Advertisment

ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରମୁକ୍ତ ହେଲା ‘ନୀରଜା’

ମୁମ୍ବାଇ: ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରମୁକ୍ତ ହେଲେ ସୋନମ୍ କାପୁରଙ୍କ ଅଭିନୀତ ଫିଲ୍ମ ‘ନୀରଜା’। ୨୩ ବର୍ଷୀୟ ଏୟାର ହଷ୍ଟେଜ୍ ନୀରଜା ଭନୋଟଙ୍କ ଜୀବନୀ ଉପରେ ଫିଲ୍ମଟି ପର୍ଯ୍ୟବସିତ ହୋଇଛି। ୧୮୮୬ରେ ଏକ ବିମାନ ଅପହରଣ ଘଟଣାରେ ପ୍ରାୟ ୪୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ନିଜ ଜୀବନକୁ ବଳି ଦେଇଥିଲେ ନୀରଜା। ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଏହାର ପ୍ରଦର୍ଶନ ଉପରୁ କର ଉଠାଇ ଦେଇଛନ୍ତି। ଏନେଇ ମନିଷ ସିସୋଡିଆ ଟ୍ୱିଟ୍‌ କରି କହିଛନ୍ତି ଯେ,“ଫିଲ୍ମ […]

ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରମୁକ୍ତ ହେଲା ‘ନୀରଜା’

Neerja

Advertisment

ମୁମ୍ବାଇ: ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କରମୁକ୍ତ ହେଲେ ସୋନମ୍ କାପୁରଙ୍କ ଅଭିନୀତ ଫିଲ୍ମ ‘ନୀରଜା’। ୨୩ ବର୍ଷୀୟ ଏୟାର ହଷ୍ଟେଜ୍ ନୀରଜା ଭନୋଟଙ୍କ ଜୀବନୀ ଉପରେ ଫିଲ୍ମଟି ପର୍ଯ୍ୟବସିତ ହୋଇଛି। ୧୮୮୬ରେ ଏକ ବିମାନ ଅପହରଣ ଘଟଣାରେ ପ୍ରାୟ ୪୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ନିଜ ଜୀବନକୁ ବଳି ଦେଇଥିଲେ ନୀରଜା। ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଏହାର ପ୍ରଦର୍ଶନ ଉପରୁ କର ଉଠାଇ ଦେଇଛନ୍ତି। ଏନେଇ ମନିଷ ସିସୋଡିଆ ଟ୍ୱିଟ୍‌ କରି କହିଛନ୍ତି ଯେ,“ଫିଲ୍ମ ନୀରଜାକୁ କରମୁକ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର ଏହି ନିର୍ଦ୍ଦେଶ ଲାଗୁ ହେବ।”

Advertisment

ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଟ୍ୱିଟ୍ କରି କର ଉଠାଇ ଦିଆଯାଇଥିବା ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ପୁର୍ବରୁ ମହାରାଷ୍ଟ୍ର ଓ ଗୁଜରାଷ୍ଟ୍ରରେ  ଏହି ଫିଲ୍ମକୁ କରମୁକ୍ତ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe