Advertisment

ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ କରୁ କରୁ ଖୋଲୁଛି ବି-ଟାଉନର ଡ୍ରଗ୍ସ ଗୁମର। ମାୟାନଗରରୀର ଡ୍ରଗ୍ସ ଜାଲର ଚେର ଖୋଜି ଚାଲିଛି ଏନସିବି। ପ୍ରଥମେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ଥିବା ଜଣାପଡ଼ିବା ପରେ ଏନସିବି ତାଙ୍କୁ ଗିରଫ କରିଛି। ପରେ ପରେ ବଲିଉଡର ବହୁ ନାମୀଦାମୀ ତାରକାଙ୍କ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହି କ୍ରମରେ ବଲିଉଡ ଅଭିନେତ୍ରୀ […]

ଅଦ୍ୟତନ ହୋଇଛି
ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

deepika

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ କରୁ କରୁ ଖୋଲୁଛି ବି-ଟାଉନର ଡ୍ରଗ୍ସ ଗୁମର। ମାୟାନଗରରୀର ଡ୍ରଗ୍ସ ଜାଲର ଚେର ଖୋଜି ଚାଲିଛି ଏନସିବି। ପ୍ରଥମେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ଥିବା ଜଣାପଡ଼ିବା ପରେ ଏନସିବି ତାଙ୍କୁ ଗିରଫ କରିଛି। ପରେ ପରେ ବଲିଉଡର ବହୁ ନାମୀଦାମୀ ତାରକାଙ୍କ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ଜଣାପଡ଼ିଛି।

Advertisment

ଏହି କ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମନ କରିଛି। ଦୀପିକାଙ୍କ ସହ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କାପୁର ଏବଂ ରକୁଲ ପ୍ରୀତ ସିଂହଙ୍କ ସମେତ ଫ୍ୟାଶନ ଡିଜାଇନର ସିମୋନ୍ ଖମ୍ବାଟାଙ୍କୁ ମଧ୍ୟ ଏନସିବି ସମନ କରିଥିବା ଜଣାପଡ଼ିଛି। ଆସନ୍ତା ତିନି ଦିନ ମଧ୍ୟରେ ହାଜର ହେବାକୁ ଏନସିବି ସେମାନଙ୍କୁ ସମନ କରିଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବର୍ତ୍ତମାନ ସୁ୍ଦ୍ଧା ସାମ୍ନାକୁ ଆସିଥିବା ନାଁଗୁଡ଼ିକ ମଧ୍ୟରେ ଏମାନେ ହେଉଛନ୍ତି ସବୁଠାରୁ ବଡ଼ ବ୍ୟକ୍ତିତ୍ୱ।

ତଥ୍ୟ ଅନୁଯାୟୀ, ଆସନ୍ତା କାଲି ରକୁପ୍ରୀତ୍ ଏବଂ ଫ୍ୟାଶନ୍ ଡିଜାଇନର୍ ସିମୋନ୍ ଖମ୍ବାଟା ଏନସିବି ନିକଟରେ ହାଜର ହେବେ । ସେହିପରି ଶୁକ୍ରବାର ଦୀପିକା ହାଜର ହେବାକୁ ଥିବା ବେଳେ ଶନିବାର ଶ୍ରଦ୍ଧା ଏବଂ ସାରା ଏନସିବି ନିକଟରେ ହାଜର ହେବାକୁ ସମନ କରାଯାଇଛି। ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରିୟା ଚକ୍ରବର୍ତ୍ତୀ ଓ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ଏନସିବି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ଥିବା ବ୍ୟକ୍ତି ତଥା ତାରକାମାନଙ୍କ ୩ଟି ତାଲିକା ପ୍ରସ୍ତୁତ କରିଥିଲା। ତେବେ ଏହି ତାଲିକାରୁ ଏ-ଲିଷ୍ଟରମାନଙ୍କୁ  ଶୀଘ୍ର ତଦନ୍ତ ପ୍ରକ୍ରିୟାରେ ସାମିଲ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏହା ପୂର୍ବରୁ ଠୋସ୍ ପ୍ରମାଣ ଯୋଗାଡ଼ କରୁଛି ଏନସିବି ।

Advertisment
Deepika Padukone NCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe