Advertisment

ବ୍ୟକ୍ତିଗତ ଅଭିଜ୍ଞତାରୁ ଝିଅମାନଙ୍କୁ ନୀନା ଦେଲେ ଚେତାବନୀ

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ଚେତାବନୀ ଦେଇଛନ୍ତି, ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ନୀନା ବର୍ତ୍ତମାନ ଉତ୍ତରାଖଣ୍ଡରେ ‘ସଚ୍‌ କହୁଁ ତୋ’ ସିରିଜ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟିଂର ବ୍ୟସ୍ତତା ମଧ୍ୟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେଆର୍ କରି ଯୁବତୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ (ଜଣେ ପୁରୁଷ) ଆପଣଙ୍କୁ ପ୍ରଥମେ କହେ ଯେ ସେ ତାଙ୍କ ପତ୍ନୀଙ୍କୁ ପସନ୍ଦ […]

author-image
Puspanjali Panda
ବ୍ୟକ୍ତିଗତ ଅଭିଜ୍ଞତାରୁ ଝିଅମାନଙ୍କୁ ନୀନା ଦେଲେ ଚେତାବନୀ

nina

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ଚେତାବନୀ ଦେଇଛନ୍ତି, ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ନୀନା ବର୍ତ୍ତମାନ ଉତ୍ତରାଖଣ୍ଡରେ ‘ସଚ୍‌ କହୁଁ ତୋ’ ସିରିଜ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଶୁଟିଂର ବ୍ୟସ୍ତତା ମଧ୍ୟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେଆର୍ କରି ଯୁବତୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ (ଜଣେ ପୁରୁଷ) ଆପଣଙ୍କୁ ପ୍ରଥମେ କହେ ଯେ ସେ ତାଙ୍କ ପତ୍ନୀଙ୍କୁ ପସନ୍ଦ କରନ୍ତି ନାହିଁ ଓ ସେମାନେ ଲମ୍ବା ସମୟ ଧରି ଏକାଠି ରହୁ ନାହାନ୍ତି। ଏହା ପରେ ଆପଣ ତାଙ୍କ ପ୍ରେମରେ ପଡ଼ିଯା’ନ୍ତି।

ନୀନା ଆହୁରି କହିଛନ୍ତି, ଏହାପରେ ଆପଣ ଲୁଚିକରି ତାଙ୍କ ସହିତ ଦେଖା କରନ୍ତି ଏବଂ ଛୁଟିରେ ସାଙ୍ଗହୋଇ ବୁଲନ୍ତି। ଆପଣ ଅନେକ ରାତି ତାଙ୍କ ସହିତ କଟାନ୍ତି। ଶେଷରେ ଆପଣ ତାଙ୍କ ସହିତ ବିବାହ କରିବାକୁ ଇଚ୍ଛା କରିଥା’ନ୍ତି। ଆପଣ ତାଙ୍କୁ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହନ୍ତି।  କିନ୍ତୁ ସେ ରାଜି ହୁଅନ୍ତି ନାହିଁ। ଏପରି କରିବା ସମ୍ଭବ ନୁହେଁ ବୋଲି ସେ କହନ୍ତି। ଛୁଆ ଅଛି ବୋଲି କହନ୍ତି। ସେହିପରି ସମ୍ପତ୍ତି ଓ ଟଙ୍କା ଦେବାରେ ଅସୁବିଧା ହେବ ବୋଲି କହନ୍ତି।

Advertisment

https://www.instagram.com/tv/B9OhLDAFYzN/?utm_source=ig_web_copy_link

ଏହା କହି ସେ କେବେ ବି କୌଣସି ବିବାହିତ ବ୍ୟକ୍ତିଙ୍କ ପ୍ରେମରେ ପଡ଼ନ୍ତୁ ନାହିଁ ବୋଲି ଯୁବତୀମାନଙ୍କୁ ଅନୁରୋଧ କରିଛନ୍ତି। ଏପରି କରି ସେ ତାଙ୍କ ଜୀବନରେ ଅନେକ ଖରାପ ପରିସ୍ଥିତିକୁ ସାମ୍ନା କରିଛନ୍ତି ବୋଲି କହିଛନ୍ତି। ନିଜ ଅଭିଜ୍ଞତାରୁ ସେ ଏଭଳି କାମ ନ କରିବାକୁ ଝିଅମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ନୀନା ଗୁପ୍ତା ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର୍‌ ଭିଭିଆନ୍‌ ରିଚାର୍ଡସଙ୍କ ସହିତ ରିଲେସନ୍‌ଶିପ୍‌ରେ ଥିଲେ। ସେମାନଙ୍କ ମସାବା ନାଁରେ ଜଣେ ଝିଅ ମଧ୍ୟ ଅଛନ୍ତି। ରିଚାର୍ଡସ ବିବାହିତ ହୋଇଥିବା ସତ୍ତ୍ୱେ ନୀନାଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିଥିଲେ। ୨୦୦୮ରେ ଦିଲ୍ଲୀର ବିବେକ ମେହରାଙ୍କୁ ନୀନା ବାହା ହୋଇଥିଲେ।