Advertisment

ଲାଇଭ୍‌ କନସର୍ଟ୍‌ରେ ନିରବି ଗଲେ ନେହା, ପ୍ରେମିକ କଥା ଭାବି ଆଖିରେ ଆସିଗଲା ଲୁହ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଓ ତାଙ୍କ ପ୍ରେମିକ ହିମାନ୍ସ କୋହାଲିଙ୍କ ମଧ୍ୟରେ ବ୍ରେକଅପ୍‌ ଖବର ଆସିଥିଲା। ଦୁହେଁ ନିଜ ନିଜ ସୋଶାଲ ମିଡିଆ ସାଇଟ୍‌ରୁ ଏକାଠି ଥିବା ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାଂଶଙ୍କୁ ଚିହ୍ନି ନଥିବା କହିଥିଲେ। ଇନ୍‌ଷ୍ଟାରେ ସେ ଏକ ବେଦନାଦାୟକ ପୋଷ୍ଟ କରି ନିଜ ମନର ଦୁଃଖକୁ ପ୍ରଶଂସକମାନଙ୍କୁ ଜଣାଇଥିଲେ। ଏହାସହ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜ ଜୀବନ ସହ ଜଡ଼ିତ ଅନେକ କଥା […]

ଅଦ୍ୟତନ ହୋଇଛି
ଲାଇଭ୍‌ କନସର୍ଟ୍‌ରେ ନିରବି ଗଲେ ନେହା, ପ୍ରେମିକ କଥା ଭାବି ଆଖିରେ ଆସିଗଲା ଲୁହ

nehaaaa

Advertisment

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର ଓ ତାଙ୍କ ପ୍ରେମିକ ହିମାନ୍ସ କୋହାଲିଙ୍କ ମଧ୍ୟରେ ବ୍ରେକଅପ୍‌ ଖବର ଆସିଥିଲା। ଦୁହେଁ ନିଜ ନିଜ ସୋଶାଲ ମିଡିଆ ସାଇଟ୍‌ରୁ ଏକାଠି ଥିବା ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାଂଶଙ୍କୁ ଚିହ୍ନି ନଥିବା କହିଥିଲେ। ଇନ୍‌ଷ୍ଟାରେ ସେ ଏକ ବେଦନାଦାୟକ ପୋଷ୍ଟ କରି ନିଜ ମନର ଦୁଃଖକୁ ପ୍ରଶଂସକମାନଙ୍କୁ ଜଣାଇଥିଲେ।

Advertisment

publive-imageଏହାସହ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଶେଆର କରିଛନ୍ତି। ନେହା ନିକଟରେ ପୁଣି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି କଥା ଶେଆର୍‌ କରିଛନ୍ତି। ସେ ଡିପ୍ରେସନ୍‌ରେ ଥିବା ଜଣାଇଛନ୍ତି।

publive-imageନେହା ଲେଖିଛନ୍ତି, ‘‘ହଁ ମୁଁ ଡିପ୍ରେସନ୍‌ରେ ଅଛି। ମୋ ପ୍ରତି ନକରାତ୍ମକ ମନୋଭାବ ରଖୁ ଥିବା ବ୍ୟକ୍ତିଙ୍କୁ  ଧନ୍ୟବାଦ ଜଣାଉଛି। ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ମତେ ବ୍ୟକ୍ତିଗତ ଜୀବନରେ ଯେଉଁମାନେ ଭଲରେ ଟିକେ ବଞ୍ଚିବାକୁ ଦେଉନାହାନ୍ତି ସେମାନଙ୍କ ଲାଗି ମୋର ଏହି ବାର୍ତ୍ତା ଉଦ୍ଦିଷ୍ଟ। ଆଉ ମୁଁ ମଧ୍ୟ ସେହି ଲୋକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ ଯେଉଁମାନେ ମୋ କାମକୁ ପସନ୍ଦ କରିଛନ୍ତି। କିନ୍ତୁ ଯେଉଁମାନେ ମତେ ନ ଜାଣି ମୋ ବିଷୟରେ ଏଣୁ ତେଣୁ କହୁଛନ୍ତି ସେ ସବୁ ମୋ ପାଇଁ ଖୁବ୍‌ କଷ୍ଟଦାୟକ।ମୁଁ ଆପଣଙ୍କୁ ଅନୁରୋଧ କରୁଛି ମତେ ବଞ୍ଚିବାକୁ ଦିଅନ୍ତୁ। ଏତେ ଜଜ୍‌ ମେଣ୍ଟାଲିଟିର ହୁଅନ୍ତୁ ନାହିଁ। ତେବେ ନିକଟରେ ନେହାଙ୍କୁ ଏକ ଲାଇଭ୍‌ କନସର୍ଟରେ କାନ୍ଦିଥିବା ଦେଖା ଯାଇଛି।

Advertisment

ମୁତାବକ, ନେହା ଅହମ୍ମଦାବାଦ୍‌ର ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌କୁ ଲାଇଭ୍‌ କନସର୍ଟ ପାଇଁ ଯାଇଥିଲେ। କନସର୍ଟରେ ନେହା ଉପସ୍ଥିତ ଥିବା ଦର୍ଶକଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣମାନେ କାହାକୁ ଭଲ ପାଇଛନ୍ତି? ଏଠାରେ ପ୍ରେମରେ ହୃଦୟ ଭାଙ୍ଗିଥିବା ଲୋକ ଅଧିକ ଥିବେ ବୋଲି କହିଥିଲେ ନେହା। ଏହାପରେ ସେ ଏକ ବିରହଭରା ‘ମାହି ବେ..’ଗୀତ ଗାଇ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଥିଲେ। ଏହି ଗୀତ ଗାଇବା ସମୟରେ ନେହା କାନ୍ଦି ପକାଇବା ସହ କିଛି ସମୟ ପାଇଁ ନିରବି ଯାଇଥିଲେ। ପୁଣି କିଛି ସମୟ ପରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ନିଜ ଇମୋଶନକୁ ନିୟନ୍ତ୍ରଣ କରିପାରି ନଥିଲେ। ହିମାଂଶଙ୍କ ସହ ସମ୍ପର୍କ ବିଚ୍ଛେଦ ହେବା ପରେ ସେ କେତେ ଭାଙ୍ଗି ପଡ଼ିଛନ୍ତି ଏଥିରୁ ସ୍ପଷ୍ଟ ବାରି ହେଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe