Advertisment

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ମୁମ୍ବାଇ: ସିବିଆଇ ହାତରେ ଥିବା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଖୋଳତାଡ଼ କରୁଛି ନାରକୋଟିକ୍ସସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଏନସିବି ରାଡାରରେ ରହିଛନ୍ତି ବଲିଉଡର ଟପ୍ ସେଲିବ୍ରିଟିମାନେ। ଲଗାତର ସମନ, ଜେରା, ଗିରଫ ଜାରି ରହିଛି। ନିକଟରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ରକୁଲ ପ୍ରୀତ୍ ସିଂହ ଏବଂ ଶ୍ରଦ୍ଧା କପୁରଙ୍କୁ ଜେରା କରାଯାଇଛି। ତେବେ ତଦନ୍ତ ପ୍ରକ୍ରିୟାରେ ବ୍ୟସ୍ତ ଏନସିବି ଦ୍ୱାରା ଏକ ଭୁଲ ହୋଇଯାଇଥିବା ଜଣାପଡ଼ିଛି। […]

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ncb

Advertisment

ମୁମ୍ବାଇ: ସିବିଆଇ ହାତରେ ଥିବା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଖୋଳତାଡ଼ କରୁଛି ନାରକୋଟିକ୍ସସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଏନସିବି ରାଡାରରେ ରହିଛନ୍ତି ବଲିଉଡର ଟପ୍ ସେଲିବ୍ରିଟିମାନେ। ଲଗାତର ସମନ, ଜେରା, ଗିରଫ ଜାରି ରହିଛି। ନିକଟରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ରକୁଲ ପ୍ରୀତ୍ ସିଂହ ଏବଂ ଶ୍ରଦ୍ଧା କପୁରଙ୍କୁ ଜେରା କରାଯାଇଛି। ତେବେ ତଦନ୍ତ ପ୍ରକ୍ରିୟାରେ ବ୍ୟସ୍ତ ଏନସିବି ଦ୍ୱାରା ଏକ ଭୁଲ ହୋଇଯାଇଥିବା ଜଣାପଡ଼ିଛି।

Advertisment

ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ, ଏନସିବି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଦସ୍ତଖତ ରଖିବାକୁ ଭୁଲିଯାଇଥିଲେ। ଏଣୁ ପୁଣି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଘରକୁ ଯାଇ ଦସ୍ତଖତ ଆଣିଥିବା ଜଣାପଡ଼ିଛି।

ପ୍ରକୃତରେ ଗତ ଶନିବାର ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନଙ୍କୁ ଜେରା କରିବା ପରେ ଏନସିବି ସେମାନଙ୍କ ଫୋନ୍ ଜବତ କରିଥିଲା। ଅଧିକାରୀମାନେ ଏନେଇ ସେମାନଙ୍କ ଦସ୍ତଖତ ରଖିବା କଥା। ହେଲେ ସେମାନେ ଭୁଲିଯାଇଥିଲେ ବୋଲି ଜଣାପଡ଼ିଛି। ଏଣୁ ଜେରାର ଦୁଇ ଦିନ ପରେ ଦସ୍ତଖତ ଆଣିବାକୁ ଏନସିବି ଟିମକୁ ପୁଣି ସାରା ଓ ଶ୍ରଦ୍ଧାଙ୍କ ଘରକୁ ଯିବାକୁ ପଡ଼ିଥିଲା।

Advertisment

ସୂତ୍ର ଅନୁସାରେ, ସାରା ତାଙ୍କ ଘରେ ନ ଥିଲେ। ଏଣୁ ଏନସିବି ଅଧିକାରୀ ସାରା ଘରର ଜଣେ କର୍ମଚାରୀଙ୍କ ଦସ୍ତଖତ ନେଇ ଫେରିଥିଲେ ବୋଲି ଜଣାପଡ଼ିଛି।

Bollywood NCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe