Advertisment

କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଲେ ନୟନତାରା

ନିକଟରେ ଏକ ସାକ୍ଷାତକାର୍‌ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି ଅଭିନେତ୍ରୀ।

ଅଦ୍ୟତନ ହୋଇଛି
Nayanthara

Nayanthara

Advertisment

ସାଉଥ ସୁନ୍ଦରୀ ନୟନତାରା। ଦକ୍ଷିଣ ଭାରତୀୟ ଫିଲ୍ମରେ ରହିଛି ତାଙ୍କର ବେଶ୍‌ ଦବ୍‌ଦବା। ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲେଡି ସୁପରଷ୍ଟାର୍‌। ସେ ସବୁଠୁ ହାଇଏଷ୍ଟ ପେଡେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ନିଜ ସୁନ୍ଦର ଚେହେରା ଓ ଦମ୍‌ଦାର ଅଭିନୟ ପାଇଁ ସେ ଫ୍ୟାନ୍‌ମାନଙ୍କ ହୃଦୟରେ ରାଜ କରନ୍ତି। ଏତେ ସବୁ ସଫଳତା ପାଇଥିବା ଅଭିନେତ୍ରୀ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି। ଏନେଇ ନିକଟରେ ସେ ନିଜେ ଖୁଲାସା କରିଛନ୍ତି।

Advertisment

ଅଭିନୟର କ୍ୟାରିୟର ଆରମ୍ଭରେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ନୟନତାରା। ନିକଟରେ ଏକ ସାକ୍ଷାତକାର୍‌ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି, କ୍ୟାରିୟର ଆରମ୍ଭରେ ଏକ ବଡ଼ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିୟନ କରିବା ପାଇଁ ତାଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ଏଥିପାଇଁ ତାଙ୍କୁ ଫିଲ୍ମ ନିର୍ମାତା ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିବାକୁ କହିଥିଲେ। ଏହା ଶୁଣିବା ପରେ ନୟନତାରା ଏହି ଅଫର୍‌କୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ।

ନୟନତାରା ଆହୁରି କହିଛନ୍ତି, 'ମୋତେ ମୋ ନିଜ ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଥିଲା, ତେଣୁ ମୁଁ ଟାଲେଣ୍ଟ ଜରିଆରେ ହିଁ ଆଗକୁ ବଢ଼ିଥିଲି।' ଆଜି ନୟନତାରା ନିଜ ଅଭିନୟ ଓ କଠିନ ପରିଶ୍ରମ ବଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜୟର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Advertisment

ସାଉଥ ପରେ ଏବେ ନୟନତାରା ବଲିଉଡ ମୁହାଁ ହୋଇଛନ୍ତି। ତାଙ୍କୁ ଶାହରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ 'ଯବାନ'ରେ ଦେଖିବାକୁ ମିଳିବ। ଏହା ତାଙ୍କର ପ୍ରଥମ ବଲିଉଡ୍‌ ସିନେମା ହେବାକୁ ଯାଉଛି। ଏଥି ସହିତ ନୟନତାରାଙ୍କ ‘ଇରାଇଭାନ’ ଶୀର୍ଷକ ତାମିଲ ଫିଲ୍ମ ମଧ୍ୟ ରିଲିଜ୍ ଅପେକ୍ଷାରେ ଅଛି। ଶେଷ ଥର ତାଙ୍କୁ ଚିରଞ୍ଜୀବୀଙ୍କ ‘ଗଡ୍‌ଫାଦର’ ଫିଲ୍ମରେ ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ନୟନତାରା ନିକଟରେ ତାମିଲ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବିଘ୍ନେଶ ଶିବନଙ୍କ ସହ ବିବାହ କରିଥିଲେ। ତେବେ ବିବାହର ୪ ମାସ ପରେ ହିଁ ସରୋଗେସି ଜରିଆରେ ସେ ଯମଜ ସନ୍ତାନର ମା' ହୋଇଛନ୍ତି।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe