ମୁମ୍ବାଇ: ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍୧୧’ରେ ଜଜ୍ ସିଟ୍ରେ ବସିଥିବା ଗାୟିକା ନେହା କକ୍କର ଅନେକ ସମୟରେ ବିଭିନ୍ନ କଥାରେ ଭାବବିହ୍ୱଳ ହୋଇଯା’ନ୍ତି। ଶୋ’ର ଏହି ସିଜିନ୍ ସହିତ ପୂର୍ବ ସିଜିନ୍ ସେ ଅନେକ ଥର ଭାବବିହ୍ୱଳ ହେବା ଦର୍ଶକ ଦେଖିଛନ୍ତି। ଶୋ’ର ଚଳିତ ସିଜିନ୍ରେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ପାଞ୍ଚ-ଛଅ ବର୍ଷ ହେଲାଣି ଟଙ୍କା ନଥିବାରୁ ଦୀପାବଳିରେ ଘରକୁ ଯାଇ ନାହାନ୍ତି। ଏହା ଶୁଣିବା ପରେ ନେହା ତାଙ୍କୁ ୧ ଲକ୍ଷ ଟଙ୍କା ଦେଇ ଘରକୁ ପଠାଇଥିଲେ। ସେଥିପାଇଁ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ। ଏବେ ପୁଣିଥରେ ନେହା ଏମିତି କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।
ଏହାପରେ ଶୋ’ର ଅନ୍ୟତମ ଜଜ୍ ହିମେଶ ରେଶମିୟା ସନିଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ତୁମେ ସବୁ ରିଆଲିଟି ଶୋ’ର ପ୍ରତିଯୋଗୀମାନଙ୍କ ପାଇଁ ଉଦାହରଣ। ଯଦିଓ ତୁମେ କୌଣସି ପ୍ରଶିକ୍ଷଣ ନେଇନାହଁ ତଥାପି ଜଣେ ପେସାଦାର ଗାୟକ ଭଳି ଗାଉଛ। ଆଉ ସେଥିପାଇଁ ତୁମେ ପ୍ରଶଂସା ପାଇବାକୁ ହକ୍ଦାର୍।” କେବଳ ଏତିକି ନୁହେଁ, ହିମେଶ ଷ୍ଟେଜ୍କୁ ଯାଇ ତାଙ୍କର ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ। ଏହି ଶୋ’ ନେହା ଓ ହିମେଶଙ୍କ ସହ ବିଶାଲ୍ ଦଦ୍ଲାନୀ ମଧ୍ୟ ଜଜ୍ ସିଟ୍ରେ ଅଛନ୍ତି।