Advertisment

ନୱାଜୁଦ୍ଦିନଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ କିଛିଦିନ ତଳେ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ। ବର୍ତ୍ତମାନ ସେ ତାଙ୍କ ଉପରେ ଦାୟିତ୍ୱହୀନ ପିତାର ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ଅଭିନେତା ମନୋଜ ବାଜପେୟୀଙ୍କ ଆଗରେ ନୱାଜ୍ ତାଙ୍କୁ ଅସମ୍ମାନ କରିଛନ୍ତି ଏବଂ ସର୍ବସାଧାରଣରେ ତାଙ୍କ ସହ ଦେଖାଯିବା ଠାରୁ ଦୂରେଇ ରହିଛନ୍ତି ଆଲିଆ କହିଛନ୍ତି ଯେ ସେମାନେ ଚାରି ବର୍ଷରୁ ଅଧିକ ସମୟ ଅଲଗା ରହୁଛନ୍ତି। ଯେତେବେଳେ ସେ ତାଙ୍କୁ ପିଲାମାନଙ୍କୁ […]

ନୱାଜୁଦ୍ଦିନଙ୍କୁ ହ୍ୱାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ୍ ପଠାଇଲେ ପତ୍ନୀ

nawaz

Advertisment

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ କିଛିଦିନ ତଳେ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ। ବର୍ତ୍ତମାନ ସେ ତାଙ୍କ ଉପରେ ଦାୟିତ୍ୱହୀନ ପିତାର ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ଅଭିନେତା ମନୋଜ ବାଜପେୟୀଙ୍କ ଆଗରେ ନୱାଜ୍ ତାଙ୍କୁ ଅସମ୍ମାନ କରିଛନ୍ତି ଏବଂ ସର୍ବସାଧାରଣରେ ତାଙ୍କ ସହ ଦେଖାଯିବା ଠାରୁ ଦୂରେଇ ରହିଛନ୍ତିpublive-image

Advertisment

ଆଲିଆ କହିଛନ୍ତି ଯେ ସେମାନେ ଚାରି ବର୍ଷରୁ ଅଧିକ ସମୟ ଅଲଗା ରହୁଛନ୍ତି। ଯେତେବେଳେ ସେ ତାଙ୍କୁ ପିଲାମାନଙ୍କୁ ଦେଖା କରିବାକୁ କୁହନ୍ତି, ସେତେବେଳେ ନୱାଜ୍ ବହୁତ ମିଛ ବାହାନା କରନ୍ତି। ଆଲିଆ ଆହୁରି  କହିଛନ୍ତି, ‘ମୁଁ ପିଲାମାନଙ୍କୁ ବିଷୟରେ କିଛି ବି କହି ନାହିଁ। ସେମାନେ ଅନେକ ସମୟରେ ବିବ୍ରତ ହୋଇ ମୋତେ ବାପା କାହାଁନ୍ତି ଓ କେଉଁଠି ଶୁଟ୍ କରୁଛନ୍ତି ପଚାରନ୍ତି। ମୁଁ ସେମାନଙ୍କୁ ସବୁବେଳେ କୁହେ ଯେ ସେ ଆମେରିକା, ନ୍ୟୁୟର୍କରେ ଶୁଟିଂ କରୁଛନ୍ତି। କିନ୍ତୁ କେତେ ବର୍ଷ ପର୍ଯ୍ୟନ୍ତ ମୁଁ ଏମିତି କରିବି?’

କେବଳ ଏତିକି ନୁହେଁ  ଆଲିଆ ଅଭିନେତା ମନୋଜ ବାଜପେୟୀଙ୍କ ସହ ଜଡ଼ିତ ଏକ ଘଟଣାର ବର୍ଣ୍ଣନା କରି ସେ କହିଛନ୍ତି, ‘ମନୋଜ ବାଜପେୟୀଙ୍କ ପରି କିଛି ସେଲିବ୍ରିଟି ମୋ ଘରକୁ ଯାଇଛନ୍ତି। ସେହି ସମୟରେ ମଧ୍ୟ ମୋତେ ନୱାଜ ଅପମାନିତ କରୁଥିଲେ। ମୁଁ ତାଙ୍କ ପାଇଁ ରୋଷେଇ କରୁଥିଲି ଏବଂ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲି। ହେଲେ ନୱାଜ ମତେ ‘ତୁମକୁ କ’ଣ କଥାବାର୍ତ୍ତା କରି ଆସେନାହିଁ’, ‘ତୁମେ ଲୋକଙ୍କ ଆଗରେ କଥା ନ କହିବା ଭଲ’ ଏପରି କହି ତାଙ୍କ ଆଗରେ ଅପମାନିତ କରୁଥିଲେ।’publive-image

Advertisment

ସୂଚନାଯୋଗ୍ୟ, କରୋନାଭାଇରସ୍ ପାଇଁ ଦେଶରେ ଲକଡାଉନ୍ ଚାଲିଥିବା ହେତୁ ପୋଷ୍ଟ ଅଫିସ୍ ବନ୍ଦ ରହିଛି ତେଣୁ ଆଲିଆ ଗତ ମେ ୭ରେ ଇମେଲ୍ ଏବଂ ହ୍ୱାଟସ୍ ଆପ୍ ଜରିଆରେ ନୱାଜଙ୍କୁ ଛାଡ଼ପତ୍ର ନେଇ ଏକ ଲିଗାଲ୍ ନୋଟିସ୍ ପଠାଇଥିଲେ। ନୱାଜ ଓ ଆଲିଆଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ଶୋରା ଏବଂ ପୁଅ ୟାନୀ। ଆଲିଆ ଛାଡ଼ପତ୍ର ଓ ମେଣ୍ଟେନା୍ସ ସହ ପିଲାମାନଙ୍କ କଷ୍ଟଡ଼ି ପାଇଁ ମଧ୍ୟ ଦାବି କରିଛନ୍ତି। ହେଲେ ନୱାଜ୍ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି। ସେ ବର୍ତ୍ତମାନ ତାଙ୍କ ପରିବାର ସହ ଉତ୍ତରପ୍ରଦେଶର ବୁଦ୍ଧାନାରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe