ନୱାଜ୍ ଟୁଇଟ କରି ଖୁସି ପ୍ରକାଶ କରିବା ସହ କାର୍ଡିଫ କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଅଭିନୟ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ […]

ଅଦ୍ୟତନ ହୋଇଛି
ନୱାଜୁଦ୍ଦିନଙ୍କୁ ମିଳିଲା ଗୋଲ୍ଡେନ୍ ଡ୍ରାଗନ ଆଓ୍ୱାର୍ଡ

nawazuddin

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ।  ୟୁକେର ୱେଲ୍ସରେ ଆୟୋଜିତ ହୋଇଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ  ତାଙ୍କୁ ‘ଗୋଲ୍ଡେନ୍ ଡ୍ରାଗନ ଆଓ୍ୱାର୍ଡ’ରେ ସମ୍ମାନିତ କରାଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ମିକ୍ ଆଣ୍ଟୋନିୟ (Mick Antoniev) ନଓ୍ୱାଜଙ୍କୁ ଡ୍ରାଗନ ଆଓ୍ୱାର୍ଡ ପ୍ରଦାନ କରିଛନ୍ତି। ଆଓ୍ୱାର୍ଡ ପାଇବା ପରେ ନୱାଜ୍ ଟୁଇଟ କରି ଖୁସି ପ୍ରକାଶ କରିବା ସହ କାର୍ଡିଫ କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଅଭିନୟ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି। ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି। ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି। ଲିଡ୍ ରୋଲ୍ ହେଉ କି କମେଡି ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

https://twitter.com/Nawazuddin_S/status/1189112577059479552

ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖରେ ତାଙ୍କ ଫିଲ୍ମ ମୋତିଚୁର ଚକନାଚୁର ପରଦାକୁ ଆସିବ। ଏଥରେ ତାଙ୍କ ସହ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ନଜର ଆସିବେ। ଦେବାମିତ୍ରା ବିଶ୍ୱାଳ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ରାଜେଶ ଭାଟ୍ଟିଆ ଓ କିରଣ ଭାଟ୍ଟିଆ ପ୍ରଯୋଜନା କରିଛନ୍ତିା

Advertisment

https://www.instagram.com/p/BtIleTfgkAP/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe