Advertisment

କଙ୍ଗନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନୀତୁ

ମୁମ୍ବାଇ: ବଲିଉଡ କୁଇନ୍‌ କଙ୍ଗନାଙ୍କ ପିଛା ଛାଡୁନି ବିବାଦ। ଗୋଟିକ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ପଙ୍ଗା କୁଇନ୍‌। ନିଜ ବୟାନବାଜିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ଏବେ ଲାଗିଛି ସଙ୍ଗୀନ ଅଭିଯୋଗ। ଅଭିନେତ୍ରୀ ନୀତୁ ଚନ୍ଦ୍ରା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କଙ୍ଗନା ଓ ବଲିଉଡ ତାଙ୍କଠାରୁ ୬ଟି ଫିଲ୍ମ ଛଡାଇ ନେଇଥିବା ନେଇ ଆରୋପ ଲଗାଇଛନ୍ତି। ନୀତୁ ଚନ୍ଦ୍ରା ଦାବି କରିଛନ୍ତି ଯେ, କଙ୍ଗନାଙ୍କ ଲାଗି ଛଅଟି ଫିଲ୍ମରୁ ତାଙ୍କୁ ଆଉଟ୍‌ […]

କଙ୍ଗନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନୀତୁ

kangana

Advertisment

ମୁମ୍ବାଇ: ବଲିଉଡ କୁଇନ୍‌ କଙ୍ଗନାଙ୍କ ପିଛା ଛାଡୁନି ବିବାଦ। ଗୋଟିକ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ପଙ୍ଗା କୁଇନ୍‌। ନିଜ ବୟାନବାଜିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ଏବେ ଲାଗିଛି ସଙ୍ଗୀନ ଅଭିଯୋଗ। ଅଭିନେତ୍ରୀ ନୀତୁ ଚନ୍ଦ୍ରା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କଙ୍ଗନା ଓ ବଲିଉଡ ତାଙ୍କଠାରୁ ୬ଟି ଫିଲ୍ମ ଛଡାଇ ନେଇଥିବା ନେଇ ଆରୋପ ଲଗାଇଛନ୍ତି।publive-image

Advertisment

ନୀତୁ ଚନ୍ଦ୍ରା ଦାବି କରିଛନ୍ତି ଯେ, କଙ୍ଗନାଙ୍କ ଲାଗି ଛଅଟି ଫିଲ୍ମରୁ ତାଙ୍କୁ ଆଉଟ୍‌ କରାଯାଇଥିଲା।  ନିକଟରେ ଏକ ସାକ୍ଷାତକାର୍‌ରେ ନୀତୁ କହିଛନ୍ତି, 'ତନ୍ନୁ ୱେଡ୍‌ସ ମନ୍ନୁ' ପାଇଁ ସେ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ପରେ ଏହି ଫିଲ୍ମରୁ ତାଙ୍କୁ ଆଉଟ କରାଯାଇ କଙ୍ଗନାକୁ ନିଆଯାଇଥିଲା। ଅଭିନେତା ଆର୍‌.ମାଧବନ୍‌ଙ୍କ କହିବା ପରେ ତାଙ୍କୁ ରିପ୍ଲେସ କରାଯାଇଥିଲା। ତାଙ୍କ ସ୍ଥାନରେ କଙ୍ଗନାଙ୍କୁ ଏହି ଫିଲ୍ମରେ ମଉକା ମିଳିଥିଲା ବୋଲି ସେ ଦାବି କରିଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ ବାରମ୍ବାର ତାଙ୍କ ସହ ଏଭଳି ଘଟଣା ଘଟିଛି। ଅତୀତରେ ତାଙ୍କ ଠାରୁ ବଲିଉଡ ୬ଟି ଫିଲ୍ମରୁ ଛଡାଇ ନେଇଥିବା ସେ ଅଭିଯୋଗ ଆଣିଛନ୍ତି।

ସେ ଆହୁରି କହିଛନ୍ତି ଯ, ବଲିଉଡରେ ମୋର କେହି ଗଡ ଫାଦର ନାହାନ୍ତି, ମୋତେ ଯେଉଁ ଫିଲ୍ମ ମିଳିଛି, ତାହା ମୋର ପରିଶ୍ରମ ଓ ଟାଲେଣ୍ଟ ବଳରେ ମିଳିଛି। ଯଦି ବଲିଉଡ ମୋ ଟାଲେଣ୍ଟ ଉପରେ ଭରସା କରିପାରିଲାନି, ସେଥିରେ ମୋର କିଛି ଭୁଲ୍‌ ନାହିଁ। କିନ୍ତୁ ଯାହା ବି ହେଇଛି ଭଲ ହେଇଛି। ଦୁଃଖ ସମୟରେ ମୁଁ ଅନେକ କିଛି ଶିଖିବା ପାଇଁ ପାଇଛି। ମୁଁ ବଲିଉଡରେ ସଫଳ ହୋଇପାରିଲି ନାହିଁ କିନ୍ତୁ ହଲିଉଡରେ ମୋତେ ସୁଯୋଗ ମିଳିଛି ବୋଲି ନୀତୁ ଚନ୍ଦ୍ରା କହିଛନ୍ତି। ସେପଟେ ନୀତୁଙ୍କ ଏଭଳି ଅଭିଯୋଗ ନେଇ କଙ୍ଗନା କିନ୍ତୁ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

ସୂଚନା ଯୋଗ୍ୟ ଯେ, ଗରମ ମସାଲା, 13ବି,  ଟ୍ରାଫିକ୍‌ ସିଗନାଲ ଭଳି ଅନେକ ବଲିଉଡ ଫିଲ୍ମରେ କାମ କରିସାରିଥିବା ନୀତୁ ଆଗକୁ ହଲିଉଡ ଫିଲ୍ମରେ ନଜର ଆସିବେ। ଏଥିସହ ଆଗକୁ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରଏଙ୍କ ଫିଲ୍ମ ନୀତୁ ନଜର ଆସିବେ। ଏଥିପାଇଁ ସେ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe