Advertisment

ଓଡ଼ିଆ ସିନେମାରୁ ହିନ୍ଦୀ ୱେବ୍‌ ସିରିଜ୍‌; ଚର୍ଚ୍ଚାରେ ‘ପାତାଲ ଲୋକ୍‌’ର ନୀରଜ କବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଷ୍କା ଶର୍ମାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓ୍ୱେବ୍ ସିରିଜ୍ ‘ପାତାଲ୍ ଲୋକ୍’କୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି। ଲକଡାଉନ୍ ଅବଧିରେ ସିନେମା ହଲଗୁଡ଼ିକ ବନ୍ଦ ଥିବାବେଳେ ଅନୁଷ୍କାଙ୍କ ଏହି ଭେଟି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛି। ଦମଦାର୍ କାହାଣୀ ସହ ଉଚ୍ଚକୋଟୀର ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। ‘ପାତାଲ୍ ଲୋକ୍’ ସହ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ନୀରଜ କବି। ଆଜି ଜାଣିବା ଓଡ଼ିଶା ସହ ଏହି ଦକ୍ଷ ଅଭିନେତାଙ୍କ କ’ଣ ରହିଛି ସମ୍ପର୍କ। ଜଣେ […]

ଅଦ୍ୟତନ ହୋଇଛି
ଓଡ଼ିଆ ସିନେମାରୁ ହିନ୍ଦୀ ୱେବ୍‌ ସିରିଜ୍‌; ଚର୍ଚ୍ଚାରେ ‘ପାତାଲ ଲୋକ୍‌’ର ନୀରଜ କବି

niraj

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଷ୍କା ଶର୍ମାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓ୍ୱେବ୍ ସିରିଜ୍ 'ପାତାଲ୍ ଲୋକ୍'କୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି। ଲକଡାଉନ୍ ଅବଧିରେ ସିନେମା ହଲଗୁଡ଼ିକ ବନ୍ଦ ଥିବାବେଳେ ଅନୁଷ୍କାଙ୍କ ଏହି ଭେଟି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛି। ଦମଦାର୍ କାହାଣୀ ସହ ଉଚ୍ଚକୋଟୀର ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। 'ପାତାଲ୍ ଲୋକ୍' ସହ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ନୀରଜ କବି। ଆଜି ଜାଣିବା ଓଡ଼ିଶା ସହ ଏହି ଦକ୍ଷ ଅଭିନେତାଙ୍କ କ'ଣ ରହିଛି ସମ୍ପର୍କ।

Advertisment

neeraj-kabi

ଜଣେ ପ୍ରଖ୍ୟାତ ସାମ୍ବାଦିକଙ୍କ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଓ ଏହାର ତଦନ୍ତ ଉପରେ 'ପାତାଲ୍ ଲୋକ୍'ର କାହାଣୀ ଆଧାରିତ, ଯାହା ଏବେ ଆମାଜନ ପ୍ରାଇମ୍ ଭିଡିଓରେ ଅନଲାଇନ୍ ଷ୍ଟ୍ରିମିଂ ହେଉଛି। ଏହାକୁ ଦେଖିବା ପରେ ନୀରଜ କବିଙ୍କ ଅଭିନୟକୁ ଦର୍ଶକେ ବେଶ ପ୍ରଶଂସା କରୁଛନ୍ତି। ଫିଲ୍ମରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ନୀରଜ ଜଣେ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ହୋଇଥିବା ବେଳେ ଓଡ଼ିଶା ସହ ତାଙ୍କ ଫିଲ୍ମ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ରହିଛି। ଏନେଇ ଅଧିକ ଜାଣିବା ପୂର୍ବରୁ ଆସନ୍ତୁ ନୀରଜଙ୍କ ଅଭିନୟ ଜୀବନ ଉପରେ ଟିକେ ନଜର ପକାଇବା।

୫୨ ବର୍ଷୀୟ ଦକ୍ଷ ଅଭିନେତା ନୀରଜ କବି ୧୯୬୮ ମାର୍ଚ୍ଚ ୧୨ରେ ବିହାରର (ବର୍ତ୍ତମାନ ଝାରଖଣ୍ଡ) ଜମଶେଦପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ଅଭିନୟ ପ୍ରଶିକ୍ଷକ ମଧ୍ୟ। ଦୀର୍ଘ ବର୍ଷ ଧରି ଜଣେ ମଞ୍ଚ ଅଭିନେତା ଭାବରେ ଅଭିଜ୍ଞତା ହାସଲ କରିବା ପରେ ସେ ନିଜସ୍ୱ ଶୈଳୀରେ ଅଭିନୟ କରୁଛନ୍ତି ଏବଂ ପ୍ରଶିକ୍ଷଣ ଦେଉଛନ୍ତି। ଗତ ଦୁଇ ଦଶନ୍ଧି ଧରି ସେ ନାମୀଦାମୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଫିଲ୍ମ ନିର୍ଦ୍ଦେଶକଙ୍କ ସହ ଜଣେ ପେସାଦାର ଅଭିନେତା ଭାବରେ କାମ କରିଆସୁଛନ୍ତି। ୧୯୯୬ ମସିହାରୁ ମଞ୍ଚ ଅଭିନୟ କର୍ମଶାଳାଗୁ଼ଡ଼ିକ ମାଧ୍ୟମରେ ପ୍ରଶିକ୍ଷଣ ଦେବାକୁ ନୀରଜ ସାରା ଭାରତ ଭ୍ରମଣ କରିଛନ୍ତି। ସେ ମୁମ୍ବାଇରେ ୧୯୯୮ରୁ ଜଣେ ପେସାଦାର ମଞ୍ଚ ଅଭିନେତା ଭାବେ କାମ ଆରମ୍ଭ କରିଥିଲେ।

Advertisment

neeraj-kabi

ତେବେ ଏହି ଉଚ୍ଚକୋଟୀର ଅଭିନେତା ଜଣଙ୍କ ଏକ ଓଡ଼ିଆ ଫିଲ୍ମରୁ ଫିଲ୍ମ ଜଗତରେ ପାଦ ଦେଇଥିଲେ। ୧୯୯୭ରେ ଓଡ଼ିଆ ଫିଲ୍ମ 'ଶେଷ ଦୃଷ୍ଟି' ଥିଲା ନୀରଜଙ୍କ ପ୍ରଥମ ଡେବ୍ୟୁ। ପ୍ରଖ୍ୟାତ ନିର୍ଦ୍ଦେଶକ ଅପୂର୍ବ କିଶୋର ବିରଙ୍କ ନିର୍ଦ୍ଦେଶନା ଏବଂ ନ୍ୟାଶନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ (ଏନଏଫଡିସି) ପ୍ରଯୋଜନାରେ ନିର୍ମିତ ଏହି ଫିଚର୍ ଫିଲ୍ମଟି ୧୯୯୮ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲା।

'ଶେଷ ଦୃଷ୍ଟି' ଫିଲ୍ମ ଜଣେ ସ୍ୱାଧୀନତା ସଂଗ୍ରାମୀ କେଦାର ବାବୁଙ୍କ କାହାଣୀକୁ ନେଇ ନିର୍ମିତ। ସେ ଗାନ୍ଧିଜୀଙ୍କ ଡାକରାରେ ଅନୁପ୍ରାଣିତ ହୋଇଥିଲେ। ବିବାହର କିଛି ବର୍ଷ ପରେ ସେ ନିଜ ପତ୍ନୀଙ୍କୁ ହରେଇଥିଲେ। ଆଉ ସମସ୍ତ ସ୍ନେହ ଦେଇ ଏକମାତ୍ର ପୁଅ ସଂଗ୍ରାମକୁ ବଡ଼ କରନ୍ତି। ନିରାଶାଜନକ ଜୀବନ ଅନ୍ତିମ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀ କେଦାର ବାବୁଙ୍କୁ ନିଜ ପୁଅର ଚାକିରି ଲାଗି ଲାଞ୍ଚ ଦେବାକୁ ପଡ଼ିଥାଏ। ଆଉ ଏହା ହେଉଛି 'ଶେଷ ଦୃଷ୍ଟି' ଫିଲ୍ମର ମୁଖ୍ୟ କଥାବସ୍ତୁ। ଏଥିରେ ସଂଗ୍ରାମଙ୍କ ଭୂମିକାରେ ନୀରଜ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ ଦୁନିଆରେ ପ୍ରଥମେ ପାଦ ରଖିଥିଲେ।

neeraj-kabi

ଏହାପରେ ସେ ଆନନ୍ଦ ଗାନ୍ଧୀଙ୍କ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ତଥା ବହୁ ପ୍ରଶଂସିତ ଫିଲ୍ମ 'ଶିପ୍ ଅଫ୍ ଥେସସ୍' ଫିଲ୍ମରେ ମୁଖ୍ୟ ଭୂମିକାରେ ନଜରକୁ ଆସିଥିଲେ। ଫିଲ୍ମରେ ସେ ଜଣେ ଭାରତୀୟ ସାଧୁଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି, ମୋନସୁନ ଶୁଟଆଉଟ୍(ହିନ୍ଦୀ), ଗାନ୍ଧୀ ଅଫ୍ ଦି ମନ୍ଥ(ଇଂଲିଶ୍), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (ହିନ୍ଦୀ), ତଲଓ୍ୱାର (ହିନ୍ଦୀ), ୩୫ ଏମଏମ୍ (ହିନ୍ଦୀ ଶର୍ଟ ଫିଲ୍ମ), ଭାଇସରଏସ୍ ହାଉସ୍ (ଇଂଲିଶ୍), ଗାଲି ଗୁଲିଆଁ (ହିନ୍ଦୀ), ଦି ହଙ୍ଗରି (ଇଂଲିଶ୍), ହିଚକି (ହିନ୍ଦୀ, ଇଂଲିଶ୍), ଲାଲ୍ କପ୍ତାନ (ହିନ୍ଦୀ) ପ୍ରମୁଖ। ଏହାବ୍ୟତୀତ ସେ ସେକ୍ରେଡ ଗେମ୍ସ, ଦି ଫାଇନାଲ କଲ୍, ଷ୍ଟ୍ରାଇକ୍ ବ୍ୟାକ୍, ତାଜ୍ ମହଲ୍, ସମ୍ବିଧାନ ଭଳି ଚର୍ଚ୍ଚିତ ଓ୍ୱେବ୍ ସିରିଜରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇସାରିଛନ୍ତି।

ସୂଚନା ଯେ, 'ପାତାଲ୍ ଲୋକ୍'ରେ ନୀରଜ ନ୍ୟୁଜ୍ ଆଙ୍କର ସଞ୍ଜୀବ ମେହରାଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଚରିତ୍ରର ନାଁ ସହ ନୀରଜଙ୍କ ଅଭିନୟର ପ୍ରକୃତରେ ପ୍ରଶଂସାଯୋଗ୍ୟ। ସମ୍ପୂର୍ଣ୍ଣ କାହାଣୀ ସଞ୍ଜୀବଙ୍କୁ ନେଇ କେନ୍ଦ୍ରିତ। ଫିଲ୍ମରେ ସଞ୍ଜୀବଙ୍କ ହତ୍ୟା ଷଡ଼ଯନ୍ତ୍ରର ତଦନ୍ତ କରାଯାଉଥିବା ଦେଖିବାକୁ ମିଳିଛି। ନୀରଜଙ୍କ ବ୍ୟତୀତ ଫିଲ୍ମରେ ଜୟଦୀପ ଅଲହାଓ୍ୱଟ, ଅଭିଷେକ ବାନାର୍ଜୀ, ଗୁଲ ପଙ୍ଗ, ସ୍ୱସ୍ତିକା ମୁଖାର୍ଜୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe