Advertisment

ଷ୍ଟେଜ୍ ଉପରେ ଚାଲିଗଲା କମେଡିଆନ୍‌ଙ୍କ ଜୀବନ

ଦୁବାଇ: ଷ୍ଟେଜ୍‌ରେ କମେଡି କରୁଥିବା ବେଳେ ଚାଲିଗଲା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍ ମଞ୍ଜୁନାଥ ନାଇଡୁଙ୍କ ଜୀବନ। ହୃଦ୍‌ଘାତ ଯୋଗୁ ଏହି ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା।   ଦୁବାଇର ଏକ ହୋଟେଲ୍‌ରେ ସେ ଶୋ’ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ୍ ଅନୁଯାୟୀ ଶୁକ୍ରବାର ଦିନ ସେ ହୋଟେଲ୍ ‘ଅଲ୍ ବରଶା’ରେ ପହଞ୍ଚିଥିଲେ। ଦୁଇ ଘଣ୍ଟାର ଶୋ’ ଶେଷ ହେବାକୁ ଆଉ କିଛି ସମୟ […]

ଅଦ୍ୟତନ ହୋଇଛି
ଷ୍ଟେଜ୍ ଉପରେ ଚାଲିଗଲା କମେଡିଆନ୍‌ଙ୍କ ଜୀବନ

1111

Advertisment

ଦୁବାଇ: ଷ୍ଟେଜ୍‌ରେ କମେଡି କରୁଥିବା ବେଳେ ଚାଲିଗଲା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍ ମଞ୍ଜୁନାଥ ନାଇଡୁଙ୍କ ଜୀବନ। ହୃଦ୍‌ଘାତ ଯୋଗୁ ଏହି ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା।

Advertisment

publive-image

ଦୁବାଇର ଏକ ହୋଟେଲ୍‌ରେ ସେ ଶୋ’ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ୍ ଅନୁଯାୟୀ ଶୁକ୍ରବାର ଦିନ ସେ ହୋଟେଲ୍ ‘ଅଲ୍ ବରଶା’ରେ ପହଞ୍ଚିଥିଲେ। ଦୁଇ ଘଣ୍ଟାର ଶୋ’ ଶେଷ ହେବାକୁ ଆଉ କିଛି ସମୟ ବାକି ଥିବା ବେଳେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଛିଡ଼ା ହୋଇ କମେଡି କରୁଥିବା ମଞ୍ଜୁନାଥ ହଠାତ୍‌ ସେଠାରେ ପଡ଼ିଥିବା ଚୌକିରେ ବସି ପଡ଼ିଥିଲେ ଓ ତା’ପରେ ପରେ ତଳେ ପଡ଼ିଗଲେ।

publive-image

ମଞ୍ଜୁନାଥ ତଳେ ପଡ଼ିଯିବା ପରେ ସେଠାରେ ଉପସ୍ଥିତ ଦର୍ଶକ ଖୁବ୍‌ ଜୋରରେ ହସିବା ସହିତ ତାଳି ବି ମାରିଥିଲେ। କାରଣ ସେମାନେ ଭାବିଥିଲେ ଯେ, ଏହା ତାଙ୍କର କମେଡିର ଅଂଶ। କିନ୍ତୁ ତାଙ୍କ ଶରୀର ଆଦୌ ହଲ୍‌ଚଲ୍ ନହେବାରୁ ଉପସ୍ଥିତ ଲୋକେ କିଛି ଅଘଟଣ ଘଟିଥିବା ଆଶଙ୍କା କରିଥିଲେ ଓ ତାହା ସତ ହୋଇଥିଲା।

Advertisment

ମଞ୍ଜୁନାଥଙ୍କ ମୃତ୍ୟୁ ଉପସ୍ଥିତ ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲା। ଶୋ’ର ଶେଷ ଆଡ଼କୁ ସେ ତାଙ୍କ ପରିବାର ବିଷୟରେ କହୁଥିଲେ। ସେହି ସମୟରେ ହିଁ ତାଙ୍କୁ ଆଟାକ୍‌ ହୋଇଥିଲା।

publive-image

ମଞ୍ଜୁନାଥ ଆବୁ ଧାବିରେ ଜନ୍ମ ହୋଇଥିଲେ। ପରେ ସେ ଦୁବାଇ ସିଫ୍ଟ ହୋଇଥିଲେ। ଦୁବାଇକୁ ଆସିବା ପରେ ସେ କମେଡି କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ କମେଡି ଦୁବାଇରେ ବହୁତ ଲୋକପ୍ରିୟ ହୋଇଥିଲେ। ସେ ଜଣେ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭାବେ ସୁନାମ ଅର୍ଜନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe