Advertisment

ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁସି ହୋଇ ତାଙ୍କୁ ଏହି ଟଙ୍କା ଦେଇଛନ୍ତି। https://www.instagram.com/p/B6C-qD2nM0S/?utm_source=ig_web_copy_link କଥା ହେଉଛି, ୭୧ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ର ଏକ ବିଶେଷ ଏପିସୋଡ୍‌ର ଶୁଟିଂ ଚାଲିଥିଲା। ଏଥିରେ ସେନା, ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅତିଥି ଭାବେ […]

ଇଣ୍ଡିଆନ୍‌ ଆଇଡଲ୍‌ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ନେହା

neha

Advertisment

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ଖୁସି ହୋଇ ତାଙ୍କୁ ଏହି ଟଙ୍କା ଦେଇଛନ୍ତି।

Advertisment

https://www.instagram.com/p/B6C-qD2nM0S/?utm_source=ig_web_copy_link

କଥା ହେଉଛି, ୭୧ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌୧୧’ର ଏକ ବିଶେଷ ଏପିସୋଡ୍‌ର ଶୁଟିଂ ଚାଲିଥିଲା। ଏଥିରେ ସେନା, ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ସମ୍ମାନରେ ପ୍ରତିଯୋଗୀମାନେ ଗୀତ ଗାଇଥିଲେ। ତେବେ ଶୋ’ ଚାଲିଥିବା ସମୟରେ ନେହା ଅଗ୍ନିଶମ କର୍ମଚାରୀ ବିପିନ ଗନ୍ତ୍ରାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ।

https://www.instagram.com/p/B4wl68uHMLJ/?utm_source=ig_web_copy_link

ବିପିନ୍ ଗନ୍ତ୍ରା ଗତ ୪୦ ବର୍ଷ ହେଲା ନିଆଁ ଲିଭାଇ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି। ନେହା କହିଥିଲେ, ‘ଯେଉଁଭଳିଭାବେ ଆପଣ ନିଜ କଥା ନ ଭାବି ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇବା କାମ କରୁଛନ୍ତି, ତାହା ପ୍ରଶଂସା ଯୋଗ୍ୟ। ମୁଁ ବର୍ଣ୍ଣନା କରିପାରିବିନି ଯେ ଆପଣଙ୍କୁ ଭେଟି ମୁଁ କେତେ ଖୁସି। ଆପଣଙ୍କୁ ମୁଁ ୨ ଲକ୍ଷ ଟଙ୍କା ଦେବାକୁ ଚାହୁଁଛି।” ନେହାଙ୍କ ଏହି କଥା ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

Advertisment

https://www.instagram.com/p/B4zAuDeHpA9/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ରିଆଲିଟି ଶୋ’ର ଚଳିତ ସିଜିନ୍‌ରେ ନେହା ଦୁଇ ଜଣ ପ୍ରତିଯୋଗୀଙ୍କୁ ମୋଟ ୩ ଲକ୍ଷ ଟଙ୍କା ଦେଇଛନ୍ତି। ଯେତେବେଳେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ଟଙ୍କା ନଥିବାରୁ ପାଞ୍ଚ-ଛଅ ବର୍ଷ ହେଲାଣି ଦୀପାବଳିରେ ଘରକୁ ଯାଇ ନାହାନ୍ତି ସେତେବେଳେ ନେହାଙ୍କ ହୃଦୟ ତରଳି ଯାଇଥିଲା। ସେ ତାଙ୍କୁ ଲକ୍ଷେ ଟଙ୍କା ଦେଇ ଦୀପାବଳି ପାଳିବାକୁ ଘରକୁ ପଠାଇଥିଲେ। ଏହା ବ୍ୟତୀତ ଶୋ’ର ଆଉ ଜଣେ ପ୍ରତିଯୋଗୀ ସନି ହିନ୍ଦୁସ୍ତାନୀଙ୍କ ଦୁଃଖଭରା କାହାଣୀ ଶୁଣି ନେହାଙ୍କ ଆଖିରୁ ଲୁହ ଆସିଯାଇଥିଲା ଓ ସେ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସନି ସଙ୍ଗୀତ ନିର୍ଦ୍ଦେଶକ ରୋଶନ୍‌ ଅଲ୍ଲୀଙ୍କ ସହ କାମ କରୁଥିଲେ। ତେବେ କିଛି ଦିନ ପରେ ଖରାପ ସ୍ୱାସ୍ଥ୍ୟ ଯୋଗୁ ତାଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଥିଲା। ଆଉ ତା’ପରଠୁ ସେ ସଂଘର୍ଷ କରୁଛନ୍ତି। ରୋଶନଙ୍କ ଏ କାହାଣୀ ଶୁଣି ନେହା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe