ପରଦାକୁ ଆସୁଛି ‘ଠାକ୍‌ରେ’: ବଲିଉଡ୍‌ ଫିଲ୍ମ ଇତିହାସରେ ପ୍ରଥମ ଥର ଘଟିବ ଏମିତି କିଛି

ମୁମ୍ବାଇ: ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକ୍‌ରେ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ବାଲା ସାହେବ ଠାକ୍‌ରେଙ୍କ ଚରିତ୍ରରେ ନୱାଜୁଦ୍ଦିନ ସିଦ୍ଦିକ୍‌ ଅଭିନୟ କରିଛନ୍ତି। ଫିଲ୍ମଟି ଭିନ୍ନ ଭିନ୍ନ କାରଣ ଯୋଗୁ ଅନେକ ଦିନରୁ ଚର୍ଚ୍ଚାରେ ରହିଛି। ତେବେ ନିଜର  ନିର୍ଭୀକ ସ୍ୱଭାବ ଓ ସ୍ପଷ୍ଟବାଦିତା ଗୁଣ ପାଇଁ ବାଲ୍‌ ଠାକ୍‌ରେ ଖୁବ୍‌ ଲୋକପ୍ରିୟ ଥିଲେ। ଖାସ୍‌ ସେଥିପାଇଁ ତାଙ୍କ ଚରିତ୍ରରେ ନୱାଜୁଦ୍ଦିନ୍‌ଙ୍କୁ ଦେଖିବାକୁ ଦର୍ଶକ ଖୁବ୍‌ ଉତ୍ସାହର ସହ ଚାହିଁ ବସିଛନ୍ତି। ଫିଲ୍ମକୁ […]

balthhakre

balthhakre

Sangita Sahoo
  • Published: Wednesday, 23 January 2019
  • Updated: 23 January 2019, 01:35 PM IST

Sports

Latest News

ମୁମ୍ବାଇ: ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକ୍‌ରେ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ବାଲା ସାହେବ ଠାକ୍‌ରେଙ୍କ ଚରିତ୍ରରେ ନୱାଜୁଦ୍ଦିନ ସିଦ୍ଦିକ୍‌ ଅଭିନୟ କରିଛନ୍ତି। ଫିଲ୍ମଟି ଭିନ୍ନ ଭିନ୍ନ କାରଣ ଯୋଗୁ ଅନେକ ଦିନରୁ ଚର୍ଚ୍ଚାରେ ରହିଛି।

ତେବେ ନିଜର  ନିର୍ଭୀକ ସ୍ୱଭାବ ଓ ସ୍ପଷ୍ଟବାଦିତା ଗୁଣ ପାଇଁ ବାଲ୍‌ ଠାକ୍‌ରେ ଖୁବ୍‌ ଲୋକପ୍ରିୟ ଥିଲେ। ଖାସ୍‌ ସେଥିପାଇଁ ତାଙ୍କ ଚରିତ୍ରରେ ନୱାଜୁଦ୍ଦିନ୍‌ଙ୍କୁ ଦେଖିବାକୁ ଦର୍ଶକ ଖୁବ୍‌ ଉତ୍ସାହର ସହ ଚାହିଁ ବସିଛନ୍ତି। ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲେ ବି ଏବେ ଏକ ଖାସ୍‌ କଥା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ବଲିଉଡ୍‌ ଫିଲ୍ମ ଇତିହାସରେ ପ୍ରଥମ ଥର ପାଇଁ ଏମିତି କିଛି ଘଟିବାକୁ ଯାଉଛି।

ରିପୋର୍ଟ ମୁତାବକ ସାଧାରଣତଃ ଫିଲ୍ମ ଗୁଡ଼ିକ ସକାଳ ୭ ଟାରେ ରିଲିଜ୍‌ ହୋଇଥାଏ। କିନ୍ତୁ IMAX Wadalaରେ ଏହାର ପ୍ରଥମ ଦିନର ଶୋ’ ରିଲିଜ୍‌ ସମୟ ଭୋର୍‌ ୪ ଟା ୧୫ ରଖାଯାଇଛି। IMAX Wadala ହଲ୍‌ର ମାଲିକ କହିଛନ୍ତି ଯେ,‘‘ ବାଲ୍‌ ଠାକ୍‌ରେଙ୍କୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ, ଉତ୍ସାହ ଓ ଉଦ୍ଦୀପନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଫିଲ୍ମ ରିଲିଜ୍‌ ଟାଇମ୍‌ରେ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି।

ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍‌ ହେବ। ଏଥିରେ ନାୟିକା ଭୂମିକାରେ ଅମୃତା ରାଓ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos