ବିବାହର ୨ ମାସ ପରେ ଖୁସି ଖବର ଦେଲେ ନେହା, ଫ୍ୟାନ୍ସ ହତବାକ

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡ ଗାୟିକା ନେହା କକ୍କଡ । ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ସୋଶାଲ ମିଡିଆରେ ନିଜେ ନେହା ତାଙ୍କ ଫଟୋ ସେଆର କରି ଏହି ସୂଚନା ଦେଇଛନ୍ତି । ନେହାଙ୍କ ଏହି ମା’ ହେବା ଖବର ଶୁଣି ତାଙ୍କର ସମସ୍ତ ଫ୍ୟାନ ଚକିତ ହୋଇଯାଇଛନ୍ତି । ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ରୋହନପ୍ରିତ ସିଂହଙ୍କ ସହ ଏକ ରୋମାଣ୍ଟିକ ଫୋଟ ସେଆର କରିଛନ୍ତି । ଏଥିରେ […]

neha

Madhupriya Mistry
  • Published: Friday, 18 December 2020
  • , Updated: 19 December 2020, 08:28 AM IST

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡ ଗାୟିକା ନେହା କକ୍କଡ । ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ସୋଶାଲ ମିଡିଆରେ ନିଜେ ନେହା ତାଙ୍କ ଫଟୋ ସେଆର କରି ଏହି ସୂଚନା ଦେଇଛନ୍ତି । ନେହାଙ୍କ ଏହି ମା’ ହେବା ଖବର ଶୁଣି ତାଙ୍କର ସମସ୍ତ ଫ୍ୟାନ ଚକିତ ହୋଇଯାଇଛନ୍ତି ।

ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ରୋହନପ୍ରିତ ସିଂହଙ୍କ ସହ ଏକ ରୋମାଣ୍ଟିକ ଫୋଟ ସେଆର କରିଛନ୍ତି । ଏଥିରେ ସେ ବ୍ଲୁ ଡେନିମ ଡ୍ରେସ ପିନ୍ଧିବା ସହ ନିଜର ବେବି ବମ୍ପକୁ ଫ୍ଲୁଏଣ୍ଟ କରିଛନ୍ତି। ଏହି ଫଟୋ କ୍ୟାପଶନରେ ହ୍ୟାଶ ଟ୍ୟାଗ ଦେଇ ଲେଖିଅଛି-ଯତ୍ନ ନିଅ । ନେହାଙ୍କ ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କ ମା’ ହେବା ଖବରକୁ କେହି ସହଜରେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି । ସେପଟେ ନେହା ଗର୍ଭବତୀ ଥିବା ଖବରକୁ ନେଇ ତାଙ୍କ ଭାଇ ଟୋନୀ କକ୍କଡ ସ୍ପଷ୍ଟ କରିଛନ୍ତି ।

 

View this post on Instagram

 

A post shared by Neha Kakkar (Mrs. Singh) (@nehakakkar)


ଅନେକ ପ୍ରଶଂସକଙ୍କ ନେହାଙ୍କ ମା’ ହେବାକୁ ଯାଉଥିବା ଖବର ଶୁଣି ଖୁସି ବ୍ୟକ୍ତି କରି ଶୁଭେଚ୍ଛା ଜଣାଇଥିବା ବେଳେ ଆଉ କେତେକ ବିଶ୍ୱାସ କରିପାରୁ ନାହାନ୍ତି । କାରଣ ନେହାଙ୍କ ବିବାହକୁ ମାତ୍ର ୨ ମାସ ପୁରିଛି । ୨ ମାସ ତଳେ ତଥା ଅକ୍ଟୋବର ୨୪ରେ ନେହା, ରୋହନପ୍ରିତଙ୍କୁ ବିବାହ କରିଥିଲେ । ନିକଟରେ ସେମାନେ ଦୁବାଇରୁ ହନିମୁନ ସାରି ଫେରିଛନ୍ତି। ହନିମୁନର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।

ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବା ଘୋଷଣା କରି ପୁଣି ଥରେ ସମସ୍ତଙ୍କୁ ହତବାକ କରିଦେଇଛନ୍ତି।

Related story