Advertisment

ଅଭିନୟ ଛାଡ଼ିବେ ସାଉଥ ସୁନ୍ଦରୀ ନୟନତାରା!

ସାଉଥର ଏହି ଲେଡି ସୁପରଷ୍ଟାର୍ ଲାଇମଲାଇଟ୍ ଠାରୁ ଦୂରେଇ ଯିବେ।

author-image
Madhupriya Mistry
Nayanthara

Nayanthara

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି।

Advertisment

ସାଉଥର ଏହି ଲେଡି ସୁପରଷ୍ଟାର୍ ଏବେ ଲାଇମଲାଇଟ୍ ଠାରୁ ଦୂରେଇ ଯିବେ। ସେ ସ୍ପଟଲାଇଟ୍‌ରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।

ସେ ନିଜ ଯମଜ ପିଲାଙ୍କ ଦାୟିତ୍ୱ ସମ୍ଭାଳିବା ସହ ସ୍ୱାମୀ ବିଘ୍ନେଶଙ୍କ ପ୍ରଡକ୍ସନ ହାଉସ ‘ରାଉଡି ପିକଜର୍ସ’’ର ଦାୟିତ୍ୱ ମଧ୍ୟ ସମ୍ଭାଳିବେ। ଅର୍ଥାତ୍ ସେ ଆକ୍ଟିଂ ଦୁନିଆକୁ ପୂରାପୁରି ଅଲବିଦା କହିବେ ନାହିଁ। ତେବେ ଏନେଇ ନୟନତାରାଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ଆସିନାହିଁ। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ସେମାନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତେବେ ଏହି ଖବର କେତେ ସତ କେତେ ମିଛ ତାହା ଏଯାଏଁ ଜଣାପଡି ନାହିଁ।

Advertisment

କହିବାକୁ ଗଲେ ଅଭିନେତ୍ର ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍‌ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି। ଏହି ଫିଲ୍ମରେ ଶାହରୁଖ ଖାନ୍‌ଙ୍କ ଅପୋଜିଟ୍‌ରେ ନୟନତାରା ନଜର ଆସିବେ। ସାଉ୍‌ଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ସହ ସେ ଏଥିରେ କାମ କରୁଛନ୍ତି। ପଠାନ୍ ଭଳି ଶାହରୁଖଙ୍କ ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

Tollywood Nayanthara