/odisha-reporter/media/post_attachments/uploads/2016/02/neerja1.jpg)
neerja
ମୁମ୍ବାଇ: ସୋନମ କାପୁର ଅଭିନୀତ ‘ନୀରଜା’ ଆଜିଠାରୁ ଆଉ ୨୦୦ଟି ଅଧିକ ହଲ୍ରେ ପ୍ରଦର୍ଶିତ ହେବ। ପୂର୍ବରୁ ଏହି ଦେଶାତ୍ମବୋଧକ ବାୟୋପିକ୍କୁ ଦେଶବ୍ୟାପୀ ୭୦୦ଟି ସିନେମାର ହଲରେ ରିଲିଜ୍ କରାଯାଇଥିଲା। ଫିଲ୍ମର ବ୍ୟବସାୟିକ ସଫଳତା ପରେ ଏହାକୁ ଆଉ ୨୦୦ଟି ସିନେମା ହଲରେ ରିଲିଜ୍ କରାଯିବ ବୋଲି ପ୍ରଯୋଜକ ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ରିଲିଜ ହୋଇଥିବା ଏହି ଫିଲ୍ମ ପାଖାପାଖି ୩୫.୩୨ କୋଟି ଆୟ କରିଥିବା ଜଣାପଡିଛି। ଏହାସହ ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଏହାକୁ କରମୁକ୍ତ କରାଯାଇଛି।
Advertisment
୨୩ ବର୍ଷୀୟ ଏୟାର ହଷ୍ଟେଜ୍ ନୀରଜା ଭନୋଟଙ୍କ ଜୀବନୀ ଉପରେ ଫିଲ୍ମଟି ପର୍ଯ୍ୟବସିତ।୧୮୮୬ରେ ଏକ ବିମାନ ଅପହରଣ ଘଟଣାରେ ପ୍ରାୟ ୪୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ନିଜ ଜୀବନକୁ ବଳି ଦେଇଥିଲେ ନୀରଜା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
