Advertisment

ନୱାଜୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ବିରୋଧରେ ଏଫ୍‌ଆଇଆର୍ ରୁଜୁ

ଆଲିଆ ଯେଉଁ ବଙ୍ଗଳାରେ ରୁହନ୍ତି ସେଠାକୁ ନୱାଜୁଦ୍ଦିନଙ୍କ ମା’ ଯାଇଥିଲେ। ସେଠାରେ ଉଭୟ ଆଲିଆ ଓ ମେହରୁନିସାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମେହରୁନିସା ଥାନାରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
nawazuddin-siddiqui-mother-files-fir-against-actors-second-wife

ନୱାଜୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ବିରୋଧରେ ଏଫ୍‌ଆଇଆର୍ ରୁଜୁ

Advertisment

ଆଇନ ଜାଲରେ ଫଶିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଦ୍ୱିତୀୟ ପତ୍ନୀ। ଅଭିନେତାଙ୍କ ମା’ ମେହରୁନିସା ସିଦ୍ଧିକି ନୱାଜୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ ଆଲିଆଙ୍କ ବିରୋଧରେ ରୁଜୁ କଲେ ଏଫ୍‌ଆଇଆର୍। ଅଭିଯୋଗ ପରେ ବର୍ସୋବା ପୁଲିସ ଅଭିନେତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।

Advertisment

ସୂଚନା ମୁତାବକ, ଆଲିଆ ଯେଉଁ ବଙ୍ଗଳାରେ ରୁହନ୍ତି ସେଠାକୁ  ନୱାଜୁଦ୍ଦିନଙ୍କ ମା’ ଯାଇଥିଲେ। ସେଠାରେ ଉଭୟ ଆଲିଆ ଓ ମେହରୁନିସାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମେହରୁନିସା ଥାନାରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମୁମ୍ବାଇ ବର୍ସୋବା ପୁଲିସ ଆଇପିସି ଧାରା ୪୫୨, ୩୨୩, ୫୦୪, ୫୦୬ ଜରିଆରେ ମାମଲା ରୁଜୁ କରିଛି।

ଉଲ୍ଲେଖଯୋଗ୍ୟ, ନୱାଜୁଦ୍ଦିନ, ନୱାଜୁଦ୍ଦିନଙ୍କ ମା’ ମେହରୁନିସା ଓ ଆଲିଆଙ୍କ ମଧ୍ୟରେ ସମ୍ପତିକୁ ନେଇ ବିବାଦ ଲାଗି ରହିଛି। ୨୦୨୦ରେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବି ଅନେକ ବିବାଦ ଉପୁଜିଥିଲା। ପତ୍ନୀ ଆଲିଆ ଛାଡପତ୍ର ପାଇଁ ନୱାଜୁଦ୍ଦିନଙ୍କୁ ଲିଗାଲ ନୋଟିସ ମଧ୍ୟ ପଠାଇଥିଲେ। କିନ୍ତୁ କିଛି ମାସ ପରେ ଉଭୟଙ୍କ ମଧ୍ୟରେ ସବୁକିଛି ସମାଧାନ ହୋଇଯାଇଥିଲା। ନୱାଜୁଦ୍ଦିନ ଓ ଆଲିଆ ୨୦୧୦ରେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe