Advertisment

ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ରୁ ବାହାରିଲେ ନୀନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାକୁ ଆସୁଛି ରୋହିତ୍‌ ଶେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’। ଏଥିରେ ଲିଡ୍‌ ରେଲ୍‌ରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍। ଏମାନଙ୍କ ବ୍ୟତୀତ ଫିଲ୍ମ ‘ବଧାଇ ହୋ’ ଫେମ୍‌ ନୀନା ଗୁପ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିଥା’ନ୍ତେ। ହେଲେ ଏବେ ଖବର ମିଳିଛି ଯେ ତାଙ୍କୁ ଏହି ଫିଲ୍ମରୁ ବାହାର କରି ଦିଆଯାଇଛି। https://www.instagram.com/p/B5-s4e8ll8j/?utm_source=ig_web_copy_link ସୂଚନା ଅନୁଯାୟୀ, ଫିଲ୍ମରେ ନୀନା ଅକ୍ଷୟଙ୍କ ମା’ଙ୍କ ଭୂମିକାରେ ନଜର ଆସିଥା’ନ୍ତେ। ସେ ଏହି ରୋଲ୍‌କୁ […]

ଅଦ୍ୟତନ ହୋଇଛି
ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ରୁ ବାହାରିଲେ ନୀନା

neena

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାକୁ ଆସୁଛି ରୋହିତ୍‌ ଶେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’। ଏଥିରେ ଲିଡ୍‌ ରେଲ୍‌ରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍। ଏମାନଙ୍କ ବ୍ୟତୀତ ଫିଲ୍ମ ‘ବଧାଇ ହୋ’ ଫେମ୍‌ ନୀନା ଗୁପ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିଥା’ନ୍ତେ। ହେଲେ ଏବେ ଖବର ମିଳିଛି ଯେ ତାଙ୍କୁ ଏହି ଫିଲ୍ମରୁ ବାହାର କରି ଦିଆଯାଇଛି।

Advertisment

https://www.instagram.com/p/B5-s4e8ll8j/?utm_source=ig_web_copy_link

ସୂଚନା ଅନୁଯାୟୀ, ଫିଲ୍ମରେ ନୀନା ଅକ୍ଷୟଙ୍କ ମା’ଙ୍କ ଭୂମିକାରେ ନଜର ଆସିଥା’ନ୍ତେ। ସେ ଏହି ରୋଲ୍‌କୁ ନେଇ ବେଶ୍ ଖୁସିଥିଲେ। ନିଜ ଭୂମିକାର ଅଧିକାଂଶ ଶୁଟିଂ ମଧ୍ୟ ସେ ସାରି ଦେଇଥିଲେ। ହେଲେ ଶେଷବେଳକୁ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କୁ ଅନୁଭବ ହେଲା ଯେ ନୀନାଙ୍କ ରୋଲ୍‌ ଫିଲ୍ମରେ ଫିଟ୍‌ ହେଉନାହିଁ। ତେଣୁ ସେ ନୀନାଙ୍କ ରୋଲ୍‌ ଫିଲ୍ମରୁ କାଟିଦେଲେ। ତେବେ ଏ ନେଇ ନୀନାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

https://www.instagram.com/p/B3bZrdyHdrZ/?utm_source=ig_web_copy_link

ଏହି ଫିଲ୍ମଟି ରୋହିତ୍‌ଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ପ୍ରଥମ ଦୁଇଟି ଫିଲ୍ମ ‘ସିଙ୍ଘମ୍‌’ ଓ ‘ସିଙ୍ଘମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ଅକ୍ଷୟ ପ୍ରଥମଥର ପାଇଁ ଏହି ସିରିଜ୍‌ରେ କାମ କରୁଛନ୍ତି।  ସେ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍)ର ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେବଗନ୍‌ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଫିଲ୍ମଟିକୁ  ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୨୭ ତାରିଖରେ ‘ସୂର୍ଯ୍ୟବଂଶୀ’ ରିଲିଜ୍‌ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe