Advertisment

ବିବାହ କଲେ ନିହାର-ନୀତି: କିନ୍ତୁ ବାପାଙ୍କ ପାଇଁ ଅଟକିଲା ରିସେପ୍‌ସନ୍‌ ପାର୍ଟି

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଙ୍ଗର ନୀତି ମୋହନ ଏବଂ ଅଭିନେତା ନିହାର ପାଣ୍ଡ୍ୟା। ହାଇଦ୍ରାବାଦ୍‌ର ତାଜ୍‌ଫାଲୁକ୍‌ନମା ହୋଟେଲ୍‌ରେ ବିବାହ ଅନୁଷ୍ଠିତ ହୋଇଯାଇଛି। ଉଭୟ ଭାଲେନ୍‌ଟାଇନ୍‌ ଡେ’ ଦିନ ବିବାହ କରିଥିବା ବେଳେ ନୀତିଙ୍କ ବାପାଙ୍କ ଦେହ ଖରାପ ପାଇଁ ରିସେପ୍‌ସନ୍‌ ପାର୍ଟି ବନ୍ଦ ରହିଛି। ଗତ କିଛି ଦିନ ତଳେ ନୀତିଙ୍କ ପ୍ରି-ୱେଡିଂ ଫଟୋ ଇଣ୍ଡରନେଟ୍‌ରେ ଭାଇରାଲ୍‌ ହୋଇଥିଲା । ଏହି ଫଟୋରେ ନୀତି ମୋହନ୍‌ଙ୍କ ଭଉଣୀଙ୍କୁଗ୍ଲାମର୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଠିକ୍‌ ସେମିତି […]

author-image
Biswobandita Swain
ବିବାହ କଲେ ନିହାର-ନୀତି: କିନ୍ତୁ ବାପାଙ୍କ ପାଇଁ ଅଟକିଲା ରିସେପ୍‌ସନ୍‌ ପାର୍ଟି

2faa9ab7d307f3c58d0ff1d495d603f7

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଙ୍ଗର ନୀତି ମୋହନ ଏବଂ ଅଭିନେତା ନିହାର ପାଣ୍ଡ୍ୟା। ହାଇଦ୍ରାବାଦ୍‌ର ତାଜ୍‌ଫାଲୁକ୍‌ନମା ହୋଟେଲ୍‌ରେ ବିବାହ ଅନୁଷ୍ଠିତ ହୋଇଯାଇଛି। ଉଭୟ ଭାଲେନ୍‌ଟାଇନ୍‌ ଡେ’ ଦିନ ବିବାହ କରିଥିବା ବେଳେ ନୀତିଙ୍କ ବାପାଙ୍କ ଦେହ ଖରାପ ପାଇଁ ରିସେପ୍‌ସନ୍‌ ପାର୍ଟି ବନ୍ଦ ରହିଛି।

Advertisment

publive-imageଗତ କିଛି ଦିନ ତଳେ ନୀତିଙ୍କ ପ୍ରି-ୱେଡିଂ ଫଟୋ ଇଣ୍ଡରନେଟ୍‌ରେ ଭାଇରାଲ୍‌ ହୋଇଥିଲା । ଏହି ଫଟୋରେ ନୀତି ମୋହନ୍‌ଙ୍କ ଭଉଣୀଙ୍କୁଗ୍ଲାମର୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା।

ଠିକ୍‌ ସେମିତି ବିବାହ ଉତ୍ସବରେ ମଧ୍ୟ ନିହାର ଏବଂ ନୀତିଙ୍କ ଗେଟଅପ୍‌ ନିଆରା ଥିଲା। ଉଭୟ ପରସ୍ପରକୁ ମ୍ୟାଚ୍‌ କରିବା ଭଲି ପୋଷାକ ପରିଧାନ କରିଥିଲେ।

Advertisment

ତେବେ ଫଟୋ ଦେଖିବା ପରେ କିଛି ଲୋକ ନୀତିଙ୍କୁ ସମାଲୋଚନା କରିଛନ୍ତି।

ଏହି ଗେଟ୍ଅପ୍‌ ଅନୁଷ୍କା ଶର୍ମାଙ୍କଠାରୁ କପି କରାଯାଇଛି ବୋଲି କିଛି ଲୋକେ କହିଛନ୍ତି।  ନୀତି ମଥାରେ ପକାଇଥିବା ଓଢ଼ଣୀ ଏବଂ ମଥା ସିନ୍ଥି ଅନୁଷ୍କା ଶର୍ମାଙ୍କୁ କପି କରାଯାଇଥିବା ଚର୍ଚ୍ଚା ହୋଇଛି।

publive-imageସୂଚନା ଅନୁଯାୟୀ, ନିହାର 'ମଣିକର୍ଣ୍ଣିକା' ଫିଲ୍ମ ମାଧ୍ୟମର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସେପଟେ ନୀତି ତାଙ୍କ ବିବାହର ୩ଟି ଫଟୋ ଶେଆର କରି କ୍ୟାପ୍ସନ୍‌ରେ 'ଆପଣଙ୍କ ଶୁଭକାମନା ଓ ଆଶୀର୍ବାଦ ଯୋଗୁଁ ଏହି ବିବାହ ହୋଇପାରିଛି । ବାପା ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ମୋହନ ଓ ପାଣ୍ଡ୍ୟା ପରିବାରକୁ ଦେଇଥିବା ସ୍ନେହ ପାଇଁ ଧନ୍ୟବାଦ' ବୋଲି ଲେଖିଛନ୍ତି।