Advertisment

ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ବଲିଉଡ୍‌ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସ୍ୱତନ୍ତ୍ର ପରିଚୟ ତାଙ୍କୁ ତାଙ୍କ ଅଭିନୟ ଯୋଗୁ ମିଳିଛି। ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି। ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି। ଲିଡ୍ ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ। ଦର୍ଶକଙ୍କୁ ହସାଇବାରେ ବି ସେ ମାହିର। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ […]

ଅଦ୍ୟତନ ହୋଇଛି
ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ସମ୍ମାନ

nawaz

Advertisment

ମୁମ୍ବାଇ: ବଲିଉଡ୍‌ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସ୍ୱତନ୍ତ୍ର ପରିଚୟ ତାଙ୍କୁ ତାଙ୍କ ଅଭିନୟ ଯୋଗୁ ମିଳିଛି। ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି। ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି। ଲିଡ୍ ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ। ଦର୍ଶକଙ୍କୁ ହସାଇବାରେ ବି ସେ ମାହିର। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସମ୍ମାନିତ କରାଯିବ।

Advertisment

https://www.instagram.com/p/BtIleTfgkAP/?utm_source=ig_web_copy_link

ସୂଚନା ଅନୁଯାୟୀ, ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ୱେଲ୍ସରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ଏହି ଫେଷ୍ଟିଭାଲ୍‌ର ଶେଷ ଦିନରେ ନୱାଜ୍‌ଙ୍କୁ ‘ଗୋଲ୍ଡେନ୍‌ ଡ୍ରାଗନ୍‌’ ପୁରସ୍କାର ପ୍ରଦାନ କରାଯିବ। ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ।

https://www.instagram.com/p/Ba311Vzg3xj/?utm_source=ig_web_copy_link

ନୱାଜୁଦ୍ଦିନ ‘କାହାନୀ’, ‘ପାନ୍ ସିଂହ ତୋମାର୍‌’, ‘ଗ୍ୟାଙ୍ଗ୍ସ ଅଫ୍ ୱାସିପୁର’, ‘ବଦଲାପୁର’, ‘ମାଂଝି- ଦ ମାଉଣ୍ଟେନ୍ ମ୍ୟାନ୍’, ‘କିକ୍‌’, ‘ବଜରଙ୍ଗୀ ଭାଇଜାନ୍’ ଓ ‘ମମ୍’ ପରି ଫିଲ୍ମ ଏବଂ  ‘ସିକ୍ରେଡ୍ ଗେମ୍ସ’ ଭଳି ୱେବ୍‌ସିରିଜ୍‌ରେ ଅଭିନୟ କରିଛନ୍ତି।

Advertisment

ସୂଚନାଯୋଗ୍ୟ, କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୬ରୁ ଆରମ୍ଭ ହୋଇଛି। ଆଣ୍ଡ୍ରେଆ ମୋଇଗନାର୍ଡ଼ ଓ ଚେରିଲ୍ ଇନ୍‌ଗ୍ରାମ୍‌ଙ୍କ ସହ ମିଶି ରାହିଲ୍‌ ଆବ୍ବାସ ଏହି ଫେଷ୍ଟିଭାଲ୍‌ ଆରମ୍ଭ କରିଥିଲେ।

https://www.instagram.com/p/BgOSkjYAV5u/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe