Advertisment

G5ରେ ରିଲିଜ୍ ହେବ ନୱାଜୁଦ୍ଦିନଙ୍କ ଫିଲ୍ମ 'ଘୂମକେତୁ': ଦେଖନ୍ତୁ ଏହାର ପ୍ରଥମ ଲୁକ୍

ମୁମ୍ବାଇ: ଦୀର୍ଘ ଦିନ ଧରି ନୱାଜୁଦ୍ଦିନ ସିଦ୍ଦିକିଙ୍କ ଅପକମିଂ ଫିଲ୍ମ ‘ଘୂମକେତୁ’ ବିଷୟରେ ଚର୍ଚ୍ଚା ହେଇଆସୁଛି। ଏହି ଫିଲ୍ମ ନିର୍ମାଣ ଏବଂ ରିଲିଜ୍ ପାଇଁ ସମସ୍ତେ ବହୁଦିନରୁ ଅପେକ୍ଷା କରି ରହିଥିଲେ। ହେଲେ ଦେଶରେ ଚାଲିଥିବା ଲକଡାଉନ୍ ଯୋଗୁ ଫିଲ୍ମଟିର ରିଲିଜ୍ ହୋଇପାରି ନଥିଲା। ତେବେ ବର୍ତ୍ତମାନ ଏହାକୁ ଓଟିଟି ପ୍ଲାଟଫର୍ମ G5ରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବହୁ ଚର୍ଚ୍ଚିତ ଫିଲ୍ମଟି ମେ ୨୨ରେ ରିଲିଜ୍ ହେବ। ‘ଘୂମକେତୁ’ ହେଉଛି ଏକ କମେଡ଼ି ଡ୍ରାମା […]

G5ରେ ରିଲିଜ୍ ହେବ ନୱାଜୁଦ୍ଦିନଙ୍କ ଫିଲ୍ମ 'ଘୂମକେତୁ': ଦେଖନ୍ତୁ ଏହାର ପ୍ରଥମ ଲୁକ୍

nawaz

Advertisment

ମୁମ୍ବାଇ: ଦୀର୍ଘ ଦିନ ଧରି ନୱାଜୁଦ୍ଦିନ ସିଦ୍ଦିକିଙ୍କ ଅପକମିଂ ଫିଲ୍ମ ‘ଘୂମକେତୁ’ ବିଷୟରେ ଚର୍ଚ୍ଚା ହେଇଆସୁଛି। ଏହି ଫିଲ୍ମ ନିର୍ମାଣ ଏବଂ ରିଲିଜ୍ ପାଇଁ ସମସ୍ତେ ବହୁଦିନରୁ ଅପେକ୍ଷା କରି ରହିଥିଲେ। ହେଲେ ଦେଶରେ ଚାଲିଥିବା ଲକଡାଉନ୍ ଯୋଗୁ ଫିଲ୍ମଟିର ରିଲିଜ୍ ହୋଇପାରି ନଥିଲା। ତେବେ ବର୍ତ୍ତମାନ ଏହାକୁ ଓଟିଟି ପ୍ଲାଟଫର୍ମ G5ରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବହୁ ଚର୍ଚ୍ଚିତ ଫିଲ୍ମଟି ମେ ୨୨ରେ ରିଲିଜ୍ ହେବ।

Advertisment

‘ଘୂମକେତୁ’ ହେଉଛି ଏକ କମେଡ଼ି ଡ୍ରାମା ଫିଲ୍ମ, ଯେଉଁଥିରେ ନୱାଜୁଦ୍ଦିନ ସିଦ୍ଦିକି ଜଣେ ଲେଖକ ଭୂମିକାରେ ଅଭିନୟ କରିଛନ୍ତି। ଏହି ଲେଖକ ମୁମ୍ବାଇ ସହରରେ ସଫଳତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ବ୍ୟତୀତ ଏଥିରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ, ଇଲା ଅରୁଣ, ରଘୁବୀର ଯାଦବ, ସ୍ୱାନନ୍ଦ କିର୍କିରେ ଏବଂ ରାଗିଣୀ ଖାନ୍ନା ପ୍ରମୁଖ କାମ କରିଛନ୍ତି। ଏହି ଫିଲ୍ମ ଜରିଆରେ ଅନୁରାଗ କସ୍ୟପ ଅଭିନୟରେ ଡେବ୍ୟୁ କରୁଛନ୍ତି। ଅନୁରାଗ ଏଥିରେ ଜଣେ ପୁଲିସ୍ କର୍ମଚାରୀ ହୋଇଛନ୍ତି। ଏହି ଫିଲ୍ମଟିକୁ ପୁଷ୍ପେନ୍ଦ୍ର ନାଥ ମିଶ୍ର ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ପ୍ରଯୋଜନା ଫାଣ୍ଟମ୍ ଫିଲ୍ମସ୍ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଅଧୀନରେ ହୋଇଛି।

https://www.instagram.com/p/B_9DenVA74p/?utm_source=ig_web_copy_link

‘ଘୂମକେତୁ’ରେ ମୁଖ୍ୟ ଷ୍ଟାରକାଷ୍ଟ ବ୍ୟତୀତ ଅମିତାଭ ବଚ୍ଚନ, ରଣବୀର ସିଂ, ସୋନାକ୍ଷୀ ସିହ୍ନା, ଚିତ୍ରାଙ୍ଗଦା ସିଂ, ଲୋରେନ୍ ଗୋଟଲିଏବ୍ ଏବଂ ଫିଲ୍ମ ନିର୍ମାତା ନିଖିଲ ଆଡଭାନୀଙ୍କ ସ୍ପେଶାଲ୍ ଆପିୟରାନ୍ସ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, 'ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ହେଉଛି ଜଣେ ଲେଖକ, ଯିଏ ତାଙ୍କ ପରିବାର ସଦସ୍ୟଙ୍କ ମୁର୍ଖାମୀରୁ କିଛି ଶିଖନ୍ତି  ଓ ସଫଳ ହୁଅନ୍ତି। ନୱାଜ୍ କହିଛନ୍ତି ଯେ ଏହା ପୂର୍ବରୁ କେବେ ଦେଖାନଯାଇଥିବା ଭଳି କମେଡ଼ି କ୍ୟାରେକ୍ଟର। ଫିଲ୍ମର କାହାଣୀ ବିଷୟରେ ସେ କହିଛନ୍ତି, 'ଏହି ଫିଲ୍ମର କାହାଣୀ ବହୁତ ଭଲ ରହିଛି, ଯାହା ନିଶ୍ଚିତ ଭାବରେ ଦର୍ଶକଙ୍କ ମନୋରଞ୍ଜନ କରିବ। ଲକଡାଉନ୍ ସମୟରେ, ମୁଁ ଖୁସି ଯେ ଲୋକମାନେ ପରିବାର ସହିତ G5 ରେ ଆମ କମେଡ଼ି ଫିଲ୍ମ ଦେଖିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe