Advertisment

ଶାହାରୁଖଙ୍କୁ ପଛରେ ପକାଇଲେ ନେହା

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କଡ । ସେ ଏବେ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିଙ୍ଗର। ପ୍ରତିଟି ଫିଲ୍ମରେ ତାଙ୍କ ଗୀତ ଶୁଣିବାକୁ ମିଳେ। ଫ୍ୟାନମାନେ ମଧ୍ୟ ତାଙ୍କ ଗୀତ ଶୁଣି ମତୁଆଲା ହୋଇଯା’ନ୍ତି। ବଲିଉଡରେ ନେହା ଯେତିକି ସକ୍ରିୟା ସୋଶାଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ। ନିକଟରେ ନେହାଙ୍କ ବିବାହ ସରିଛି। ବିବାହଠାରୁ ଆରମ୍ଭ କରି ସେ ଆଜି ଯାଏ ସବୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜ କଠିନ ପରିଶ୍ରମ ବଳରେ […]

ଶାହାରୁଖଙ୍କୁ ପଛରେ ପକାଇଲେ ନେହା

neha kakkar

Advertisment

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କଡ । ସେ ଏବେ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିଙ୍ଗର। ପ୍ରତିଟି ଫିଲ୍ମରେ ତାଙ୍କ ଗୀତ ଶୁଣିବାକୁ ମିଳେ। ଫ୍ୟାନମାନେ ମଧ୍ୟ ତାଙ୍କ ଗୀତ ଶୁଣି ମତୁଆଲା ହୋଇଯା'ନ୍ତି। ବଲିଉଡରେ ନେହା ଯେତିକି ସକ୍ରିୟା ସୋଶାଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ।

Advertisment

ନିକଟରେ ନେହାଙ୍କ ବିବାହ ସରିଛି। ବିବାହଠାରୁ ଆରମ୍ଭ କରି ସେ ଆଜି ଯାଏ ସବୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜ କଠିନ ପରିଶ୍ରମ ବଳରେ ସେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଏହାରି ଭିତରେ ନେହାଙ୍କ ନାଁରେ ଆଉ ଏକ ଉପଲବ୍ଧି ଯୋଡି ହୋଇଯାଇଛି। ସେ ଏବେ ସମସ୍ତଙ୍କୁ ପଛରେ ପକାଇ ଫୋର୍ବସ ତାଲିକାର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହାକୁ ନେଇ ନେହା ବେଶ୍ ଖୁସି ଅଛନ୍ତି। ସୋଶାଲ ମିଡିଆରା ଏକ ଭିଡିଓ ଶେଆର କରି ଫ୍ୟାନମାନଙ୍କ ସହ ନିଜ ଖୁସି ବ୍ୟକ୍ତ କରିଛନ୍ତି।

Advertisment


ନିକଟରେ ଫୋର୍ବସ ମାଗାଜିନ ସୋଶାଲ ମିଡିଆରେ ଆକ୍ଟିଭ ଏବଂ ଅନ୍ୟକୁ ପ୍ରେରିତ କରୁଥିବା କିଛି ସେଲିବ୍ରିଟିଙ୍କୁ ନେଇ ଏକ ତାଲିକା ଜାରି କରିଛି। ଏହାର ନାଁ ହେଉଛି ଏସିଆ ପେସିଫିକ ରିଜନ। ଏହି ତାଲିକାର ସବୁଠୁ ଉପରେ ନେହା କକ୍କଡଙ୍କ ନାଁ ରହିଛି। ବିଗ୍ ବି ଅମିତାଭ ବଚ୍ଚନ, ଶାହାରୁଖ ଖାନଙ୍କୁ ମଧ୍ୟ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ନେଇ ଖୁସି ବ୍ୟକ୍ତ କରି କହିଛନ୍ତି, ''ମୁଁ ଏହି ଉପଲବ୍ଧି ପାଇଁ ବେଶ ଖୁସି। ମୋ ନାଁ ସବୁଠୁ ଉପରେ ଥିବା ଦେଖି ମୋତେ ଗର୍ବ ଅନୁଭବ ହେଉଛି।'' ଏଥିସହ ନେହା ନିଜ ଫ୍ୟାନମାନଙ୍କୁ #Nehearts ଲେଖି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।  ଅନ୍ୟପଟେ ନେହାଙ୍କ ଏହି ଉପଲବ୍ଧି ପାଇଁ ତାଙ୍କ ସ୍ବାମୀ ରୋହନପ୍ରିତ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe