Advertisment

ନୱାଜୁଦ୍ଦିନଙ୍କୁ ହ୍ୱାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ୍ ପଠାଇଲେ ପତ୍ନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କୁ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍ ପଠାଇଛନ୍ତି। ବିବାହର ୧୦ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ହ୍ୱାଟ୍ସଆପ ଜରିଆରେ ନୱାଜଙ୍କ ପାଖକୁ ଆଇନଗତ ନୋଟିସ୍ ପଠାଇଛନ୍ତି। ଆଲିଆଙ୍କ ଆଡଭୋକେଟ୍ ଅଭୟ ସାହି ପ୍ରତିକ୍ରିୟା ଦେଇ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଦେଶର ସମସ୍ତ ଡାକଘର ବନ୍ଦ ରହିଛି। ଫଳରେ ସ୍ପିଡ୍ ପୋଷ୍ଟରେ ନୋଟିସ୍ ପଠାଯାଇପାରିବ ନାହିଁ। ତେଣୁ ହ୍ୱାଟସ୍ ଆପ୍ […]

ନୱାଜୁଦ୍ଦିନଙ୍କୁ ହ୍ୱାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ୍ ପଠାଇଲେ ପତ୍ନୀ

nawaz

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କୁ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍ ପଠାଇଛନ୍ତି। ବିବାହର ୧୦ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ହ୍ୱାଟ୍ସଆପ ଜରିଆରେ ନୱାଜଙ୍କ ପାଖକୁ ଆଇନଗତ ନୋଟିସ୍ ପଠାଇଛନ୍ତି।

Advertisment

ଆଲିଆଙ୍କ ଆଡଭୋକେଟ୍ ଅଭୟ ସାହି ପ୍ରତିକ୍ରିୟା ଦେଇ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ଦେଶର ସମସ୍ତ ଡାକଘର ବନ୍ଦ ରହିଛି। ଫଳରେ ସ୍ପିଡ୍ ପୋଷ୍ଟରେ ନୋଟିସ୍ ପଠାଯାଇପାରିବ ନାହିଁ। ତେଣୁ ହ୍ୱାଟସ୍ ଆପ୍ ଏବଂ ଇମେଲ୍ ମାଧ୍ୟମରେ ଅଭିନେତାଙ୍କୁ ନୋଟିସ୍ ପଠାଯାଇଛି। ତାଙ୍କ କହିବା ମୁତାବକ, ଆଲିଆ ଛାଡ଼ପତ୍ର ଏବଂ ମେଣ୍ଟେନାନ୍ସ ପାଇଁ ଏହି ନୋଟିସ୍ ପଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ନୱାଜ୍ ନୋଟିସ୍ ପାଇ କୌଣସି ପ୍ରତିକ୍ରିୟା ଦେବାକୁ ଆବଶ୍ୟକ ବୋଲି ଭାବିନାହାନ୍ତି।publive-image

ଏହି ଦମ୍ପତ୍ତି ଦୀର୍ଘ ଦିନ ଧରି ପରସ୍ପରଠାରୁ ଅଲଗା ରହିଆସୁଥିଲେ। ନୱାଜଙ୍କ ପିଲାମାନେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଖରେ ରୁହନ୍ତି। ନୱାଜଙ୍କ ବିରୋଧରେ ଆଲିଆ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଆମର ସମ୍ପର୍କ କେବେ ବି ଭଲ ନଥିଲା। ଆମ ସମ୍ପର୍କରେ ସବୁବେଳେ ଟେନ୍‌ସନ୍ ଥିଲା। ହେଲେ ମୁଁ ଜଣେ ପତ୍ନୀ ହିସାବରେ ଅନେକ ଜିନିଷକୁ ଅଣଦେଖା କରିଦିଏ। ସେ ଜଣେ ସେଲିବ୍ରିଟି ଏବଂ ଯଦି ମୁଁ ଏହା ବିଷୟରେ କହିଥା’ନ୍ତି, ତା’ହେଲେ କଥା ବହୁତ ବଢ଼ିଯାଇଥାନ୍ତା ଏବଂ ସମ୍ଭାଳିବା ଅସମ୍ଭବ ହୋଇଯାଇଥାନ୍ତା। ମୁଁ ମୋର ସମ୍ପର୍କକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ମୁଁ କେବେ ବି ତାଙ୍କଠାରେ କୌଣସି ସକାରାତ୍ମକ ମନୋଭାବ ଅନୁଭବ କରିପାରିନଥିଲି।

Advertisment

publive-image

ଆଲିଆ କହିଛନ୍ତି, ସେ ମୋର କିମ୍ବା ପିଲାମାନଙ୍କ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ। ଆମେ ଦୀର୍ଘ ସମୟ ଧରି ଅଲଗା ରହୁଛୁ। ପିଲାମାନେ ମୋ ସହିତ ଅଛନ୍ତି। ଏପରିକି ଏହି ଲକଡାଉନରେ ବି ସେ ମୋର ଏବଂ ପିଲାମାନଙ୍କର ଅବସ୍ଥା ବିଷୟରେ ଥରେ ବି ପଚାରି ବୁଝିନଥିଲେ। ସେଥିପାଇଁ ମୁଁ ଲକଡାଉନରେ ଏହା ବିଷୟରେ ବହୁତ ଚିନ୍ତା କଲି ଏବଂ ମୁଁ ଅନୁଭବ କଲି ଯେ ସମ୍ପର୍କକୁ କେବଳ ସର୍ବସାଧାରଣରେ ଦେଖାଇବା ପାଇଁ ରଖିବା ଅପେକ୍ଷା ଅଲଗା ହୋଇଯିବା ଭଲ। ସେଥିପାଇଁ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ସ୍ଥିର କଲି। ଏଥିସହ ଆଲିଆ କହିଛନ୍ତି ଯେ ସେ ଛାଡ଼ପତ୍ର ଦେବା ସହ ପିଲାଙ୍କ କଷ୍ଟଡ଼ି ନିଜ ପାଖରେ ରଖିବାକୁ ମଧ୍ୟ ଚେଷ୍ଟା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe